ଆମେରିକା ରାଷ୍ଟ୍ରପତି ନିର୍ବାଚନ: ଏଥର ପୁଣି ଟ୍ରମ୍ପ୍‌-ବାଇଡେନ୍‌ ଲଢ଼େଇ…

ଓ୍ବାଶିଂଟନ୍‌,୭।୩: ଆମେରିକା ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ରିପବ୍ଲିକାନ୍‌ ପାର୍ଟିରୁ ହେବା ଦୌଡ଼ରୁ ବୁଧବାର ଭାରତୀୟ ବଂଶୋଦ୍ଭବ ନିକ୍କି ହାଲି ଓହରିଯାଇଛନ୍ତି। ଫଳରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ରିପବ୍ଲିକାନ୍‌ ପାର୍ଟିରୁ ପୁନର୍ବାର ପ୍ରାର୍ଥୀ ହେବା ନିଶ୍ଚିତ ହୋଇଛି। ଆସନ୍ତା ନଭେମ୍ବରରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍‌ ଓ ତାଙ୍କ ଡେମୋକ୍ରାଟିକ୍‌ ଚ୍ୟାଲେଞ୍ଜର ଜୋ ବାଇଡେନ୍‌ ପୁଣି ଥରେ ପରସ୍ପର ସହ ପ୍ରତିଦ୍ୱନ୍ଦ୍ୱିତା କରିବେ।

ସାଉଥ୍‌ କ୍ୟାରୋଲିନାର ପୂର୍ବତନ ଗଭର୍ନର ତଥା ଜାତିସଂଘକୁ ପ୍ରାକ୍ତନ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ରାଷ୍ଟ୍ରଦୂତ ଥିବା ନିକ୍କି ହାଲି ଚାର୍ଲେଷ୍ଟନ୍‌ ସୁପର ଟିଉଜ୍‌ଡେ’ରେ ପରାଜୟର ଦିନକ ପରେ ଏହି ଘୋଷଣା କରିଛନ୍ତି। ଚାର୍ଲେଷ୍ଟନ୍‌ରେ ୧୫ ରିପବ୍ଲିକାନ୍‌ଙ୍କ ମଧ୍ୟରୁ ୧୪ ଜଣ ଟ୍ରମ୍ପ୍‌ଙ୍କ ପ୍ରାର୍ଥିତ୍ୱ ସପକ୍ଷରେ ଭୋଟ ଦେଇଥିଲେ। ୨୦୨୪ ପ୍ରାଇମେରି କ୍ୟାଲେଣ୍ଡରରେ ଏହା ଥଲା ସବୁଠୁ ବଡ଼ ଚ୍ୟାଲେଞ୍ଜ, ଯେଉଁଠି ଏକ-ତୃତୀୟାଂଶରୁ ଅଧିକ ରିପବ୍ଲିକାନ୍‌ ଡେଲିଗେଟ୍‌ ଉପସ୍ଥିତ ଥିଲେ।

ଏନେଇ ହାଲି କହିଛନ୍ତି, ବର୍ତ୍ତମାନ ନିଜ କ୍ୟାମ୍ପେନ୍‌ ବନ୍ଦ କରିବା ସମୟ ଆସିଛି। ଏଥିପାଇଁ ସେ ଅନୁତପ୍ତ ନୁହନ୍ତି। ଟ୍ରମ୍ପ୍‌ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଛି। କିନ୍ତୁ ସେ ଟ୍ରମ୍ପ୍‌ଙ୍କୁ ସମର୍ଥନ କରିବା ବିଷୟ ଘୋଷଣା କରିନାହାନ୍ତି। ହାଲି କହିଛନ୍ତି, ଦଳ ଭିତରୁ ଓ ବାହାରୁ ସମର୍ଥନ ଯୋଗାଡ଼କରିବା ଏବେ ଟ୍ରମ୍ପ୍‌ଙ୍କ କାମ। ଏଥିରେ ସେ ସଫଳ ମଧ୍ୟ ହୋଇପାରନ୍ତି। ତେବେ ଆମେରିକାର ବୈଶ୍ୱିକ ନେତୃତ୍ୱ ବଜାୟ ରଖିବା ବର୍ତ୍ତମାନ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ୫୨ ବର୍ଷୀୟା ହାଲି ନିଜ ପ୍ରଚାର ଅଭିଯାନ ବେଳେ ରୁଷିଆର ଆକ୍ରମଣ ବିରୋଧରେ ୟୁକ୍ରେନ୍‌ର ଆମତ୍ରକ୍ଷା କ୍ଷେତ୍ରରେ ଆମେରିକାର ସହାୟତା ପ୍ରସଙ୍ଗ ଉଠାଇଥିଲେ। ଦୌଡ଼ରୁ ହାଲି ଓହରିବା ପରେ ତାଙ୍କ ପୂର୍ବତନ ବସ୍‌ ୭୭ ବର୍ଷୀୟ ଟ୍ରମ୍ପ୍‌ ଓ ୮୧ ବର୍ଷୀୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନର୍ବାର ହ୍ବାଇଟ୍‌ ହାଉସ୍‌ ଦୌଡ଼ରେ ସାମ୍ନାସାମ୍ନି ହୋଇଛନ୍ତି। ସର୍ବେକ୍ଷଣ ସଂସ୍ଥାଗୁଡ଼ିକ ବର୍ତ୍ତମାନ ଉଭୟ ପ୍ରତିଦ୍ୱନ୍ଦ୍ୱୀଙ୍କ ନିମ୍ନ ଅନୁମୋଦନ ରେଟିଂକୁ ଦର୍ଶାଉଛନ୍ତି। ବାଇଡେନ୍‌ ଟ୍ରମ୍ପ୍‌ଙ୍କୁ ଆମେରିକାର ଗଣତାନ୍ତ୍ରିକ ସିଦ୍ଧାନ୍ତ ପ୍ରତି ବିପଦ ବୋଲି ଦର୍ଶାଉଥିବାବେଳେ ଟ୍ରମ୍ପ୍‌ ନିଜ ଚ୍ୟାଲେଞ୍ଜରଙ୍କୁ ୨୦୨୦ର ପ୍ରତିଶ୍ରୁତି ପାଳନ କରିବାକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri