କ୍ଷତ ଛାଡ଼ିଯାଇଛି ମହାମାରୀ

ଚାଇନାରେ କରୋନା ସଂକ୍ରମଣ ବ୍ୟାପିବା ପରେ ଏହା ମହାମାରୀର ରୂପ ନେଉଥିବା ସମ୍ପର୍କରେ ଆମ ବ୍ୟାବସାୟିକ ସହଯୋଗୀ ତୁରନ୍ତ ସୂଚନା ଦେଇଥିଲେ। ଆମ ସହଯୋଗୀ ଚିଙ୍ଗୁଡ଼ି ଚାଷୀମାନଙ୍କ ଜୀବନ ଓ ଜୀବିକା ପାଇଁ କୋଭିଡ୍‌-୧୯ କିପରି ବିପର୍ଯ୍ୟୟ ଆଣିପାରେ ସେ ନେଇ ମୁଁ ମଧ୍ୟ ଉଚିତ ସମୟରେ ସେମାନଙ୍କୁ ସତର୍କ କରାଇଥିଲି। ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଏବଂ ନିରାପତ୍ତା ନିୟମ ପାଳନ କରିବା ସହ ମୁଁ ସେ ସମୟରେ ଗୋଟିଏ ଫ୍ୟାକ୍ଟ୍ରିରୁ ଆଉ ଗୋଟିଏ ଫ୍ୟାକ୍ଟ୍ରି, ଗୋଟିଏ ଫାର୍ମରୁ ଅନ୍ୟ ଫାର୍ମକୁ ଯାଇ ବ୍ୟବସାୟିକ ସ୍ଥିତି ସୁଦୃଢ଼ ପାଇଁ ଚେଷ୍ଟା କଲି। ସୁରକ୍ଷା ପ୍ରାଥମିକ କାର୍ଯ୍ୟ ହୋଇଥିବାରୁ ମାନସିକ ଦୃଢ଼ତା ଭୟ ଉପରେ ବିଜୟ ଲାଭ କରିଯାଇଥିଲା। ମହାମାରୀ ବେଳେ ମୋ ସହ ବିଭିନ୍ନ ବ୍ୟବସାୟରେ ସମ୍ପୃକ୍ତ ଥିବା ଲୋକମାନଙ୍କ କଷ୍ଟ ଓ ଯନ୍ତ୍ରଣା ଦୂର କରିବାକୁ ପାରୁପର୍ଯ୍ୟନ୍ତ ଚେଷ୍ଟା କରିଥିଲି।
ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିକୁ ମୁଁ ସାଧୁବାଦ ଜଣାଇବି ଯେ ସେ ରାଜ୍ୟରେ ଲକ୍‌ଡାଉନ ଲଗାଇ ସ୍ଥିତି ନିୟନ୍ତ୍ରଣ କରିବାରେ ଅଗ୍ରଣୀ ହେଲେ। ଫଳରେ ମହାମାରୀ ଯୋଗୁ ସୃଷ୍ଟ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ରାଜ୍ୟ ସଫଳ ହୋଇଥିଲା। ଏହା କେବଳ ଆମ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଟିମ୍‌ର ଦକ୍ଷ ପରିଚାଳନା ଯୋଗୁ ସମ୍ଭବ ହୋଇପାରିଲା। ଯଦିଓ ଲକ୍‌ଡାଉନ୍‌ ବେଳେ ଆମ ଇଣ୍ଡଷ୍ଟ୍ରି ପରିଚାଳନା ପାଇଁ ନିୟମରେ କିଛି କୋହଳ କରାଯାଇଥିଲା, ତେବେ ଏସବୁ ନିର୍ଦ୍ଦେଶାବଳୀ ସର୍ବନିମ୍ନ ସ୍ତରରେ ଥିବା କାର୍ଯ୍ୟ ପାଇଁ ପାଳନ କରାଯିବା ସହଜ ହେଉ ନ ଥିଲା। ଶ୍ରମଶକ୍ତି ଏବଂ ସାମଗ୍ରୀର ଠିକ୍‌ ପରିଚାଳନା କରି ନ ହେବାରୁ ବ୍ୟବସାୟରେ ପ୍ରଭୂତ କ୍ଷତି ମଧ୍ୟ ହୋଇଥିଲା। ଲକ୍‌ଡାଉନ ବେଳେ ବ୍ୟକ୍ତିଗତ ଯାତାୟାତ ଏକ ପ୍ରମୁଖ ପ୍ରସଙ୍ଗ ହୋଇଗଲା। ଯୋଗାଣ ବ୍ୟବସ୍ଥାର ପୁନଃସ୍ଥାପନ କ୍ଷେତ୍ରରେ ଆକଳନଠାରୁ ଯଥେଷ୍ଟ ଅଧିକ ସମୟ ଲାଗିଗଲା। କେତେକ କ୍ଷତି ନିଶ୍ଚିତ ହେବାକୁ ଥିବା ବେଳେ ଆଉ କେତେକ କ୍ଷତି ଅପୂରଣୀୟ ହୋଇଥିଲା।
ଭୂତାଣୁ ସଂକ୍ରମଣଜନିତ କ୍ଷୟକ୍ଷତି ଏକ ବିରାଟ କ୍ଷତ ଛାଡ଼ିଯାଇଛି। ତଥାପି ପରିସ୍ଥିତି ଧୀରେଧୀରେ ସୁଧୁରିବାରେ ଲାଗିଛି। ଜୀବନହାନି, ରୋଜଗାରଶୂନ୍ୟ ସ୍ଥିତି, ଦେଶାନ୍ତରୀ ଶ୍ରମିକମାନଙ୍କର ଖାଲି ପାଦରେ ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୂରିବୁଲିବାର ଦୃଶ୍ୟ ଏବେ ବି ଏକ ଦୁଃସ୍ବପ୍ନ ପରି ଲାଗେ। ଭୂତାଣୁଜନିତ ମୃତ୍ୟୁ ଏତେ ନିଷ୍ଠୁର ଥିଲା ଯେ ଆମେ ମୃତକ ଆମତ୍ୀୟଙ୍କୁ ଠିକ୍‌ଭାବେ ବିଦାୟ ମଧ୍ୟ ଦେଇପାରିଲୁନି। ଆଶା କରୁଛି, ଆଉ କେହି ତାଙ୍କ ଜୀବନକାଳରେ ଏପରି ଘଟଣାର ସମ୍ମୁଖୀନ ନ ହୁଅନ୍ତୁ।
ଏହି ମହାମାରୀ ନିଜ ପଛରେ ବଡ଼ ସହରଗୁଡିକର ଜନଗହଳି ଓ ମାତ୍ରାଧିକ ପ୍ରଦୂଷଣ ସ୍ତର, ଗ୍ରାମାଞ୍ଚଳରେ ନିଯୁକ୍ତି ସୁଯୋଗର ଅଭାବ, ସମଗ୍ର ଦେଶରେ ସ୍ବାସ୍ଥ୍ୟସେବାର ଦୁର୍ବଳ ଭିିତ୍ତିଭୂମି ପରି ବିଭିନ୍ନ ପ୍ରଶ୍ନ ଛାଡ଼ିଯାଇଛି। ଏବେ ଆମେ ଯେତେ ଆଗକୁ ଯିବା, ଆମକୁ ଏସବୁ ପ୍ରସଙ୍ଗର ଉତ୍ତର ଦେବାକୁ ହେବ। ମୁଁ ନିଶ୍ଚିତ ଯେ ଆମେ ପାରିବା ଏବଂ ନିଶ୍ଚୟ ସଫଳ ହେବା।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

ଶେୟାର ବଜାରର ଉତ୍ସାହ, ମାର୍କେଟ କ୍ୟାପ୍ ୪୦୪ ଲକ୍ଷ କୋଟି ପାର

ମୁମ୍ବାଇ,୨୫।୪: ଗୁରୁବାର ଦ୍ୱିପ୍ରହରରେ ଶେୟାର ବଜାରରେ କିଣାବିକା ବଢିବା ସହିତ ଭାରତୀୟ ଶେୟାର ବଜାର ଉତ୍ସାହ ସହିତ ବନ୍ଦ ହୋଇଛି। ସେନସେକ୍ସ ୭୪,୦୦୦ ପଏଣ୍ଟ ପାର...

୫୨୭ ଟି ଭାରତୀୟ ପଦାର୍ଥରେ କ୍ୟାନ୍ସର ସୃଷ୍ଟିକାରୀ ରାସାୟନିକ ପଦାର୍ଥ ପାଇଲା ୟୁରୋପୀୟ ୟୁନିଅନ: ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ନୂଆଦିଲ୍ଲୀ,୨୫।୪: ୟୁରୋପୀୟ ୟୁନିଅନର ଖାଦ୍ୟ ନିରାପତ୍ତା କର୍ତ୍ତୃପକ୍ଷ ଇଥାଇଲନ୍ ଅକ୍ସାଇଡ୍, କର୍କଟ ସୃଷ୍ଟି କରୁଥିବା ରାସାୟନିକ ପଦାର୍ଥ ଭାରତ ସହିତ ସଂଯୁକ୍ତ ୫୨୭ ଉତ୍ପାଦରେ ଚିହ୍ନଟ...

ହର୍ଲିକ୍ସରୁ ‘ସ୍ୱାସ୍ଥ୍ୟ’ ଲେବଲ୍ ପ୍ରତ୍ୟାହାର କଲା ଏଚୟୁଏଲ, ‘ପୁଷ୍ଟିକର ପାନୀୟ’ ଭାବରେ କଲା ରିବ୍ରାଣ୍ଡିଂ

ନୂଆଦିଲ୍ଲୀ,୨୫।୪: ସ୍ୱାସ୍ଥ୍ୟ ପାନୀୟ ବର୍ଗରେ ସାମ୍ପ୍ରତିକ ନିୟାମକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ହିନ୍ଦୁସ୍ତାନ ୟୁନିଲିଭର (ଏଚୟୁଏଲ) ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରିବ୍ରାଣ୍ଡିଂ ପଦକ୍ଷେପ ନେଇଛି। କମ୍ପାନୀ...

ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ସହ କାବିଲର ବୁଝାମଣା

ଭୁବନେଶ୍ୱର,୨୫।୪: କାଉନସିଲ ଅଫ୍‌ ସାଇଣ୍ଟିଫିକ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ପ୍ରମୁଖ ପ୍ରତିଷ୍ଠାନ ନ୍ୟାଶନାଲ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ବା ଏନ୍‌ଜିଆର୍‌ଆଇ ଅଥବା ସିଏସ୍‌ଆଇଆର୍‌-ଏନ୍‌ଜିଆର୍‌ଆଇ ଏବଂ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ

ଭୁବନେଶ୍ୱର,୨୫।୪: ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ବିନ୍ଧ୍ୟ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଚଳିତ ବର୍ଷର ଅକ୍ଷୟ ତୃତୀୟା ଉପଲକ୍ଷେ ରିଲାଏନ୍ସ ଜୁଏଲ୍ସ ବିନ୍ଧ୍ୟ...

୫୦୦୦ ଟଙ୍କା କମିଲା ରୁପା, ୧୬୦୦ଟଙ୍କା କମିଲା ସୁନା

ଭୁବନେଶ୍ୱର,୨୫।୪ (ଅଭୟ ଦାଶ): କ୍ରମାଗତ ଭାବେ ସୁନା ଓ ରୁପା ଦରରେ ହ୍ରାସ ଘଟିବାରୁ ଅଳଙ୍କାର ବଜାରରେ ସୁଧାର ଆସିଛି। ଏପରିକି ଦରବୃଦ୍ଧିକୁ ନେଇ ଆଶା...

ଆଧାର ପାନ୍ ଲିଙ୍କ ନେଇ ଆସିଲା ବଡ଼ ଖବର, ୩୧ ମେ ପର୍ଯ୍ୟନ୍ତ TDS ର ସ୍ୱଳ୍ପ ରିହାତି ଉପରେ ହେବନି କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୪ା୪: ଆୟକର ବିଭାଗ ଟିଡିଏସ (ଟିସିଏସ) ରିହାତି ବିଷୟରେ ଟିକସଦାତା ଏବଂ ବ୍ୟବସାୟୀଙ୍କୁ ବଡ଼ ଆରାମ ପ୍ରଦାନ କରିଛି। ଆୟକର ବିଭାଗ କହିଛି ଯେ ଟିକସଦାତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri