ଆମେରିକା କବଜାରେ ଭେନେଜୁଏଲା ତେଲ, ଭାରତ ପାଇଁ ଖୋଲିଗଲା ୧ ବିଲିୟନ ଡଲାର ରାସ୍ତା

ନୂଆଦିଲ୍ଲୀ,୪ା୧: ଭେନେଜୁଏଲାର ତେଲ କ୍ଷେତ୍ରକୁ ଆମେରିକା ନିଜ ନିୟନ୍ତ୍ରଣକୁ ନେବା ପରେ ଏହା ଭାରତ ପାଇଁ ଏକ ବଡ଼ ସୁବିଧା ଆଣିପାରେ। ବିଶ୍ଳେଷକ ଓ ଶିଳ୍ପ ବିଶେଷଜ୍ଞଙ୍କ ମତରେ, ଏହାଦ୍ୱାରା ଭାରତର ପାଖାପାଖି ୧ ବିଲିୟନ ଡଲାର (ପ୍ରାୟ ୮୩୦୦ କୋଟି ଟଙ୍କା) ମୂଲ୍ୟର ଅଟକି ରହିଥିବା ପାଉଣା ମିଳିବା ସମ୍ଭାବନା ସୃଷ୍ଟି ହୋଇଛି। ଏଥିସହ, ନିଷେଧାଦେଶ ଯୋଗୁଁ ପ୍ରଭାବିତ ଥିବା ତୈଳ ଉତ୍ପାଦନରେ ମଧ୍ୟ ବୃଦ୍ଧି ଘଟିବ।

ଭାରତର ଅଗ୍ରଣୀ ବିଦେଶୀ ଉତ୍ପାଦନକାରୀ ସଂସ୍ଥା ଓଏନ୍‌ଜିସି ଭିଦେଶ ଲିମିଟେଡ୍ (OVL) ର ଭେନେଜୁଏଲାର ସାନ୍ କ୍ରିଷ୍ଟୋବାଲ୍ ତୈଳ କ୍ଷେତ୍ରରେ ୪୦% ଅଂଶଧନ ରହିଛି। ଭେନେଜୁଏଲା ସରକାର OVLକୁ ଏପର୍ଯ୍ୟନ୍ତ ପ୍ରାୟ ୫୩୬ ମିଲିୟନ ଡଲାରର ଲାଭାଂଶ ଏବଂ ପରବର୍ତ୍ତୀ ସମୟର ପ୍ରାୟ ସମାନ ପରିମାଣର ବକେୟା ଦେବାରେ ବିଫଳ ହୋଇଛନ୍ତି। ଆମେରିକା ନିୟନ୍ତ୍ରଣକୁ ଆସିବା ପରେ ଏହି ୧ ବିଲିୟନ ଡଲାରର ପାଉଣା ଫେରସ୍ତ ମିଳିବାର ସମ୍ଭାବନା ରହିଛି।

ନିଷେଧାଦେଶ ହଟିବା ପରେ OVL ଗୁଜୁରାଟରେ ଥିବା ନିଜର ମୂଳ ସଂସ୍ଥା ONGCରୁ ରିଗ୍‌ ଏବଂ ଅନ୍ୟାନ୍ୟ ଯନ୍ତ୍ରପାତି ସାନ୍ କ୍ରିଷ୍ଟୋବାଲ୍‌କୁ ସ୍ଥାନାନ୍ତର କରିପାରିବ। ବର୍ତ୍ତମାନ ଦିନକୁ ୫,୦୦୦ରୁ ୧୦,୦୦୦ ବ୍ୟାରେଲ୍ ଉତ୍ପାଦନ ହେଉଥିବା ଏହି କ୍ଷେତ୍ର ଅଧିକ ଉପକରଣ ସହାୟତାରେ ୮୦,୦୦୦ରୁ ୧,୦୦,୦୦୦ ବ୍ୟାରେଲ୍ ଉତ୍ପାଦନ କରିବାର କ୍ଷମତା ରଖେ।

ଭାରତ ପୂର୍ବରୁ ଭେନେଜୁଏଲାରୁ ପ୍ରତିଦିନ ୪,୦୦,୦୦୦ ବ୍ୟାରେଲ୍‌ରୁ ଅଧିକ କଞ୍ଚାତେଲ ଆମଦାନୀ କରୁଥିଲା। ନିଷେଧାଦେଶ କୋହଳ ହେଲେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ନୟାରା ଏନର୍ଜି, IOC ଭଳି ପ୍ରମୁଖ ଭାରତୀୟ ରିଫାଇନାରୀଗୁଡ଼ିକ ପୁଣିଥରେ ଏଠାରୁ ତୈଳ ଆମଦାନୀ କରିପାରିବେ, କାରଣ ଏହି ରିଫାଇନାରୀଗୁଡ଼ିକ ଏହି ପ୍ରକାରର ଭାରୀ କଞ୍ଚାତେଲ ପ୍ରକ୍ରିୟାକରଣ ପାଇଁ ଉପଯୁକ୍ତ।

Kplerର ବରିଷ୍ଠ ଗବେଷକ ନିଖିଲ ଦୁବେଙ୍କ ଅନୁଯାୟୀ, ନିଷେଧାଦେଶ ହଟିଲେ ଭେନେଜୁଏଲା ତୈଳ ଭାରତକୁ ରୁଷୀୟ ତୈଳ ଉପରେ ନିର୍ଭରଶୀଳତା କମାଇବାରେ ଏବଂ ଯୋଗାଣ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ।

ଆମେରିକାର ଏହି ପଦକ୍ଷେପ ଭେନେଜୁଏଲା ତେଲ କ୍ଷେତ୍ରରେ ଚାଇନାର ପ୍ରଭାବକୁ ମଧ୍ୟ କମ କରିବ। ବିଶ୍ଳେଷକଙ୍କ ମତରେ, ଆମେରିକା ଭେନେଜୁଏଲାର ତୈଳକୁ ନିଜ ନିୟନ୍ତ୍ରଣରେ ରଖିଲେ OPEC ଉତ୍ପାଦକମାନଙ୍କ ଉପରେ ଏହାର ନିର୍ଭରଶୀଳତା କମିବ। ଟ୍ରମ୍ପ୍‌ ପ୍ରଶାସନ ବଡ଼ ଆମେରିକୀୟ ତୈଳ କମ୍ପାନୀଗୁଡ଼ିକୁ ଭେନେଜୁଏଲା ଫେରାଇ ଆଣିବାକୁ ଯୋଜନା କରିଛନ୍ତି। ଭେନେଜୁଏଲାରୁ ତୈଳ ପ୍ରବାହ ପୁନଃ ଆରମ୍ଭ ହେଲେ ବିଶ୍ୱ ବଜାରରେ ତୈଳ ଦର ସ୍ଥିର ହେବାର ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ସୁପର-୮ ପର୍ଯ୍ୟାୟ: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

କଲମ୍ବୋ, ୨୧ା୨:ଚଳିତ ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟ ଶନିବାର ଆରମ୍ଭ ହେବ। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ପରସ୍ପରର ସମ୍ମୁଖୀନ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ। ନ୍ୟୁଜିଲାଣ୍ଡ…

ଫେବୃଆରୀ ୨୮ ସୁଦ୍ଧା ଧାନ ନ ଉଠିଲେ ଆନ୍ଦୋଳନ: ଧମକ ଦେଲେ ଚାଷୀ

ପଦ୍ମପୁର,୨୧ା୨(ପ୍ରଦୀପ୍ତ ଦାଶ):ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୩ ମାସ ବିତିଯାଇଛି। ମାତ୍ର ଏବେ ବି ଚାଷୀ ମଣ୍ଡିରେ ଡେରାପକାଇ ସେମାନଙ୍କ ଧାନ କେବେ ଉଠିବ ସେହି ଚିନ୍ତାରେ…

ଆଗ ଥଇଥାନ, ପରେ ଉଚ୍ଛେଦ: ଜବରଦଖଲ ଉଚ୍ଛେଦକୁ ନେଇ ବଢିଲା ଅସନ୍ତୋଷ

ବରଗଡ଼,୨୧।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ପୌର ପରିଷଦ ଅଧୀନ ବିଭିନ୍ନ ୱାର୍ଡରେ ପର୍ଯ୍ୟାୟକ୍ରମେ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଚାଲିଛି। ଏହି ଉଚ୍ଛେଦ ପ୍ରକ୍ରିୟାରେ ବଡ଼ବଡ଼ିଆଙ୍କଠାରୁ ଅଧୀକ ଗରିବ ଶ୍ରେଣୀର ଲୋକେ…

ଖୋଲା ଦେହରେ ଯୁବ କଂଗ୍ରେସର ବିକ୍ଷୋଭ

ନୂଆଦିଲ୍ଲୀ,୨୧ା୨: ଦିଲ୍ଲୀ ଭାରତ ମଣ୍ଡପମ୍‌ଠାରେ ଚାଲିଥିବା ଇଣ୍ଡିଆ ଏଆଇ ସମିଟ୍‌ ସ୍ଥଳରେ ଶୁକ୍ରବାର ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି । ଶନିବାର ଏହି ସମିଟ୍‌ର ଶେଷ…

ଝିଅର ଟିକ୍‌ଟକ୍‌ ନିଶା, ୫୧ ଲକ୍ଷର ବିଲ୍‌ ଗଣିଲେ ଦମ୍ପତି

ଲଣ୍ଡନ,୨୧।୨: ମୋବାଇଲ ଫୋନ୍‌ରେ ଟିକ୍‌ଟକ୍‌ ଦେଖିବାକୁ ୫୧ ଲକ୍ଷ ଟଙ୍କାର ବିଲ୍‌ ଭରିବା କଥା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି କଥା ଆଶ୍ଚର୍ଯ୍ୟ ଲାଗୁ ଥିଲେ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri