ଆମେରିକା ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ନକଲି ହାତ ଲଗାଉଥିବା ଚର୍ଚ୍ଚା ! କେତେ ସତ କେତେ ମିଛ ଜାଣନ୍ତୁ…

ଓ୍ବାଶିଂଟନ,୨।୧ : ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ତାଙ୍କ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ତଥ୍ୟ ବେଳେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ। ତାଙ୍କ କାର କାହିଁକି ସ୍ବତନ୍ତ୍ର ଏବଂ ସୁରକ୍ଷାକର୍ମୀଙ୍କ ବିଷୟରେ ଅନେକ ପ୍ରକାରର ସୂଚନା ମଧ୍ୟ ସାମ୍ନାକୁ ଆସେ। ଏପରି ଏକ ତଥ୍ୟ ସୋସିଆଲ ମିଡ଼ିଆରେ ଶେୟାର କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ନିୟୋଜିତ କେତେକ କର୍ମୀ ନକଲି ହାତ ବ୍ୟବହାର କରନ୍ତି। ଦାବି ହେଉଛି ଯେ ସୁରକ୍ଷାକର୍ମୀଙ୍କ ହାତ ଯାହା ଲୋକଙ୍କୁ ଦେଖାଯାଏ ତାହା ନକଲି।

ଅନେକ ଥର ଏହି ସୂଚନା ସୋସିଆଲ ମିଡିଆରେ ଶେୟାର କରାଯାଇଛି ଯେ ଆମେରିକାର ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ କର୍ମୀମାନେ ନକଲି ହାତ ଲଗାଇଥାନ୍ତି। ଏହି ସତ୍ୟକୁ ପ୍ରମାଣ କରିବାକୁ ସୋସିଆଲ ମିଡିଆରେ ଅନେକ ଫଟୋ ଏବଂ ଭିଡିଓ ମଧ୍ୟ ଶେୟାର କରାଯାଇଛି। ନିକଟରେ ଏକ ସମାନ ତଥ୍ୟ କୋରା ୱେବସାଇଟରେ ଶେୟାର କରାଯାଇଥିଲା। ଏହାପୂର୍ବରୁ, ଫେସବୁକରେ ଅନେକ ପୋଷ୍ଟରେ ମଧ୍ୟ ଦାବି କରାଯାଇଛି ଯେ ଦୃଶ୍ୟମାନ ହେଉଥିବା ସୁରକ୍ଷାକର୍ମୀଙ୍କ ହାତ ପ୍ରକୃତ ନୁହେଁ ନକଲି। ବରଂ ସେମାନେ ପ୍ରକୃତ ହାତକୁ ଲୁଚାଇ ରଖିଥାନ୍ତି।

ସୋସିଆଲ ମିଡିଆ ଦାବି ଅନୁଯାୟୀ ସୁରକ୍ଷାକର୍ମୀଙ୍କୁ ନକଲି ହାତ ଦିଆଯାଉଛି ଯାହା ଦ୍ୱ।ରା ସେମାନଙ୍କର ପ୍ରକୃତ ହାତର ଗତିବିଧିକୁ କେହି ବୁଝି ପାରିବେ ନାହିଁ। ଏହା ସହିତ କୁହାଯାଇଛି ଯେ ଏହି ପରିସ୍ଥିତିରେ ସୁରକ୍ଷାର୍କମୀମାନେ ସର୍ବଦା ବନ୍ଧୁକକୁ ପ୍ରକୃତ ହାତରେ ଧରିଥାନ୍ତି , ଯାହାଦ୍ୱାରା କୌଣସି ପ୍ରତିକୂଳ ପରିସ୍ଥିତିରେ ରାଷ୍ଟ୍ରପତିଙ୍କୁ ତୁରନ୍ତ ସୁରକ୍ଷା ପ୍ରଦାନ କରାଯାଇପାରିବ। ସେଥିପାଇଁ ଆକ୍ରମଣକାରୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଏହି କୌଶଳ ବ୍ୟବହୃତ ହୋଇଥାଏ।

ତେବେ ଏହି ଦାବିଗୁଡ଼ିକରେ କେତେ ସତ୍ୟ ଅଛି। ରଏଟର୍ସରେ ଏହା ଉପରେ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି ଏବଂ ଯେଉଁଥିରେ ଏହି ତଥ୍ୟଗୁଡ଼ିକୁ ଭୁଲ କୁହାଯାଇଛି। ରଏଟର୍ସର ଫ୍ୟାକ୍ଟ ଚେକ ରିପୋର୍ଟ ଅନୁଯାୟୀ, ଏହିପରି କିଛି ନାହିଁ ଏବଂ ଏହା ଅନେକ ଭିଡିଓରେ ଶେୟାର କରାଯାଇଛି। ମାତ୍ର ସୁରକ୍ଷାକର୍ମୀମାନେ ନକଲି ହାତ ବ୍ୟବହାର କରନ୍ତି ନାହିଁ। ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆରେ ଶେୟାର କରାଯାଉଥିବା ଏହି ସୂଚନା ଭୁଲ ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ବାଇକ ଦୁର୍ଘଟଣା, ଦୁଇ ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୧।୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ତେବେ ଏଥରେ ଦୁଇ ବାଇକ ଆରୋହୀଙ୍କ…

ଡିସ୍‌କାଉଣ୍ଟ ଦେବାରୁ ଚଢ଼ାଉ, ଔଷଧର ମାନ ନେଇ ପ୍ରଶ୍ନ କଲା ସଂଘ, ଲାଇସେନ୍ସ ଅଛି କହି…

ବଲାଙ୍ଗୀର,୧୧ା୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ବୁଧବାର ଏକ ଅଜବ ଘଟଣା ଘଟିଛି। ଜଣେ ଔଷଧ ଦୋକାନୀ କ୍ରେତାଙ୍କୁ ଅଧିକ ଡିସ୍‌କାଉଣ୍ଟ ଦେବାରୁ ତାଙ୍କ ଔଷଧର ମାନ…

ଟ୍ରେନରେ ବିନା ବୁକିଙ୍ଗରେ କ୍ୱିଣ୍ଟାଲ କ୍ୱିଣ୍ଟାଲ ବରକୋଳି ଚାଲାଣ, ରେଳ କର୍ତ୍ତୃପକ୍ଷ ନିରବ

କେସିଙ୍ଗା,୧୧।୨(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା, ନର୍ଲା, ରୁପ୍ରା, ଲାଞ୍ଜିଗଡ଼, ଟିଟିଲାଗଡ଼ ଆଦି ରେଲୱେ ଷ୍ଟେସନରୁ ଆନ୍ଧ୍ରପ୍ରଦେଶର ବରକୋଳି ବ୍ୟବସାୟିମାନେ ବିନା ଟିକେଟରେ ଜିନିଷ…

ତ୍ରିକୋଣୀୟ ପ୍ରେମରୁ ସତ୍ୟବ୍ରତଙ୍କୁ ହତ୍ୟା, ଲିଜାଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌…

ଭୁବନେଶ୍ୱର,୧୧ା୨: ଭୁବନେଶ୍ୱର ନୀଳାଦ୍ରିବିହାର ସତ୍ୟବ୍ରତ ପ୍ରଧାନଙ୍କ ହତ୍ୟା ଉପରୁ ପର୍ଦ୍ଦା ହଟାଇଛି ପୋଲିସ। ତ୍ରିକୋଣୀୟ ପ୍ରେମରୁ ହତ୍ୟା ବୋଲି ସ୍ପଷ୍ଟ କରିଛନ୍ତି ଏସିପି ସୋନାଲ ସିଂ ପରମାର।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

ରାମାୟଣ ନିର୍ଦ୍ଦେଶକଙ୍କୁ ଝୁରୁଛନ୍ତି ଅଞ୍ଚଳବାସୀ, ୫୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଅବିଭକ୍ତ ଗଞ୍ଜାମ ଜିଲାର ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ଦାମୋଦର ବାଡ଼ତ୍ୟା (ଦାମ ମାଷ୍ଟ୍ର)ଙ୍କ ୮୫ ବର୍ଷ ବୟସରେ ତାଙ୍କ ପୈତୃକ ଗ୍ରାମ…

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ରାଜ୍ୟରେ ହାତୀ ସଂଖ୍ୟା ବଢ଼ିବା…

ଭୁବନେଶ୍ବର,୧୧।୨: ଦିନକୁ ଦିନ ହାତୀ ଆକ୍ରମଣରେ ମନୁଷ୍ୟଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ତେବେ ଆଜି…

ଟି-୨୦ ବିଶ୍ୱକପ୍‌ରେ ପ୍ରଥମ: ଦକ୍ଷିଣ ଆଫ୍ରିକା-ଆଫଗାନିସ୍ତାନ ମଧ୍ୟରେ ୨ ସୁପର ଓଭର, ଜାଣନ୍ତୁ କିଏ ମାରିଲା ବାଜି

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦରେ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ରୋମାଞ୍ଚକ ମ୍ୟାଚ୍ ଖେଳା ଯାଇଥିଲ। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri