ୟୁପିଏସ୍‌ସି ପରାକ୍ଷାଫଳ ପ୍ରକାଶ, ଈଶିତା କିଶୋର ଟପ୍ପର

ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: କେନ୍ଦ୍ରୀୟ ଲୋକସେବା ଆୟୋଗ(ୟୁପିଏସ୍‌ସି)ପକ୍ଷରୁ ୨୦୨୨ ସିଭିଲ ସର୍ଭିସ ପରାକ୍ଷାଫଳ ଘୋଷଣା କରାଯାଇଛି। ପରୀକ୍ଷାରେ ପୁଣି ଥରେ ପୁଅଙ୍କଠାରୁ ଝିଅ ଆଗରେ ରହିଛନ୍ତି। ତେବେ ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀମାନେ ସେମାନଙ୍କର ଫଳାଫଳକୁ ଅଫିସିଆଲ ୱେବସାଇଟ upsc.gov.in ରେ ଯାଞ୍ଚ କରିପାରିବେ। ଈଶିତା କିଶୋର ସିଭିଲ ସର୍ଭିସ ପରୀକ୍ଷାରେ ଟପ୍ପର ହୋଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଗରିମା ଲୋହିଆ, ତୃତୀୟ ସ୍ଥାନରେ ଉମା ହରାତି ଏନ ଓ ଚତୁର୍ଥ ସ୍ଥାନରେ ସ୍ମୃତି ମିଶ୍ରା ରହିଛନ୍ତି।

ସେହିପରି ଓଡ଼ିଶାରୁ ୩୮ତମ ସ୍ଥାନରେ ଅନୁପ ଦାସ, ୪୨ତମ ସ୍ଥାନରେ ପ୍ରଣିତା ଦାସ, ୬୬ସ୍ଥାନରେ କ୍ରିତିକା ମିଶ୍ର, ୬୭ ସ୍ଥାନରେ କସ୍ତୁରୀ ପଣ୍ଡା, ୭୩ ସ୍ଥାନରେ ପଲ୍ଲବୀ ମିଶ୍ର, ୯୭ ସ୍ଥାନରେ ପ୍ରଶାନ୍ତ ରାଜ, ୧୦୬ ସ୍ଥାନରେ ସିଦ୍ଧାର୍ଥ ମିଶ୍ର , ୧୩୬ ସ୍ଥାନରେ ସୌମ୍ୟରଞ୍ଜନ ଦାସ, ୧୪୦ସ୍ଥାନରେ ସୋନାଲି ମିଶ୍ର ରହିଛନ୍ତି।

Share