ଆମେରିକା ରାଷ୍ଟ୍ରପତି ନିର୍ବାଚନ ୨୦୨୪

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ମାତ୍ର ୯ ଦିନ ବାକି। ହ୍ବାଇଟ୍‌ ହାଉସ୍‌ ପାଇଁ ୨ ପ୍ରତିଦ୍ୱନ୍ଦ୍ୱୀ ଉପରାଷ୍ଟ୍ରପତି କମଲା ହାରିସ୍‌ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ପ୍ରସ୍ତୁତ। ଯୁଦ୍ଧଭୂମିରେ ଝୁଲା ରାଜ୍ୟଗୁଡ଼ିକ ଫଳାଫଳକୁ ବହୁଳ ମାତ୍ରାରେ ପ୍ରଭାବିତ କରିବା ସମ୍ଭାବନା ଥିବାରୁ କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସଙ୍କେତ ମିଳିଛି।

ଓ୍ବାଶିଂଟନ୍‌,୨୭ା୧୦

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିଜ ଖରାପ ସ୍ବାସ୍ଥ୍ୟ ଓ ଦୁର୍ବଳ ପ୍ରଦର୍ଶନ ଯୋଗୁ ଜୁନ୍‌ ୨୭ରେ ପୁନଃ ନିର୍ବାଚିତ ହେବା ଦୌଡ଼ରୁ ଓହରିଯାଇ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ଡେମୋକ୍ରାଟିକ୍‌ ନୋମିନି ହେବା ପାଇଁ ବାଟ ଛାଡ଼ିଦେଇଥିଲେ। ନଭେମ୍ବର ୫ରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ପ୍ରାୟ ୨୪୪ ନିୟୁତ ଯୋଗ୍ୟ ଭୋଟର ମତଦାନ କରିପାରିବେ। ୨୦୨୦ ନିର୍ବାଚନରେ ଯୋଗ୍ୟ ବିବେଚିତ ଭୋଟରଙ୍କ ମଧ୍ୟରୁ ପ୍ରାୟ ଦୁଇ-ତୃତୀୟାଂଶ ମତଦାନ କରିଥିଲେ। ୨୦୨୪ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୦ରୁ ଇନ୍‌-ପର୍ସନ ଭୋଟିଂ ଆରମ୍ଭ ହୋଇଛି। ଆମେରିକୀୟ ଭୋଟରମାନେ ଆଗୁଆ ଭୋଟିଂ ସୁବିଧାର ଫାଇଦା ନେଇ ବହୁସଂଖ୍ୟାରେ ମତଦାନ କରିବାରେ ଲାଗିଛନ୍ତି। ୪୭ ରାଜ୍ୟ ଓ କୋଲମ୍ବିଆ ଡିଷ୍ଟ୍ରିକ୍ଟରେ ଏହି ଆର୍ଲି ଭୋଟିଂ ବିକଳ୍ପ ଉପଲବ୍ଧ। ତେବେ ମିସିସିପି, ଅଲାବାମା ଓ ନ୍ୟୁ ହମ୍ପଶାୟାରରେ ମେଲ୍‌-ଇନ୍‌ ବାଲଟ୍‌ ସୁବିଧା ନ ଥିବାରୁ ଏହି ରାଜ୍ୟର ଭୋଟରଙ୍କୁ ପୋଲିଂ ଷ୍ଟେଶନକୁ ଯିବାକୁ ପଡ଼ିବ।
ପ୍ରତିଦ୍ୱନ୍ଦ୍ୱୀଙ୍କ ପ୍ରତିଶ୍ରୁତି
ହାରିସ୍‌ କହିଛନ୍ତି, ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ପ୍ରଥମ ଦିନରୁ ହିଁ କାର୍ଯ୍ୟରତ ପରିବାରଗୁଡ଼ିକ ପାଇଁ ଖାଦ୍ୟ ଓ ଘର ମୂଲ୍ୟ ହ୍ରାସ ଦିଗରେ କାର୍ଯ୍ୟ କରିବେ। ଗ୍ରୋସେରି ଦରଦାମ୍‌ ଉପରେ ନିୟନ୍ତ୍ରଣ ଏବଂ ପ୍ରଥମ ଥର ଘର କିଣୁଥିବା ଲୋକଙ୍କୁ ସହଯୋଗ କରିବା ନେଇ ସେ ଯୋଜନା କରୁଛନ୍ତି।
ବାଇଡେନ୍‌ଙ୍କ ରାଷ୍ଟ୍ରପତିତ୍ୱରେ ମୁଦ୍ରାସ୍ଫୀତି ବଢ଼ିଛି। ବିଶେଷକରି କୋଭିଡ୍‌ ପରବର୍ତ୍ତୀ ସମୟରେ ୟୁକ୍ରେନ୍‌ ଯୁଦ୍ଧ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ ଆଣି ଟ୍ରମ୍ପ୍‌ ‘ମୁଦ୍ରାସ୍ଫୀତିରେ ଅଙ୍କୁଶ ଲଗାଇ ଆମେରିକାକୁ ପୁନର୍ବାର ବ୍ୟୟସାପେକ୍ଷ କରିବା’ ପାଇଁ ଶପଥ ନେଇଛନ୍ତି। ସୁଧହାର କମାଇ ବେଆଇନ ଭାବେ ବସବାସ କରୁଥିବା ଲୋକଙ୍କୁ ପ୍ରତ୍ୟର୍ପଣ କରାଗଲେ ଦେଶକୁ ହାଉସିଂ ଚାପରୁ ମୁକ୍ତ କରାଯାଇପାରିବ ବୋଲି ଟ୍ରମ୍ପ୍‌ ମତ ଦେଇଛନ୍ତି। ଅନ୍ୟପକ୍ଷେ ଆମଦାନୀ ଉପରେ ଟିକସ ବଢ଼ାଇବା ନେଇ ଟ୍ରମ୍ପ୍‌ଙ୍କ ଯୋଜନା ଦରଦାମ୍‌ ବୃଦ୍ଧିର କାରଣ ହୋଇପାରେ ବୋଲି ଅର୍ଥନୀତିଜ୍ଞମାନେ ସତର୍କ କରାଇଛନ୍ତି।
ଝୁଲା ରାଜ୍ୟ
ଆମେରିକା ନିର୍ବାଚନଗୁଡ଼ିକରେ ମୁଖ୍ୟତଃ ୭ଟି ରାଜ୍ୟକୁ ‘ସ୍ବିଙ୍ଗ୍‌ ଷ୍ଟେଟ୍‌’ କୁହାଯାଏ। ଏହି ରାଜ୍ୟଗୁଡ଼ିକର ଭୋଟର ନିର୍ଦ୍ଦିଷ୍ଟ ଭାବେ କୌଣସି ଦଳ ସପକ୍ଷରେ ମତଦାନ କରି ନ ଥାଆନ୍ତି।
ଆରିଜୋନା (ଇଲେକ୍ଟୋରାଲ ଭୋଟ: ୧୧): ଜାତୀୟ ଅପ୍ରବାସନ ବିତର୍କରେ ଏହି ରାଜ୍ୟ ଏକ ମୁଖ୍ୟ ବେଟେଲଗ୍ରାଉଣ୍ଡ୍‌ ପାଲଟିଛି। ନିକଟରେ ସୀମା ଅତିକ୍ରମ ରେକର୍ଡ ଉଚ୍ଚତାରୁ ଖସିଥିଲେ ମଧ୍ୟ ଭୋଟରଙ୍କ ପାଇଁ ଶରଣାର୍ଥୀ ସମସ୍ୟା ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି। ସେହିପରି ଆରିଜୋନାରେ ୧୬୦ ବର୍ଷ ତଳେ ସମ୍ପୂର୍ଣ୍ଣ ନିଷିଦ୍ଧ ଘୋଷିତ ଗର୍ଭପାତ ଅଧିକାରକୁ ପୁନଃ ଅବସ୍ଥାପିତ କରିବା ନେଇ ରିପବ୍ଲିକାନ୍‌ ପାର୍ଟିର ବିଫଳ ଉଦ୍ୟମ ପରିପ୍ରେକ୍ଷୀରେ ଆବର୍ଶନ ଏକ ବିତର୍କିତ ପ୍ରସଙ୍ଗ ପାଲଟିଛି।
ଜର୍ଜିଆ (ଇଲେକ୍ଟୋରାଲ ଭୋଟ: ୧୬): ଏହି ରାଜ୍ୟର ଲୋକସଂଖ୍ୟାର ଏକ-ତୃତୀୟାଂଶ ହେଉଛନ୍ତି ଆଫ୍ରିକୀୟ-ଆମେରିକୀୟ। ଏମାନେ ୨୦୨୦ରେ ବାଇଡେନ୍‌ଙ୍କ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ। ଜର୍ଜିଆର ଜନସଂଖ୍ୟାତତ୍ତ୍ୱ ନିର୍ବାଚନରେ ବଡ଼ ଉଠାପକା କରିଥାଏ।
ନର୍ଥ କାରୋଲିନା (ଇଲେକ୍ଟୋରାଲ ଭୋଟ: ୧୬): ହାରିସ୍‌ ଡେମୋକ୍ରାଟିକ୍‌ ଟିକେଟରେ ଆଗୁଆ ରହିବା ପରଠାରୁ ଅନେକ ବିଶ୍ଳେଷକ ନର୍ଥ କାରୋଲିନାକୁ ‘ଟସ୍‌-ଅପ୍‌’ ଷ୍ଟେଟ୍‌ ମାନ୍ୟତା ଦେଉଛନ୍ତି। ଗତ ଜୁଲାଇରେ ଟ୍ରମ୍ପ୍‌ଙ୍କୁ ହତ୍ୟା ଉଦ୍ୟମ କରାଯିବା ପରେ ସେ ଏହି ରାଜ୍ୟରେ ନିଜର ପ୍ରଥମ ଆଉଟ୍‌ଡୋର ରାଲି କରିବାକୁ ନିଷ୍ପତ୍ତି ନେଇଥିଲେ।
ପେନ୍‌ସିଲଭାନିଆ (ଇଲେକ୍ଟୋରାଲ ଭୋଟ: ୧୧): ଜୋ ବାଇଡେନ୍‌ଙ୍କୁ ରାଷ୍ଟ୍ରପତି କରାଇବାରେ ପେନ୍‌ସିଲଭାନିଆ ଭୋଟରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ୨୦୧୬ରେ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ରାଷ୍ଟ୍ରପତି ନିର୍ବାଚିତ ହେବା ପୂର୍ବରୁ ଡେମୋକ୍ରାଟିକ୍‌ ପ୍ରାର୍ଥୀମାନେ ଏଠାରୁ ବିଜୟୀ ହେବାର ଇତିହାସ ରହିଆସିଥିଲା।
ନେଭାଦା (ଇଲେକ୍ଟୋରାଲ ଭୋଟ: ୬): ୭ ସ୍ବିଙ୍ଗ୍‌ ଷ୍ଟେଟ୍‌ ମଧ୍ୟରୁ ସବୁଠୁ କମ୍‌ ଇଲେକ୍ଟୋରାଲ ଭୋଟ୍‌ ଥିବା ସତ୍ତ୍ୱେ ନେଭାଦାକୁ ରାଷ୍ଟ୍ରପତି ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ବାଇଡେନ୍‌ଙ୍କ ୨୦୨୦ ବିଜୟ ଏହି ସିଲ୍‌ଭର ଷ୍ଟେଟ୍‌ରେ ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କ ଲଗାତର ଚତୁର୍ଥ ଭିକ୍ଟ୍ରି ଥିଲା। କିନ୍ତୁ ୨୦୧୬ ତୁଳନାରେ ୨୦୨୦ର ଭୋଟ ବ୍ୟବଧାନ ହ୍ରାସ ପାଇଥିଲା।
ଓ୍ବିସ୍କୋନ୍‌ସିନ (ଇଲେକ୍ଟୋରାଲ ଭୋଟ: ୧୦): ଓ୍ବିସ୍କୋନ୍‌ସିନ ୨୦୧୬ ଓ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ନେଇଥିଲା। ଉଭୟ ଥର ବିଜୟୀ ପ୍ରାର୍ଥୀ ୨୦,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିଲେ। ବିଶ୍ଳେଷକଙ୍କ ମତରେ ଓ୍ବିସ୍କୋନ୍‌ସିନ ଭଳି ରାଜ୍ୟରେ ଡେମୋକ୍ରାଟିକ୍‌ ପାର୍ଟି ଓ ରିପବ୍ଲିକାନ୍‌ ପାର୍ଟି ବିରୋଧରେ ପ୍ରଚାର କରୁଥିବା ତୃତୀୟ ଦଳ ପ୍ରାର୍ଥୀ ଫଳାଫଳକୁ ବିଶେଷ ପ୍ରଭାବିତ କରିପାରନ୍ତି।
ମିଶିଗାନ୍‌ (ଇଲେକ୍ଟୋରାଲ ଭୋଟ: ୧୫): ଗ୍ରେଟ୍‌ ଲେକ୍ସ ଷ୍ଟେଟ୍‌ ଗତ କିଛି ଦଶନ୍ଧିରେ ଡେମୋକ୍ରାଟିକ୍‌ ପ୍ରାର୍ଥୀଙ୍କୁ ସମର୍ଥନ କରିଛି। ୨୦୨୦ରେ ପେନ୍‌ସିଲଭାନିଆ ଓ ଓ୍ବିସ୍କୋନ୍‌ସିନ ସହ ମିଶିଗାନ୍‌ ମିଶି ବାଇଡେନ୍‌ଙ୍କ ପାଇଁ ‘ବ୍ଲ୍ୟୁ ଓ୍ବାଲ୍‌’ ନିର୍ମାଣ କରିଥିଲା। କିନ୍ତୁ ଏହା ପୂର୍ବରୁ ୨୦୧୬ରେ ଟ୍ରମ୍ପ୍‌ ହିଲାରୀ କ୍ଲିଣ୍ଟନ୍‌ଙ୍କୁ ଉକ୍ତ ୩ ରାଜ୍ୟରେ ହରାଇ ଦେଇଥିଲେ।

୨୦୨୪ ସେପ୍ଟେମ୍ବର ୧୦: ଡୋନାଲ୍ଡ ଟ୍ରମ୍ପ୍‌ ଓ କମଲା ହାରିସ୍‌ ପ୍ରଥମ ପ୍ରେସିଡେନ୍ସିଆଲ ଡିବେଟ୍‌ରେ ମୁହଁାମୁହଁି ହୋଇଥିଲେ।
ଅକ୍ଟୋବର ୧: ଉପରାଷ୍ଟ୍ରପତି ନିର୍ବାଚନ ଲାଗି ଆୟୋଜିତ ବିତର୍କରେ ମିନେସୋଟାର ଡେମୋକ୍ରାଟିକ୍‌ ଗଭର୍ନର ଟିମ୍‌ ଓ୍ବାଲ୍‌ଜ ଏବଂ ଓହିଓର ରିପବ୍ଲିକାନ୍‌ ସିନେଟର ଜେ.ଡି. ଭାନ୍ସ ଭାଗ ନେଇଥିଲେ।
ନଭେମ୍ବର ୫: ଆମେରିକାର ଭୋଟରମାନେ ବାଲଟ୍‌ ଜରିଆରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ କରିବେ।
ନଭେମ୍ବର ୨୫: ୧୭ ରାଜ୍ୟ ଓ କୋଲମ୍ବିଆ ଡିଷ୍ଟ୍ରିକ୍ଟ ପାଇଁ ପୋଷ୍ଟାଲ ଭୋଟ ଗ୍ରହଣର ଶେଷ ଦିନ।
ଡିସେମ୍ବର ୧୧: ପ୍ରତ୍ୟେକ ରାଜ୍ୟର ଇଲେକ୍ଟରମାନେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିବା ପାଇଁ ଆନୁଷ୍ଠାନିକ ଭାବେ ଭୋଟ ଦେବେ।
ଡିସେମ୍ବର ୧୭: ୫୩୮ ଇଲେକ୍ଟୋରାଲ କଲେଜ ଭୋଟ ଓ୍ବାଶିଂଟନ୍‌ରେ ପହଞ୍ଚତ୍ବାର ଶେଷ ତାରିଖ।
୨୦୨୫ ଜାନୁଆରୀ ୬: କଂଗ୍ରେସରେ ଇଲେକ୍ଟୋରାଲ କଲେଜ ଭୋଟଗୁଡ଼ିକୁ ଆନୁଷ୍ଠାନିକ ଭାବେ ଗଣତି କରାଯିବ।
ଜାନୁଆରୀ ୨୦: ନିର୍ବାଚିତ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଶପଥ ନେବେ।

କ’ଣ କହୁଛି ସର୍ଭେ

ଏମର୍ସନ କଲେଜ ପୋଲିଂ ପକ୍ଷରୁ ଶନିବାର ଜାରି କରାଯାଇଥିବା ସର୍ଭେ ଅନୁସାରେ ଉଭୟ ଡେମୋକ୍ରାଟ୍‌ କମଲା ହାରିସ୍‌ ଏବଂ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସପକ୍ଷରେ ୪୯% ମତଦାତା ରହିଛନ୍ତି। ଅକ୍ଟୋବର ୨୩-୨୪ରେ କରାଯାଇଥିବା ଏହି ସର୍ବେକ୍ଷଣ ଦର୍ଶାଉଛି ଯେ, ହାରିସ୍‌ଙ୍କ ପ୍ରଦର୍ଶନ ଟ୍ରମ୍ପ୍‌ଙ୍କ ତୁଳନାରେ ଉନ୍ନତ ହେବାରେ ଲାଗିଛି। ପୂର୍ବ ସପ୍ତାହରେ ଟ୍ରମ୍ପ୍‌ଙ୍କ ସପକ୍ଷରେ ୪୯% ଓ ହାରିସ୍‌ଙ୍କ ସମର୍ଥନରେ ୪୮% ଭୋଟର ରହିଥିବା କୁହାଯାଇଥିଲା। ଏମର୍ସନ କଲେଜ ପୋଲିଂ ଏକ୍‌ଜିକ୍ୟୁଟିଭ୍‌ ଡାଇରେକ୍ଟର ସ୍ପେନ୍‌ସର କିମ୍ବାଲ୍ଲ କହିଛନ୍ତି, ୨୦୨୦ରେ ଟ୍ରମ୍ପ୍‌ଙ୍କ ସପକ୍ଷରେ ୪୨% ପୁରୁଷ ଭୋଟର ମତ ଦେଇଥିବାବେଳେ ଆଗାମୀ ନିର୍ବାଚନରେ ୧୩ ପଏଣ୍ଟ ବୃଦ୍ଧି ପାଇ ୫୫ ପ୍ରତିଶତକୁ ଛୁଇଁଛି। ଅନ୍ୟପକ୍ଷେ ୨୦୨୦ରେ ଜୋ ବାଇଡେନ୍‌ଙ୍କୁ ୪୪% ମହିଳା ସମର୍ଥନ କରିଥିଲେ। ଏଥର ହାରିସ୍‌ଙ୍କ ସପକ୍ଷରେ ଆଉ ୧୦ ପଏଣ୍ଟ ବୃଦ୍ଧି ପାଇ ମହିଳା ଭୋଟରଙ୍କ ସମର୍ଥନ ହାର ୫୪%କୁ ଛୁଇଁଛି। ତେବେ ଆଗାମୀ ନିର୍ବାଚନରେ ଟ୍ରମ୍ପ୍‌ଙ୍କ ବିଜୟ ନେଇ ୫୦% ଆମେରିକୀୟ ନିଶ୍ଚିତ ଥିବାବେଳେ ହାରିସ୍‌ ଜିତିବେ ବୋଲି ୪୯% ଆଶାବାଦୀ ଥିବା ସଦ୍ୟ ସର୍ବେକ୍ଷଣରୁ ଜଣାପଡ଼ିଛି।

ଆମେରିକୀୟ ପୁରୁଷ ଓ ନିଷ୍ପତ୍ତି ନେଇ ନ ଥିବା ଭୋଟରମାନେ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଲା ହାରିସ୍‌ଙ୍କୁ ଜିତାଇ ଦେଶର ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରନ୍ତୁ। ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଭୋଟ ଦେବାର ତାତ୍ପର୍ଯ୍ୟ ହେଉଛି ମହିଳାଙ୍କ ବିରୋଧରେ ମତଦାନ। ଟ୍ରମ୍ପ୍‌ ଜିତିଲେ ତାଙ୍କ ନୀତି ଓ ନିଷ୍ପତ୍ତିଗୁଡ଼ିକ କେବଳ ମହିଳାଙ୍କୁ ପ୍ରଭାବିତ କରିବ ନାହିଁ, ଏହାର ଦୁଷ୍ପରିଣାମ ସେମାନଙ୍କ ପୁଅମାନେ ମଧ୍ୟ ଭୋଗିବେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

ଜୀରାନଦୀ ଜଳ ହେବ ସ୍ବଚ୍ଛ: ୧୭୮.୫୦ କୋଟି ଟଙ୍କାର ଏସଟିପି ପ୍ରକଳ୍ପ ପାଇଁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ବରଗଡ଼,୨୧।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ମଧ୍ୟ ଦେଇ ପ୍ରବାହିତ ଜୀରାନଦୀକୁ ପ୍ରଦୂଷଣମୁକ୍ତ କରିବା ଏବଂ ସହରର ବ୍ୟବହୃତ ଜଳ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ…

ଧାରଣାସ୍ଥଳରୁ ରାହୁଲ କଲେ ବଡ଼ ଘୋଷଣା, ଏବେଠୁ ମୁଁ… ରାଜନୀତିରେ ହଲଚଲ

ନୂଆଦିଲ୍ଲୀ,୨୧।୭: ମଙ୍ଗଳବାର ନିଟ୍ (NEET) ପେପର ଲିକ୍ ମାମଲାରେ କକରୋଚ ଜନତା ପାର୍ଟି ଏବଂ ଦେଶବାସୀଙ୍କ ବିରୋଧ ପ୍ରଦର୍ଶନ ଜାରି ରହିଛି। ଏଥିରେ ଏବେ କଂଗ୍ରେସ ନେତା…

ଥମୁନି ଦାଦନ ଦୁଃଖ, ସର୍ଦ୍ଦାର, ମାଲିକଙ୍କ ବିରୋଧରେ ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ନୂଆପଡ଼ା,୨୧ା୭ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ଦାଦନ ଦୁଃଖ ଥମିବା ନାଁ ନେଉନାହିଁ। ସରକାରୀସ୍ତରରେ ଶ୍ରମ ଦିବସ ସୃଷ୍ଟି କରାଯାଇ ଶ୍ରମିକଙ୍କୁ କାମ ଯୋଗାଇବା ପାଇଁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri