ଗୋଟିଏ ମିନିଟ୍‌ରେ ନିଅନ୍ତି ୧ କୋଟି

ମୁମ୍ବାଇ: ଅଭିନେତ୍ରୀ ଉର୍ବଶୀ ରଉତେଲା ଅଭିନୟ ଜଗତରେ ଏତେ ସଫଳ ହୋଇ ପାରି ନ ଥିଲେ ମଧ୍ୟ ସେ ମଡେଲିଂରେ ଅନ୍ୟମାନଙ୍କଠାରୁ ବହୁ ଆଗରେ। ଏହା ବ୍ୟତୀତ ଅନେକ ସମୟରେ ସେ ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ଏବଂ ଦାମୀ ଜିନିଷ ପାଇଁ ଲାଇମଲାଇଟ୍‌କୁ ଆସିଛନ୍ତି। ତାଙ୍କର ଅନେକ ମତାମତକୁ ନେଇ ଚର୍ଚ୍ଚାର ପରିସରଭୁକ୍ତ ହୁଅନ୍ତି। ଏଥିପାଇଁ ସେ ଅନେକ ଥର ଟ୍ରୋଲ୍‌ର ଶିକାର ମଧ୍ୟ ହୋଇଛନ୍ତି। ନିକଟରେ ସେ ତାଙ୍କର ଆୟ ବାବଦରେ ଜଣାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଉର୍ବଶୀ ଗୋଟିଏ ମିନିଟ୍‌ରେ ୧ କୋଟି ଟଙ୍କା ପାରିଶ୍ରମିକ ନେଉଥିବା କହିଛନ୍ତି। ଏକ ସାକ୍ଷାତ୍‌କାରରେ ଆପଣ କ’ଣ ଗୋଟିଏ ମିନିଟ୍‌ରେ ୧ କୋଟି ଟଙ୍କା ଚାର୍ଜ କରୁଛନ୍ତି? ଏହି କଥାକୁ ଉର୍ବଶୀ ସ୍ବୀକାର କରି ଏହା ତାଙ୍କୁ ଖୁସି ଦିଏ ବୋଲି କହିଥିଲେ। ପ୍ରତ୍ୟେକ ଅଭିନେତ୍ରୀଙ୍କୁ ନିଜ ଉପଲବ୍ଧି ଦେଖିବା ଉଚିତ ବୋଲି ସେ କହିଛନ୍ତି। ଏହି ଭିଡିଓରେ ଅନେକ ଅଭିନେତ୍ରୀ ଉର୍ବଶୀଙ୍କୁ ଟ୍ରୋଲ୍‌ କରୁଥିବା ଦେଖିବାକୁ ମିଳିଛି। ତେବେ ଉର୍ବଶୀ ୨୦୧୩ରୁ ତାଙ୍କ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକ ଫିଲ୍ମ କରିଥିବାବେଳେ ଶେଷଥର ପାଇଁ ଏକ ତେଲୁଗୁ ଚଳଚ୍ଚିତ୍ର ‘ବ୍ରୋ’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ଏଥିସହ ତାଙ୍କୁ ଅନେକ ମ୍ୟୁଜିକ୍‌ ଭିଡିଓ ଓ ଟେଲିଭିଜନରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତରଙ୍ଗ ଦୃଶ୍ୟକୁ ନା… ନିହାରିକାଙ୍କ ମନର କଥା

କଣ୍ଟେଣ୍ଟ କ୍ରିଏଟର ଭାବରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ନିହାରିକା ଏନଏମ ଅଭିନେତା ରାଘବ ଜୁୟାଲଙ୍କ ସହ ‘ଭାଇ ତେରା ଷ୍ଟାର ହୈ’ ଜରିଆରେ…

ଓଡ଼ିଶା ଫେରିଲେ ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ, କହିଲେ ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ…

ଭୁବନେଶ୍ୱର,୨୭ା୭: ଓଡ଼ିଶା ଫେରିଛନ୍ତି ଇଣ୍ଡିଆନ ଆଇଡଲ ବିଜେତା ଜ୍ୟୋତିର୍ମୟୀ ନାୟକ। ଇଣ୍ଡିଆନ ଆଇଡଲ ଟ୍ରଫି ସହ ଜ୍ୟୋତିର୍ମୟୀ ସୋମବାର ସକାଳେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି।…

ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬ର ବିଜେତା ହେଲେ ଓଡ଼ିଶାର ଜ୍ୟୋତିର୍ମୟୀ ନାୟକ

ମୁମ୍ବାଇ / ଭୁବନେଶ୍ୱର: ଦେଶର ଅନ୍ୟତମ ଲୋକପ୍ରିୟ ସଙ୍ଗୀତ ଭିତ୍ତିକ ରିଆଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ (Indian Idol Season 16) ର ମୁକୁଟ ଜିତି…

କ୍ୟାଟ୍ରିନାଙ୍କୁ ମିଳିଲା ବଡ଼ ଅଫର୍‌

ସାଉଥ୍‌ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସ୍ପିରିଟ’ ଆଜିକାଲି ଚର୍ଚ୍ଚାରେ ରହିଛି। କିଛି ମାସ ପୂର୍ବରୁ ଦୀପିକା ପାଦୁକୋନ ଏହି ପ୍ରୋଜେକ୍ଟରୁ ଓହରି ଯାଇଥିଲେ। ତୃପ୍ତି ଡିମରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri