ଗାଜାରେ ଖୁବ୍‌ଶୀଘ୍ର ପ୍ରତିଷ୍ଠା ହେବ ଶାନ୍ତି! ବଡ଼ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ୍‌,୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଏବଂ ହମାସ ଆମେରିକା ଦ୍ୱାରା ମଧ୍ୟସ୍ଥତା କରାଯାଇଥିବା ଏକ ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହି ଚୁକ୍ତି ଗାଜାରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଶତ୍ରୁତା ବନ୍ଦ ହେବା ଫଳରେ ବନ୍ଦୀମାନଙ୍କୁ ମୁକ୍ତ କରାଯିବ। ହମାସ ଗୁରୁବାର (ଅକ୍ଟୋବର ୯) ଇଜିପ୍ଟରେ ସ୍ବାକ୍ଷରିତ ଏହି ଚୁକ୍ତିନାମାକୁ ଅନୁମୋଦନ କରିଛି।

ରାଷ୍ଟ୍ରପତି ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥଆଉଟରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, “ମୁଁ ଘୋଷଣା କରି ବହୁତ ଗର୍ବ ଅନୁଭବ ହେଉଛି ଯେ ଇସ୍ରାଏଲ ଏବଂ ହମାସ ଉଭୟ ଆମର ଶାନ୍ତି ଯୋଜନାର ପ୍ରଥମ ପର୍ଯ୍ୟାୟରେ ସହମତ ହୋଇଛନ୍ତି। ଏହାର ଅର୍ଥ ହେଉଛି ସମସ୍ତ ବନ୍ଧକଙ୍କୁ ବହୁତ ଶୀଘ୍ର ମୁକ୍ତ କରାଯିବ, ଏବଂ ଇସ୍ରାଏଲୀ ସେନା ଏକ ନିର୍ଦ୍ଦିଷ୍ଟ ସୀମାକୁ ପ୍ରତ୍ୟାହାର କରିବେ। ଏହା ସ୍ଥାୟୀ ଶାନ୍ତି ଦିଗରେ ପ୍ରଥମ ପଦକ୍ଷେପ।

ସେ କହିଛନ୍ତି, ସମସ୍ତ ପକ୍ଷଙ୍କ ସହିତ ନ୍ୟାୟପୂର୍ଣ୍ଣ ବ୍ୟବହାର କରାଯିବ। ଏହା ଆରବ ଏବଂ ମୁସଲିମ ବିଶ୍ୱ, ଇସ୍ରାଏଲ, ସମସ୍ତ ପଡ଼ୋଶୀ ଦେଶ ଏବଂ ଆମେରିକା ପାଇଁ ଏକ ବଡ଼ ଦିନ। ଆମେ କାତାର, ମିଶର ଏବଂ ତୁର୍କୀର ମଧ୍ୟସ୍ଥିମାନଙ୍କୁ ଧନ୍ୟବାଦ ଦେଉଛୁ ଯେଉଁମାନେ ଏହି ଐତିହାସିକ ସଫଳତାକୁ ସମ୍ଭବ କରିବାରେ ଆମକୁ ସାହାଯ୍ୟ କରିଛନ୍ତି।

Dharitri – The Most Trusted Odia Daily of Odisha


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜରେ ମହାଯୁଦ୍ଧର କାଉଣ୍ଟଡାଉନ୍‌! ଆମେରିକା ଆରମ୍ଭ କରିବାକୁ ଯାଉଛି ସବୁଠୁ ବଡ଼ ଅପରେଶନ…

ନୂଆଦିଲ୍ଲୀ/ତେହେରାନ,୧।୫: ମଧ୍ୟପ୍ରାଚ୍ୟରେ ଯେକୌଣସି ସମୟରେ ଏକ ବଡ଼ ଧରଣର ବିନାଶ ଦେଖିବାକୁ ମିଳିପାରେ । ଆମେରିକା ଇରାନ ଉପରେ ଏକ ବଡ଼ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବା…

ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା…

ଭୁବନେଶ୍ୱର,୧।୫: ଶ୍ରମିକ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି ଦୈନିକ ମଜୁରୀ ବୃଦ୍ଧି କରିଛନ୍ତି। ଅଣକୁଶଳୀ…

ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ: ୧୫ ବୁଥ୍‌ରେ ପୁନଃ ମତଦାନ ନିର୍ଦ୍ଦେଶ, ଗଣତି ପୂର୍ବରୁ କୋଲକାତାରେ…

କୋଲକାତା,୧।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ରାଜ୍ୟରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ରାଜନୈତିକ ଲଢ଼େଇ ତୀବ୍ର ହେବାରେ ଲାଗିଛି। ମେ ୪ ତାରିଖରେ…

ଆମେରିକା ସହିତ ଉତ୍ତେଜନା ମଧ୍ୟରେ ଇରାନରେ ବଡ଼ ଧରଣର ଫାଟ! ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ହରାଇବେ ପଦ

ତେହରାନ,୧।୫: ଆମେରିକା ସହିତ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇରାନ ଭିତରେ ସବୁକିଛି ଠିକ ଠାକ ଚାଲିଛି କି ନାହିଁ? ଏହାକୁ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି,…

କାଳବୈଶାଖୀ ଆଣିଲା ଆଶ୍ୱସ୍ତି: ୪୦ ଡିଗ୍ରୀ ତଳେ ସବୁ ସହର

ଭୁବନେଶ୍ୱର,୧ା୫: ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇଥିବାରୁ ଲୋକେ ତାତିରୁ ଆଶ୍ୱସ୍ତି ପାଇଛନ୍ତି। ଶୁକ୍ରବାର ମଧ୍ୟାହ୍ନ ୨ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ଉପରେ ରାଜ୍ୟର କୌଣସି…

ଶ୍ରମିକ ଦିବସରେ ପୁରୁଣା କଥାକୁ ମନେ ପକାଇଲେ ଶେଖ ହସିନା, କହିଲେ ଆମେ ଦେଢ ଦଶକରେ ଯାହା କରିଥିଲୁ, ୟୁନୁସ ସରକାର…

ଢାକା,୧।୫: ଶୁକ୍ରବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ, ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ତାଙ୍କ ଦେଶର ବର୍ତ୍ତମାନର ପରିସ୍ଥିତିକୁ ଚିନ୍ତାଜନକ ବୋଲି ବର୍ଣ୍ଣନା କରିଥିଲେ। ହସିନା…

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

‘ମୋର ଗୋଟିଏ କଲ୍‌ରେ ୮ ମହିଳାଙ୍କ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିଲା’ – ଇରାନକୁ ନେଇ କାହିଁକି ବଡ଼ ବଡ଼ ଦାକି କରୁଛନ୍ତି ଟ୍ରମ୍ପ? ଜାଣନ୍ତୁ…

ତେହରାନ,୧।୫: ଗୁରୁବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରିସ୍ଥିତି ସମ୍ପର୍କରେ ଅନେକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri