କାବୁଲରେ ଆମେରିକାର ଡ୍ରୋନ୍‌ ଷ୍ଟ୍ରାଇକ୍‌

କାବୁଲ, ୩୦ା୮: ଆଫଗାନିସ୍ତାନର କାବୁଲସ୍ଥିତ ହମିଦ୍‌ କାର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଆତଙ୍କବାଦୀ ଆକ୍ରମଣ ନେଇ ହାଇଆଲର୍ଟ ଜାରି କରିବା ପରେ ଆମେରିକା ରବିବାର ସେଠାରେ ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିଛି। ଏଥିରେ ଜଣେ ଶିଶୁଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ଘଟିଥିବା ଆଫଗାନ୍‌ ପୋଲିସ ପକ୍ଷରୁ କୁହାଯାଇଛି। କାବୁଲସ୍ଥିତ ଖୁଓ୍ବଜା ବୁଘ୍ରାର ଗୁଲାଇ ଅଞ୍ଚଳରେ ଥିବା ଏକ ବାସଭବନରେ ରକେଟ୍‌ ମାଡ଼ ହୋଇଥିବା ଜଣାଯାଇଛି। ବିମାନବନ୍ଦରରେ ବିସ୍ଫୋରଣ ଯୋଜନା କରି ଏକ ଗାଡ଼ିରେ ଏକାଧିକ ଆତ୍ମଘାତୀ ଆତଙ୍କବାଦୀ ଯାଉଥିବାବେଳେ ସେମାନଙ୍କୁ ଟାର୍ଗେଟ କରି ଆମେରିକା ଡ୍ରୋନ୍‌ ଯୋଗେ ଆକ୍ରମଣ କରିଥିବା କହିଛି। ଏଥିଯୋଗୁ ଏକ ବଡ଼ଧରଣର ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଛି। ଆତ୍ମଘାତୀଙ୍କ ଉପରେ ଆମେରିକା ରକେଟ ମାଡ଼ କରିଥିବା ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଧ୍ୟ ସ୍ପଷ୍ଟ କରିଛନ୍ତି। ତେବେ ଅଗଷ୍ଟ ୩୧ ପରେ ଆଫଗାନିସ୍ତାନରେ କୌଣସି ପ୍ରକାର ଷ୍ଟ୍ରାଇକ୍‌ ପାଇଁ ଆମେରିକାକୁ ଅନୁମତି ଦିଆଯିବ ନାହିଁ ବୋଲି ସେ କହିଛନ୍ତି।
ଗତ ଗୁରୁବାର କାବୁଲ ବିମାନବନ୍ଦର ବିସ୍ଫୋରଣରେ ୧୩ ଆମେରିକୀୟ ସୈନ୍ୟଙ୍କ ସମେତ ୨ ଶହରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିବା ପରେ ସେଠାରେ ପୁଣି ଆକ୍ରମଣ ଆଶଙ୍କା ଥିବା ନେଇ ଆମେରିକା ଡ୍ରୋନ୍‌ ଷ୍ଟ୍ରାଇକ୍‌ କରିବା ପୂର୍ବରୁ କହିଥିଲା। ଆଗାମୀ ୩୬ ଘଣ୍ଟା ମଧ୍ୟରେ ଆତଙ୍କବାଦୀ ଆଉ ଏକ ବିସ୍ଫୋରଣ ଘଟାଇପାରନ୍ତି ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ଥିବା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ରବିବାର କହିଥିଲେ। ଆମେରିକା ସୈନ୍ୟ ସତର୍କ ରହିବା ସହ ନାଗରିକମାନେ ବିମାନବନ୍ଦର ଓ ଆଖପାଖ ଅଞ୍ଚଳକୁ ନ ଯିବାକୁ ସେ ଚେତାଇଥିଲେ। ଏ ନେଇ କାବୁଲ ସ୍ଥିତ ଆମେରିକା ଦୂତାବାସ ପକ୍ଷରୁ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଛି। ଏୟାରପୋର୍ଟର ଦକ୍ଷିଣ ଗେଟ୍‌(ଏୟାରପୋର୍ଟ ସର୍କଲ)ରେ ନୂତନ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏବଂ ଉତ୍ତର-ପଶ୍ଚିମ ପାର୍ଶ୍ୱରେ ପଞ୍ଜଶିର ପେଟ୍ରୋଲ ଷ୍ଟେଶନ ନିକଟରେ ଥିବା ଫାଟକଠାରେ ବିସ୍ଫୋରଣ ହେବାର ଯଥେଷ୍ଟ ଆଶଙ୍କା ରହିଥିବା ଦୂତାବାସ ପକ୍ଷରୁ ଜାରି ଆଲର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

8th Pay Commission: ଚମକିବ ସରକାରୀ କର୍ମଚାରୀଙ୍କ ଭାଗ୍ୟ, ଆଶାଠାରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୧୫।୭: ୮ମ ବେତନ ଆୟୋଗକୁ ନେଇ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱାସନାଜନକ ଖବର ସାମ୍ନାକୁ ଆସିଛି। ଆଗାମୀ ଦିନରେ କର୍ମଚାରୀଙ୍କ ହାଉସ ରେଣ୍ଟ…

ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ଦେଶର ପରମାଣୁ ସୁରକ୍ଷା ବିପଦରେ, କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ରର ଡାଟା ଲିକ୍‌

ଚେନ୍ନାଇ,୧୫ା୭: ତାମିଲନାଡୁରେ ଅବସ୍ଥିତ ଦେଶର ସର୍ବବୃହତ କୁଡାନକୁଲମ ପରମାଣୁ ଶକ୍ତିକେନ୍ଦ୍ର ସହିତ ଜଡ଼ିତ ସମ୍ବେଦନଶୀଳ ଡାଟା ଲିକ୍‌ ହୋଇଛି। ଓ୍ବାଲର୍‌ଡ ଲିକ୍ସ ନାମରେ ଜଣାଶୁଣା ଦୁଇଟି ହ୍ୟାକର…

କେନ୍ଦ୍ର କ୍ୟାବିନେଟର ୭ ବଡ଼ ନିଷ୍ପତ୍ତି: ସେମିକନ ୨.୦ ମିଶନକୁ ମଞ୍ଜୁରୀ, ବାରାଣସୀ ପାଇଁ…

ନୂଆଦିଲ୍ଲୀ,୧୫।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୭ଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଏଥିମଧ୍ୟରୁ ଦେଶରେ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ସୁଦୃଢ଼ କରିବା…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri