ବିମାନରେ ଉର୍ଫିଙ୍କୁ ଅସଦାଚରଣ

ମୁମ୍ବାଇ: ନିକଟରେ ମୁମ୍ବାଇ- ଗୋଆ ବିମାନ ଯାତ୍ରା ସମୟରେ ଅଭିନେତ୍ରୀ ଉର୍ଫି ଜାଭେଦ ଅସଦାଚରଣର ଶିକାର ହୋଇଥିବା ସେ ଏକ ପୋଷ୍ଟ ଜରିଆରେ ଜଣାଇଛନ୍ତି। ଉର୍ଫି ଇକୋନୋମି କ୍ଲାସ୍‌ରେ ଯାତ୍ରା କରୁଥିବାବେଳେ ସେଠାରେ ଏକ ନିଶାସକ୍ତ ଗ୍ରୁପ୍‌ ତାଙ୍କୁ ଅସଦାଚରଣ କରିଥିଲେ। ସେଠାରେ ସେମାନେ ତାଙ୍କ ନଁା ନେଇ ମଜା କରିବା ସହ ଅନେକ ଖରାପ ଭାଷାରେ କଥା ମଧ୍ୟ ହେଉଥିଲେ। ଏଥିରେ ଉର୍ଫି ସେମାନଙ୍କୁ ବିରୋଧ କରିଥିଲେ। ନିଶାରେ ଥିବା ବ୍ୟକ୍ତି ମହିଳାଙ୍କୁ ଅସଦାଚରଣ କରିପାରିବ ଏହା ଭୁଲ। ସେ ପବ୍ଲିକ ଫିଗର ହୋଇଥାଇପାରନ୍ତି, କିନ୍ତୁ ପବ୍ଲିକ ପ୍ରପର୍ଟି ନୁହେଁ ବୋଲି ଉର୍ଫି କହିଥିଲେ। ଏନେଇ ସେ ଏକ ଭିଡିଓ ମଧ୍ୟ ଶେୟାର କରି ଏଭଳି କାଣ୍ଡ ବିଷୟରେ ଜଣାଇଛନ୍ତି। ତାଙ୍କର ଏହି ପୋଷ୍ଟରେ ଅନେକେ ତାଙ୍କୁ ସପୋର୍ଟ କରିଥିବା ଦେଖିବାକୁ ମିଳିଛି। ସେ ପ୍ରଥମ କରି ୨୦୧୬ରେ ଟେଲିଭିଜନ ଶୋ’ ‘ବଡ଼େ ଭୟାକି ଦୁଲ୍ହନିୟା’ରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ପରେ ଅନେକ ଶୋ’ ‘ମେରି ଦୁର୍ଗା’, ‘ବେପହ୍ନା’, ‘ସାଥ ଫେରୋ କି ହେରା ଫେରି’, ‘ଜିଜି ମା’, ‘ଡାୟନ’, ‘କସୋଟି ଜିନ୍ଦେଗି କି’, ‘ଏ ମେରେ ହମସଫର’, ‘ବିଗ୍‌ବସ୍‌ ସିଜନ୍‌-୧’, ‘ପଞ୍ଚ ବିଟ୍‌’, ‘ଏମ୍‌ଟିଭି ସ୍ପିଲ୍ଟସ ଭିଲ୍ଲା ସିଜନ୍‌-୧୪’ରେ ନଜରକୁ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀରରେ ବଡ଼ ଧରଣର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଗଲା ମାର୍କେଟ କମ୍ପ୍ଲେକ୍ସ

ବଲାଙ୍ଗୀର,୨୬ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଗାନ୍ଧୀନଗରପଡା ଠାରେ ଥିବା ଏକ ଘରୋଇ ମାର୍କେଟ କମ୍ପ୍ଲେକ୍ସରେ କୌଣସି କାରଣରୁ ନିଆଁ ଲାଗିଯାଇଛି । ଅଗ୍ନିକାଣ୍ଡରେ ୮ରୁ ଅଧିକ…

ନାବାଳିକାଙ୍କୁ ଅପହରଣ କରି ବଳାତ୍କାର କଲେ ରାହୁଲ: ଘଟଣା ଜଣାପଡ଼ିବା ପରେ…

ଦେବଗଡ,୨୬।୬(ଶଶାଙ୍କ ଶେଖର ଝାଙ୍କର):ଜଣେ ନାବାଳିକାଙ୍କୁ ଅପହରଣ ଓ ବଳାତ୍କାର ଅଭିଯୋଗରେ ଦେବଗଡ ଆଦର୍ଶ ଥାନା ପୋଲିସ କାଲକାଠ ଗ୍ରାମର ଯୋଗେଶ୍ୱର ପାତ୍ରଙ୍କ ପୁଅ ରାହୁଲ ପାତ୍ର (୧୯)କୁ…

କ୍ରିଷ୍ଣା ବିକାଶ ଗ୍ରୁପର ଅଭୂତପୂର୍ବ ସଫଳତା: ଶିକ୍ଷାନୁଷ୍ଠାନ ପାଇଁ ଗୌରବ ଆଣିଲେ ୬୦ଜଣ ଛାତ୍ରୀଛାତ୍ର

ବରଗଡ଼,୨୬୬(ପ୍ରେମାନନ୍ଦ ଖମାରୀ):ଚଳିତବର୍ଷ ପ୍ରକାଶିତ କମନ୍‌ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ(ସିୟୁଇଟି) ପରୀକ୍ଷାରେ କ୍ରିଷ୍ଣା ବିକାଶ ଗ୍ରୁପ ଅନ୍ତର୍ଗତ ବରଗଡ଼ ସହର ଉପକଣ୍ଠ ବିକାଶ ଆବାସିକ ବିଦ୍ୟାଳୟ ଓ ବିକାଶ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri