ସହର ସଫେଇରେ ଦୁର୍ନୀତି

ଭୁବନେଶ୍ୱର,୭ା୧୨(ବ୍ୟୁରୋ): ସହରାଞ୍ଚଳ ବର୍ଜ୍ୟବସ୍ତୁ ଚିନ୍ତା ବଢ଼ାଇଛି। ସହରରୁ ଦୈନିକ ବାହାରୁ ଥିବା କୁଢ଼ କୁଢ଼ ଆବର୍ଜନା ଦୀର୍ଘ ଦିନ ଧରି ପାହାଡ଼ ଭଳି ଗଦା ହେଉଛି। ଏଭଳିସ୍ଥଳେ ବର୍ଜ୍ୟବସ୍ତୁ ପରିଚାଳନାରେ ହେଉଥିବା ଅନିୟମିତତା ଏବଂ ପୌରସଂସ୍ଥାର ଅପାରଗତାର ପର୍ଦ୍ଦାଫାଶ କରିଛନ୍ତି କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ (ସିଏଜି)। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ନ ହେବା, ବାର୍ଷିକ ଆର୍ଥିକ ବିବରଣୀ ପ୍ରସ୍ତୁତ ନ ହେବା ଏବଂ ପଞ୍ଚଦଶ ଅର୍ଥ କମିଶନ (ଏଫ୍‌ଏଫ୍‌ସି) ସର୍ତ୍ତକୁ ପାଳନ କରା ନ ଯିବା ଯୋଗୁ ରାଜ୍ୟକୁ ୩୩୩.୫୮ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ହରାଇବାକୁ ପଡିଛି। କେବଳ ବର୍ଜ୍ୟବସ୍ତୁ ପରିଚାଳନା ଓ ପ୍ରକ୍ରିୟାକରଣରେ ଅସଫଳତା ନୁହେଁ; ପରିବହନ, ସଫେଇ, ଡଷ୍ଟବିନ୍‌ କିଣା ଆଦି ଦୁର୍ନୀତିରେ ଅନେକ ପୌରସଂସ୍ଥା ଉବୁଟୁବୁ ହେଉଥିବା ସିଏଜିଙ୍କ ରିପୋର୍ଟରୁ ସ୍ପଷ୍ଟ ହେଉଛି। ଏପରି କି ପୌରସଂସ୍ଥା, ସ୍ମାର୍ଟସିଟି କର୍ତ୍ତୃପକ୍ଷଙ୍କ ସ୍ବଚ୍ଛତାକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି।
ସଦ୍ୟ ସମାପ୍ତ ବିଧାନସଭାର ଶୀତ ଅଧିବେଶନରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ-୨୦୨୧ରେ ଉଲ୍ଲେଖ ହୋଇଛି ଯେ, ରାଜ୍ୟରେ ଥିବା ୧୧୪ ପୌରସଂସ୍ଥାରୁ ଦୈନିକ ୨୨୦୮.୬୦ ଟନ୍‌ (ଟିପିଡି) ବାହାରୁଛି। ସେଥିରୁ ବାର୍ଷିକ ୪୫,୩୩୯.୪୦ ଟନ୍‌ ପ୍ଲାଷ୍ଟିକ୍‌, ମାସିକ ୧.୬୬ ଟିପିଡି ନିର୍ମାଣ ଭଗ୍ନାଂବଶେଷ, ୩୯୬.୭୭ ଟନ୍‌ ଇ-ବର୍ଜ୍ୟବସ୍ତୁ ଏବଂ ବିଏମ୍‌୍‌ଡବ୍ଲ୍ୟୁ ୧୭୯.୯୩ ଟିପିଡି ବାହାରୁଛି। ସିଏଜି ୫ଟି ମହାନଗର ନିଗମ, ୧୦ଟି ମ୍ୟୁନିସିପାଲିଟି ଏବଂ ୬ଟି ବିଜ୍ଞପିତ ଅଞ୍ଚଳ ପରିଷଦ (ଏନ୍‌ଏସି) ଯାଞ୍ଚ କରିଥିଲେ। ଏଥିସହିତ ଭୁବନେଶ୍ୱର ଓ ରାଉରକେଲା ସ୍ମାର୍ଟସିଟିର ବର୍ଜ୍ୟବସ୍ତୁ ପରିଚାଳନାକୁ ମଧ୍ୟ ସିଏଜି ତାଙ୍କ ଯାଞ୍ଚ ପରିସରକୁ ନେଇ ସଫେଇ କାର୍ଯ୍ୟରେ ହୋଇଥିବା ଦୁର୍ନୀତିକୁ ଲୋକଲୋଚନକୁ ଆଣିଛନ୍ତି। ତେବେ କୌଣସି ପୌର ସଂସ୍ଥା ବର୍ଜ୍ୟବସ୍ତୁ ପରିଚାଳନା ଓ ପର୍ଯ୍ୟବେକ୍ଷଣକୁ ସେତେଟା ଗୁରୁତ୍ୱ ଦେଉ ନ ଥିବା କଥା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ୨୦୨୩ ଜାନୁୟାରୀରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱ କପ୍‌ ଅନୁଷ୍ଠିତ ହେବାକୁ ଯାଉଛି। ଏହା ପୂର୍ବରୁ ଭୁବନେଶ୍ୱର ଏବଂ ରାଉରକେଲାକୁ ପ୍ରଦୂଷଣ ଓ ବର୍ଜ୍ୟବସ୍ତୁ ମୁକ୍ତ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ସିଏଜିଙ୍କ ରିପୋର୍ଟକୁ ଦେଖିଲେ ଉଭୟ ସହରର ବର୍ଜ୍ୟବସ୍ତୁ ପରିଚାଳନା କେବଳ ନାଁକୁ ମାତ୍ର। ମୁଖ୍ୟ ରାସ୍ତାକୁ ଛାଡ଼ିଦେଲେ ସହରର ବିଭିନ୍ନ ଗଳିକନ୍ଦିରେ କୁଢ଼ କୁଢ଼ ଅଳିଆ ପରିବେଶକୁ ବିପର୍ଯ୍ୟସ୍ତ କରିଛି।
କେବଳ ସେତିକି ନୁହେଁ, ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ରେ ମେଶିନ ଦ୍ୱାରା ହେଉଥିବା ସଫେଇ କାର୍ଯ୍ୟର ସ୍ବଚ୍ଛତାକୁ ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ମେକାନିକାଲ୍‌ ସୁଇପିଂ ଚୁକ୍ତିନାମା ସର୍ତ୍ତ (ପାରାଗ୍ରାଫ ୭.୬)ର ଖୋଲାଖୋଲି ଉଲ୍ଲଂଘନ ହୋଇଛି। ଏହି ସର୍ତ୍ତ ଅନୁଯାୟୀ, ମେଶିନ ଦ୍ୱାରା ସଫେଇ ଦାୟିତ୍ୱ ନେଇଥିବା ଏଜେନ୍ସି ସମୁଦାୟ ରାସ୍ତାର ସର୍ବନିମ୍ନ ୮୦ ପ୍ରତିଶତ ମେଶିନ ସାହାଯ୍ୟରେ ସଫେଇ କରିବ। ଯଦି ଏଥିରୁ କମ୍‌ ହୁଏ, ତେବେ ସମ୍ପୃକ୍ତ ସଂସ୍ଥାକୁ ଦିଆଯାଉଥିବା ଅର୍ଥରୁ ୫୦ ପ୍ରତିଶତ ଦଣ୍ଡ ଆକାରରେ କାଟିବା ବ୍ୟବସ୍ଥା ରହିଛି। ମାତ୍ର ଏହି ସର୍ତ୍ତକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ଚୁକ୍ତିନାମାର ଅଗ୍ରିମ ପ୍ରଦାନରେ କୌଣସି ବ୍ୟବସ୍ଥା ନ ଥିବା ବେଳେ ବିଏମ୍‌ସି କର୍ତ୍ତୃପକ୍ଷ ୨୦୧୮ ଅକ୍ଟୋବରରୁ ୨୦୨୦ ଅକ୍ଟୋବର ମଧ୍ୟରେ ଯାନ୍ତ୍ରିକ ସଫେଇ ଦାୟିତ୍ୱ ନେଇଥିବା ଏକ ଏଜେନ୍ସିକୁ ୧୩ କୋଟି ଟଙ୍କାର ଋଣ ବିନା ସୁଧରେ ଦେଇଛନ୍ତି। ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସେହି ଋଣ ସମ୍ପୃକ୍ତ ସଂସ୍ଥାଠାରୁ ଆଦାୟ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଖାଲି ସେତିକି ନୁହେଁ, ୨୦୨୦ ଅଗଷ୍ଟ ଏବଂ ସେପ୍ଟେମ୍ବର ୨ ମାସ ମଧ୍ୟରେ ଉକ୍ତ ଏଜେନ୍ସି ୨୧୧୦ କି.ମି. ରାସ୍ତାରେ ଝାଡୁ ମାରୁଥିବା ମେଶିନ ସଫେଇ କରିନାହିଁ। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଯେଉଁ ରାସ୍ତାକୁ ମେଶିନ ଦ୍ୱାରା ସଫେଇ କରିବାକୁ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଥିଲା, ସେହି ରାସ୍ତାକୁ ବିଏମ୍‌ସି କର୍ତ୍ତୃପକ୍ଷ ପୁଣି ମଣିଷ ଦ୍ୱାରା ଝାଡୁ କରାଇଛନ୍ତି। ଫଳରେ ଉଭୟ ଯାନ୍ତ୍ରିକ ଓ ମାନୁଆଲ ଝାଡ଼ୁ ଦ୍ୱାରା ବିଏମ୍‌ସିକୁ ବାର୍ଷିକ ୧୦.୩୨ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ବୋଲି ସିଏଜି ରିପୋର୍ଟରେ ଦର୍ଶାଇଛନ୍ତି।
ଦ୍ୱାର ଦ୍ୱାର ବୁଲି ଅଳିଆ ସଂଗ୍ରହରେ ମଧ୍ୟ ଦୁର୍ନୀତିର ଗନ୍ଧ ବାରିଛନ୍ତି ସିଏଜି। ଘରୁ ଅଳିଆ ସଂଗ୍ରହ ପାଇଁ ଚୁକ୍ତିନାମାର ଧାରା(ଇ) ଅନୁଯାୟୀ ଏଜେନ୍ସିଗୁଡିକ ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ଅଳିଆ ସଂଗ୍ରହ କରିବେ। ଏହାକୁ ପୌରସଂସ୍ଥାର ଜଣେ ଅଧିକାରୀ ନିୟମିତ ତଦାରଖ କରିବେ। ୨୦୧୭ ଏପ୍ରିଲରେ ପୁରୀ ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ୨୭ଟି ଓ୍ବାର୍ଡରେ ଦ୍ୱାରଦ୍ୱାର ବୁଲି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପରିଚାଳନା ପାଇଁ ୪ଟି ଏଜେନ୍ସିକୁ ଆଉଟ୍‌ସୋର୍ସିଂ କରିଥିଲେ। ତେବେ ୨୦୧୮ ଜୁନ ସୁଦ୍ଧା କୌଣସି ସଂସ୍ଥା ଘରୁ ୧୦୦ ପ୍ରତିଶତ ବର୍ଜ୍ୟବସ୍ତୁ ସଂଗ୍ରହ କରି ପାରି ନ ଥିବା ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏହାସତ୍ତ୍ୱେ ଏଜେନ୍ସିଗୁଡିକର କାର୍ଯ୍ୟାବଳୀକୁ ତଦାରଖ କରା ନ ଯାଇ ୨୦୧୮ ମେ ସୁଦ୍ଧା ୪.୪୭ କୋଟି ଟଙ୍କା ମଧ୍ୟରୁ ୭୦.୭୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ସେହିପରି ଡଷ୍ଟବିନ ବଣ୍ଟାରେ ମଧ୍ୟ ହେରଫେର ହୋଇଥିବା ସିଏଜି ଉଲ୍ଲେଖ କରିଛନ୍ତି। ବର୍ଜ୍ୟବସ୍ତୁ ଅଲଗା ରଖିବାକୁ ଦୁଇଟି ରଙ୍ଗର ଡଷ୍ଟବିନ ବାଣ୍ଟି ୩ ବର୍ଷ ମଧ୍ୟରେ ଶତପ୍ରତିଶତ ପୃଥକତା ଲକ୍ଷ୍ୟ ହାସଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୧୭ ଜୁଲାଇରୁ ୨୦୧୮ ସେପ୍ଟେମ୍ବର ମଧ୍ୟରେ ପୃଥକୀକରଣ ପାଇଁ ୧ ଲକ୍ଷ ୮୫ ହଜାର ଡଷ୍ଟବିନ କିଣି ୯୨ ହଜାର ପରିବାରକୁ ବଣ୍ଟନ କରିବାକୁ ବ୍ରହ୍ମପୁର, ଜୟପୁର ଏବଂ ଚୌଦ୍ୱାର ମ୍ୟୁନିସିପାଲିଟିକୁ ୧.୧୯ କୋଟି ଟଙ୍କା ଦିଆଯାଇଥିଲା। ସେଥିରୁ ୯୭,୪୩୨ ଡଷ୍ଟବିନ କାହାରିକୁ ପ୍ରଦାନ କରାଯାଇ ନ ଥିବା ସିଏଜି ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri