ବେଜିଂ ଅଲିମ୍ପିକ୍ସର କୂଟନୈତିକ ବହିଷ୍କାର କଲା ଆମେରିକା…

ଓ୍ବାଶିଂଟନ,୭।୧୨: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ଏକ ବଡ ଘୋଷଣା କରିଛନ୍ତି। ଚାଇନାରେ ୨୦୨୨ରେ ହେବାକୁୂଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ବହିଷ୍କାର କରିବ। ହ୍ବାଇଟ ହାଉସର ପ୍ରେସ ସଚିବ ଜେନ୍‌ ସାକି କହିଛନ୍ତି ଯେ ବେଜିଂରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ଏବଂ ପାରାଲିମ୍ପିକ୍ସ ଗେମ୍ସରେ ବାଇଡେନ୍‌ ପ୍ରଶାସନ କୌଣସି ସରକାରୀ କିମ୍ବା କୂଟନୈତିକ ପ୍ରତିନିଧିଙ୍କୁ ନ ପଠାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ଜିନଜିଆଙ୍ଗ ପ୍ରଦେଶ ତଥାଅନ୍ୟ ଅଞ୍ଚଳରେ ଚାଇନାର ମାନବିକ ଅଧିକାରର ଉଲ୍ଲଂଘନକୁ ଦୃଷ୍ଟିରେ ରଖି ଆମେରିକା ଏହି ନିଷ୍ପତ୍ତି ନେଇଛି। ଦୁଇ ମାସ ପରେ ବେଜିଂରେ ଶୀତକାଳୀନ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଛି। ଆମେରିକା ଦ୍ୱାରା ଏପରି ନିଷ୍ପତ୍ତି ନିଆଯିବାର ସମ୍ଭାବନା ବହୁ ପୂର୍ବରୁ ଅନୁମାନ କରାଯାଉଥିଲା। ଯେହେତୁ ଆମେରିକା କେବଳ କୂଟନୈତିକସ୍ତରରେ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଛି, ଆଶା କରାଯାଉଛି ଯେ ଶୀତକାଳୀନ ଅଲିମ୍ପିକ୍ସରେ ଭାଗ ନେବାକୁ ଆମେରିକା ଏହାର ଖେଳାଳିଙ୍କୁ ପଠାଇ ପାରିବ।

ଗତ ମାସରେ ଆମେରିକାର ରାଷ୍ଟ୍ରପତି ସୂଚନା ଦେଇଥିଲେ। ଆମେରିକାର ରାଷ୍ଟ୍ରପତି ବାଇଡେନ ଗତ ମାସରେ କହିଥିଲେ ଯେ ଚାଇନା ମାନବିକ ଅଧିକାର ରେକର୍ଡକୁ ବିରୋଧ କରୁଥିବାରୁ ଏଭଳି କୂଟନୈତିକ ବହିଷ୍କାର ଉପରେ ବିଚାର କରାଯାଇଛି। ପୂର୍ବରୁ ୧୯୮୦ରେ ଆମେରିକା ମସ୍କୋ ଅଲିମ୍ପିକ୍ସକୁ ସଂପୂର୍ଣ୍ଣ ଭାବେ ବହିଷ୍କାର କରିଥିଲା

ଶୀତକାଳୀନ ଅଲିମ୍ପିକ ଗେମ୍ସକୁ ବହିଷ୍କାର କରିବାକୁ ଆମେରିକାର ନିଷ୍ପତ୍ତି ନେଇ ଚାଇନା ଏହାର ପ୍ରତିବାଦ କରି କହିଛି ଯେ ଫେବୃଆରୀରେ ଶୀତକାଳୀନ ଅଲିମ୍ପିକ ଗେମ୍ସକୁ କୂଟନୈତିକ ବହିଷ୍କାର କଲେ ବେଜିଂ ଏହାର ପ୍ରତିଶୋଧ ନେବ। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ କହିଛନ୍ତି ଯେ ଯଦି ଆମେରିକା ଏଭଳି କରେ ତେବେ ଏହା କୂଟନୈତିକସ୍ତରରେ ଉତ୍ତେଜନାମୂଳକ କାର୍ଯ୍ୟ ସାବ୍ୟସ୍ତ ହେବ।

 


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ଇସ୍ରୋର ଆଉ ଏକ ବଡ଼ ସଫଳତା, ଲଞ୍ଚ ହେଲା EOS-05 ସାଟେଲାଇଟ୍

ନୂଆଦିଲ୍ଲୀ,୪ା୯: ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥା (ଇସ୍ରୋ) ଅନ୍ତରୀକ୍ଷ କ୍ଷେତ୍ରରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରର…

କଳାହାଣ୍ଡି ଜିଲାରେ ଶିକ୍ଷାର ବିକଳ ଚିତ୍ର: ୩୮୨୦ ଡ୍ରପ୍‌ଆଉଟ ଛାତ୍ରୀଛାତ୍ର

ଭବାନୀପାଟଣା, ୪ା୯(ଉତ୍ତମ କୁମାର ଦାଶ):ଶିକ୍ଷାର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଛାତ୍ରୀଛାତ୍ରଙ୍କୁ ବହି,…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri