ସଫେଇ ଟିକସ ଦେବେ ସହରବାସୀ

ଅନୁଗୋଳ ଅଫିସ, ୧୦ା୩ – ଅନୁଗୋଳ ସହର ପୂର୍ବାପେକ୍ଷା ରହିବ ପରିଷ୍କାର ପରିଚ୍ଛନ୍ନ। ସଫେଇ ପାଇଁ ନୂଆ ନୂଆ ବ୍ୟବସ୍ଥା ଲାଗୁ ହେଉଥିବା ବେଳେ ଆସନ୍ତା ଦିନରେ ପୌରପାଳିକା ପକ୍ଷରୁ ସଫେଇ ଟିକସ ଆଦାୟ କରାଯିବାକୁ ନିଷ୍ପତ୍ତି ହୋଇଛି। ପୌରାଞ୍ଚଳରେ ବସବାସ କରୁଥିବା ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବ୍ୟବସାୟୀ, ଉଠାଦୋକାନୀ, ମଲ୍‌ ମାଲିକ, ବ୍ୟାଙ୍କ କର୍ତ୍ତୃପକ୍ଷ ସଫେଇ ପାଇଁ ପକେଟରୁ ଅର୍ଥ ଦେବେ। ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ଫି’ ଧାର୍ଯ୍ୟ କରାଯାଇଛି। ସହରବାସିନ୍ଦାଙ୍କ ପାଇଁ ଦୈନିକ ୧ ଟଙ୍କା ଟିକସ ଧାର୍ଯ୍ୟ ହୋଇଥିବା ବେଳେ ଉଠାଦୋକାନୀ ୩ ଟଙ୍କା, ସ୍ଥାୟୀ ବ୍ୟବସାୟୀ ୫ ଟଙ୍କା, ବ୍ୟାଙ୍କ ଓ ମଲ୍‌ଗୁଡ଼ିକରୁ ୧୦ ଟଙ୍କା ଲେଖାଏ ଆଦାୟ କରାଯିବ। ତେବେ ବର୍ଷିିକିଆ ଓ ୬ ମାସିଆ ଦେୟ ଏକାବେଳେ ପୈଠ କଲେ ରିହାତି ଦିଆଯିବ। ତେବେ ସହର ସଫେଇ ବାବଦରେ ସରକାର ଅର୍ଥ ଦେଉଥିବା ବେଳେ ସାଧାରଣ ଲୋକଙ୍କ ଉପରେ ଟିକସ ବସାଯିବାକୁ କେତେକ ସ୍ଥାନରେ ସ୍ବାଗତ କରାଯାଉଥିବା ବେଳେ ଅନେକେ ବିରୋଧ ମଧ୍ୟ କରୁଛନ୍ତି।
୨୩ଟି ୱାର୍ଡକୁ ନେଇ ଗଠିତ ଅନୁଗୋଳ ପୌରପାଳିକାରେ ସଫେଇ ପାଇଁ ୧୫୧ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩୧ ଜଣ ଠିକା ସଂସ୍ଥାର ହୋଇଥିବାବେଳେ ୨୦ ଜଣ ପୌରପାଳିକାର ସ୍ଥାୟୀ ଓ ଡିଏଲ୍‌ଆର୍‌ କର୍ମଚାରୀ ଅଛନ୍ତି। ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଦୁଇବେଳା ସହର ସଫେଇ କରୁଛି। ଏହି କାର୍ଯ୍ୟରେ ୪ ଟ୍ରାକ୍ଟର, ୨ ଛୋଟ ଗାଡ଼ି, ୨୫ ଟ୍ରଲି ସହ ୪ ସୌରଚାଳିତ ଗାଡ଼ି ବ୍ୟବହାର କରାଯାଉଛି। ଛୋଟ ୱାର୍ଡରେ ୪ ଜଣ ସଫେଇ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ସ୍ବଚ୍ଛସାଥୀ ତଦାରଖ କରୁଛନ୍ତି। ଏଥିସହ ବଜାର ଅଞ୍ଚଳରେ ରାତିରେ ସଫେଇ କରାଯାଉଛି। ପୌରପାଳିକାର ସ୍ଥାୟୀ ଓ ଡିଏଲ୍‌ଆର୍‌ ୨୦ ଜଣ କର୍ମଚାରୀଙ୍କ ସହ ୧୦ ଜଣ ଠିକା କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି। ଏଥିପାଇଁ ସରକାର ଅର୍ଥ ପ୍ରଦାନ କରୁଛନ୍ତି। ତେବେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ପୌରପ୍ରଶାସନ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ବୋଲି କୁହାଯାଉଛି। ପୌରପାଳିକାରେ ଥିବା ଘର ପ୍ରତି ମାସିକ ୩୦ ଟଙ୍କା, ଉଠା ଦୋକାନୀ ୯୦ ଟଙ୍କା, ସ୍ଥାୟୀ ଦୋକାନୀ ୧୫୦ ଟଙ୍କା, ମଲ୍‌ ଓ ବ୍ୟାଙ୍କ ୩୦୦ ଟଙ୍କା ପ୍ରଦାନ କରିବେ। ଏହି ୟୁଜର୍ସ ଫି’ ଆଦାୟ କରିବା ପାଇଁ ସ୍ବଚ୍ଛସାଥୀ କିମ୍ବା କିନ୍ନରଙ୍କୁ ଦାୟିତ୍ୱ ଦିଆଯିବାର ବନ୍ଦୋବସ୍ତ ଚାଲିଛି। ଏହି ନିୟମ ଢେର୍‌ ଦିନ ହେବ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବାରୁ ସହଯୋଗ କରିବାକୁ ପୌରପାଳିକା ପକ୍ଷରୁ ସହରବାସୀଙ୍କୁ ଅନୁରୋଧ କରାଯାଇଛି।

ଅନ୍ୟ ସହରରେ ଲାଗୁ ହୋଇସାରିଛି
ଅନୁଗୋଳ ପୌରପାଳିକାରେ ଏହି ନିୟମ ଖୁବ୍‌ଶୀଘ୍ର ଲାଗୁ କରାଯିବ। ୨୦୧୮ରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇସାରିଛି। ଏହାଦ୍ୱାରା ସହରକୁ ଅଧିକ ସଫାସୁତରା ରଖାଯାଇ ପାରିବ। ଲୋକମାନେ ମନଇଚ୍ଛା ଏଣେତେଣେ ଅଳିଆ ପକାଇ ପାରିବେ ନାହିଁ। ସହର ସ୍ବଚ୍ଛତାରେ ପାଦେ ଆଗକୁ ଯିବ।
-ଗିରିଜା ଶଙ୍କର ମଲ୍ଲିକ, ଅନୁଗୋଳ ପୌରନିର୍ବାହୀ ଅଧିକାରୀ
ଧୀରେ ଧୀରେ ଗ୍ରହଣୀୟ ହେବ
ଏପରି ବ୍ୟବସ୍ଥା ପୂର୍ବରୁ ଲାଗୁ ହେବାର ଥିଲା। ଲୋକମାନେ ପ୍ରଥମେ ଏହାକୁ ସହଜରେ ଗ୍ରହଣ କରିପାରିବେ ନାହିଁ। କିନ୍ତୁ ଧୀରେ ଧୀରେ ଲୋକେ ସଚେତନ ହେଲେ ଏ ଦିଗରେ ଆଗ୍ରହ ବଢ଼ିବ। ସହର ସଫେଇ ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ତେଣୁ ଏହା ନିଶ୍ଚିତ ଭାବେ ସ୍ବାଗତଯୋଗ୍ୟ ପଦକ୍ଷେପ।
-ଜୁଲି ସାହୁ, ସ୍ବଚ୍ଛ ସାଥୀ, ଅନୁଗୋଳ
ୟୁଜର ଫି’ ଚାପ ଠିକ୍‌ ଲାଗୁନି
କରୋନା ଯୋଗୁ ପୂର୍ବପରି ବେପାର ନ ଥିବାବେଳେ ପୌରପାଳିକାକୁ ମାସକୁ ୧୫୦ ଟଙ୍କା ସଫେଇ ବାବଦରେ ଦେବା କଷ୍ଟକର ହେବ। ଯେଉଁ ବ୍ୟବସାୟୀ ଆବର୍ଜନା ଏଣେତେଣେ ପକାଉଛନ୍ତି ସେମାନଙ୍କଠାରୁ ଏହି ଫି’ ଆଦାୟ କରାଯାଉ। ସମସ୍ତଙ୍କ ଉପରେ ଚାପ ନ ପକାଇ ପୌର ପ୍ରଶାସନ ସଚେତନ କଲେ ଭଲ ହୁଅନ୍ତା।
-କାଞ୍ଚନ ସିଂହ, ସ୍ଥାୟୀ ବ୍ୟବସାୟୀ
ପ୍ରଥମେ ସଚେତନ କରାଯାଉ
ଅଳିଆ ଉଠାଇବା ପାଇଁ ଟଙ୍କା ଦେବାକୁ ରାଜି ଅଛୁ। କିନ୍ତୁ ସହର ସମ୍ପୂର୍ଣ୍ଣ ସଫାସୁତରା ରହିବା ଆବଶ୍ୟକ। ପ୍ରଥମେ ଲୋକଙ୍କୁ ସଚେତନ କରାଯାଇ ପରେ ଏହି ବ୍ୟବସ୍ଥା ଲାଗୁ କରାଯାଉ। ସ୍ବଚ୍ଛତାକୁ ଅଣଦେଖା କରି କିଛି ଲୋକ, ବ୍ୟବସାୟୀ ଅଳିଆ ରାସ୍ତାକୁ ପିଙ୍ଗି ଦେଇଥାନ୍ତି। ଏଭଳି ଅମାନିଆଙ୍କ ଠାରୁ ଅଧିକ ଜରିମାନା ଆଦାୟ ବ୍ୟବସ୍ଥା ହେଲେ ସେମାନେ ସୁଧୁରିଯାଆନ୍ତେ।
-ନିବେଦିତା ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri