ଜୋ ବାଇଡେନ ନାତୁଣୀଙ୍କ ସୁରକ୍ଷାରେ ତ୍ରୁଟି, ସନ୍ଦିଗ୍ଧଙ୍କ ଉପରକୁ ଗୁଳି ଚଳାଇଲେ ସିକ୍ରେଟ ସର୍ଭିସ ଏଜେଣ୍ଟ

ନୂଆଦିଲ୍ଲୀ,୧୩ା୧୧: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାତୁଣୀ ନାଓମୀ ବାଇଡେନଙ୍କ ସୁରକ୍ଷାରେ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। କୁହାଯାଉଛି କି ତିନି ଜଣ ଅଜ୍ଞାତ ବ୍ୟକ୍ତି ନାଓମୀଙ୍କ କାର ଝରକା କାଚ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ। ତେବେ ନାଓମୀଙ୍କ ସୁରକ୍ଷାରେ ଥିବା ସିକ୍ରେଟ ସର୍ଭିସ ଏଜେଣ୍ଟ ତୁରନ୍ତ ଗୁଳି କରିବାରୁ ସେମାନେ ଫେରାର ହୋଇଯାଇଥିଲେ।

ରିପୋର୍ଟ ଅନୁଯାୟୀ ସିକ୍ରେଟ ସର୍ଭିସ ଏଜେଣ୍ଟ ବାଇଡେନଙ୍କ ନାତୁଣୀ ନାଓମୀଙ୍କ ସୁରକ୍ଷାରେ ମୁତୟନ ଅଛନ୍ତି। ଘଟଣା ସମାୟାରେ ନାଓମୀ ତାଙ୍କର ସୁରକ୍ଷାକର୍ମୀଙ୍କ ସହିତ ଜର୍ଜଟାଉନରେ ଥିଲେ। ତାଙ୍କର ଏସୟୁଭି କାର ପାର୍କିଂ ଥିବା ସମୟରେ ଏହି ଘଟଣା ଘଟିଥିଲା। ତେବେ ଏହି ମାମଲାରେ ଅଧିକ ସୂଚନା ଏପର୍ଯ୍ୟନ୍ତ ଆସିନାହିଁ।

ନାଓମି ଗତ ବର୍ଷ ନଭେମ୍ବରରେ ତାଙ୍କ ପ୍ରେମିକଙ୍କୁ ବିବାହ କରିଥିଲେ। ୨୯ ବର୍ଷିୟ ନାଓମି ରାଷ୍ଟ୍ରପତି ବିଡେନଙ୍କ ପୁଅ ହଣ୍ଟର୍ ବିଡେନ ଏବଂ କ୍ୟାଥଲିନଙ୍କ ବଡ ଝିଅ। ନାଓମି ବୃତ୍ତି ଅନୁଯାୟୀ ଜଣେ ଓକିଲ। ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଜୋ ବିଡେନଙ୍କ ଝିଅଙ୍କ ନାମରେ ନାଓମିକର ନାମକରଣ କରାଯାଇଥିଲା। ନାଓମି ୱାଶିଂଟନ୍ ଡିସିରେ ରୁହନ୍ତି। ନାଓମି ତାଙ୍କ ଜେଜେବାପା ଜୋ ବିଡେନଙ୍କୁ ବହୁତ ଭଲ ପାଆନ୍ତି ଏବଂ ସ୍ନେହରେ ତାଙ୍କୁ ‘ପପ୍’ ବୋଲି ଡାକନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ-ଡିଜେଲ ଶସ୍ତା ହେବା ଆଶାକୁ ଶକ୍ତ ଧକ୍କା: ଇରାନ ଉପରେ ଆମେରିକାର ବୋମା ବର୍ଷଣ, ଅଶୋଧିତ ତୈଳ ଦରରେ ନିଆଁ

ନୂଆଦିଲ୍ଲୀ, ୮।୭: ଆମେରିକା ପକ୍ଷରୁ ଇରାନ ଉପରେ ହୋଇଥିବା ନୂଆ ସାମରିକ ଆକ୍ରମଣ ପରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ଧରଣର…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହର୍ମୁଜ୍‌ରେ ୩ ଟ୍ୟାଙ୍କର ଉପରେ ଆକ୍ରମଣ

ତେହରାନ୍‌,୮ା୭: ଇରାନରେ ପୂର୍ବତନ ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ ଚାଲିଥିବାବେଳେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ୩ଟି ଟ୍ୟାଙ୍କର ଉପରେ ଆକ୍ରମଣ ହୋଇଛି।…

ଇଣ୍ଡୋନେସିଆରେ ବିଜୁ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ମୋଦି: କହିଦେଲେ ଏମିତି, ଚାରିଆଡେ ଚର୍ଚ୍ଚା

ଜାକର୍ତ୍ତା,୮ା୭: ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭୂମିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ତାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଜୁଙ୍କ…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

ଭୟଙ୍କର ଭୂସ୍ଖଳନ, ୩ ମୃତ ୭ ନିଖୋଜ, ସାମ୍ନାକୁ ଆସିଲା ଛାତିଥରା VIDEO

ଥିରୁଭାନନ୍ତପୁରମ,୭।୭: ପ୍ରିୟଙ୍କା ଗାନ୍ଧୀଙ୍କ ସଂସଦୀୟ କ୍ଷେତ୍ର କେରଳର ୱାୟାନାଡ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ମେପାଡି ନିକଟସ୍ଥ କଲ୍ଲାଡିରେ ହଠାତ ଭୂସ୍ଖଳନ ହେବାରୁ ଏଥିରେ ୩…

ସିରିଜ ବିସ୍ଫୋରଣରେ ଥରି ଉଠିଲା ସିରିଆ; ଡାମାସ୍କସରେ ମାକ୍ରନଙ୍କ ହୋଟେଲ ନିକଟରେ ମଧ୍ୟ ବଡ଼ ବିସ୍ଫୋରଣ, ସୁରକ୍ଷିତ ଅଛନ୍ତି ରାଷ୍ଟ୍ରପତି

ଡାମାସ୍କସ,୭।୭: ମଙ୍ଗଳବାର ସିରିଆର ରାଜଧାନୀ ଡାମାସ୍କସରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିଲା। ଉଲ୍ଲେଖଯୋଗ୍ୟ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ବର୍ତ୍ତମାନ ସିରିଆ ଗସ୍ତରେ ଅଛନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri