କିମ୍‌ଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଚିନ୍ତା ପ୍ରକଟ କଲା ଆମେରିକା…

ଓ୍ବାଶିଂଟନ,୭।୬ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନଙ୍କ ଗୁପ୍ତଚର ଉପଗ୍ରହକୁ ନେଇ ଆମେରିକା ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ବର୍ତ୍ତମାନ ଆମେରିକା ନିଜେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବାକୁ ଯୋଜନା କରିଛି। ମହାକାଶରେ ରୁଷିଆ ଏବଂ ଚାଇନାର ବଢୁଥିବା ଶକ୍ତିକୁ ପରାସ୍ତ କରିବାକୁ ଆମେରିକା ପ୍ରସ୍ତୁତି ଚଳାଇଛି।

ଏହି କାରଣରୁ ଆମେରିକାର ସ୍ପେସ ଫୋର୍ସ ଆସନ୍ତା କିଛି ମାସ ମଧ୍ୟରେ ଗୁପ୍ତଚର ଉପଗ୍ରହ ଉତକ୍ଷେପଣ କରିବ। ଏହି ଉପଗ୍ରହଗୁଡ଼ିକର ମୁଖ୍ୟ କାର୍ଯ୍ୟ ହେବ ରୁଷିଆ ଏବଂ ଚାଇନାର ପ୍ରତ୍ୟେକ ଗତିବିଧି ଉପରେ ନଜର ରଖିବା। ଜୁଲାଇ ପରେ ଏହି ଉପଗ୍ରହଗୁଡ଼ିକ ଉତକ୍ଷେପଣ କରାଯିବ ବୋଲି କୁହାଯାଉଛି।

ଏହାପୂର୍ବରୁ ଉତ୍ତର କୋରିଆ ଦ୍ୱାରା ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ଆମେରିକା ଦୃଢ଼ ସମାଲୋଚନା କରିଥିଲା। ଆମେରିକାର ଜାତୀୟ ସୁରକ୍ଷା ପରିଷଦ ମୁଖପାତ୍ର ଆଡାମ ହଗ କହିଛନ୍ତି ୱାଶିଂଟନ ଉତ୍ତର କୋରିଆର ଗୁପ୍ତଚର ଉପଗ୍ରହ ଉତକ୍ଷେପଣକୁ ନିନ୍ଦା କରିଛି କାରଣ ଏହା ନିଷିଦ୍ଧ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଛି। ଏହାଦ୍ୱାରା ଉତ୍ତେଜନା ବୃଦ୍ଧି ପାଇଛି ଏବଂ ଏହି ଅଞ୍ଚଳ ତଥା ଅନ୍ୟାନ୍ୟ ସ୍ଥାନରେ ସୁରକ୍ଷା କ୍ଷୁର୍ଣ୍ଣ ହୋଇଛି। ଫଳରେ ଅନ୍ତର୍ଜାତୀୟସ୍ତରରେ ଅସ୍ଥିରତା ବୃଦ୍ଧି ପାଇବାର ଆଶଙ୍କା ରହିଛି।

ତେବେ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ-ଉନଙ୍କ ଭଉଣୀ ଆମେରିକାର ମନ୍ତବ୍ୟକୁ ପଛରେ ପକାଇ ଏହାକୁ ଗ୍ୟାଙ୍ଗଷ୍ଟର ଭଳି କପଟୀ ବୋଲି ଅଭିହିତ କରିଛନ୍ତି। ଏଥି ସହିତ, କିଛି ଦିନ ପୂର୍ବରୁ ଏକ ଖବର ଆସିଥିଲା ଚାଇନାର ଏକ ଉପଗ୍ରହ ମହାକାଶ ଭିତରେ ଥିବା ଏକ ଆମେରିକୀୟ ଉପଗ୍ରହ ଉପରେ ଗୁପ୍ତଚର କରିଥିଲା। ଏହା ଆମେରିକାର ପ୍ରତିରକ୍ଷା ବିଭାଗରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହି ଘଟଣା ପରଠାରୁ ମହାକାଶରେ ଚାଇନା ଏବଂ ରୁଷିଆ ସହିତ କଡ଼ା ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri