Posted inଜାତୀୟ

ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ ମିର୍ଜା

ଲକ୍ଷ୍ନୌ,୨୩।୧୨: ଯଦି କିଛି କରିବାକୁ ମନରେ ଆଗ୍ରହ ଅଛି, ତେବେ ଦୁନିଆରେ କିଛି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା ସାନିଆ ମିର୍ଜା ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି। ସାନିଆ ଏନଡିଏ ପରୀକ୍ଷାରେ ୧୪୯ତମ ର଼୍ୟାଙ୍କ୍‌ ପାଇ ଫ୍ଲାଇଙ୍ଗ ୱିଙ୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଫ୍ଲାଇଙ୍ଗ ୱିଙ୍ଗରେ କେବଳ ଦୁଇଟି ସିଟ ଅଛି। ଏନଡିଏରେ ମହିଳାମାନଙ୍କ ପାଇଁ କେବଳ ୧୯ଟି ପୋଷ୍ଟ ସଂରକ୍ଷିତ। ଏନଡିଏରୁ ପାସ କରିବା ପରେ ସାନିଆ ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ।
ସାନିଆଙ୍କ ପିତା ଶହିଦ ଅଲି ମିର୍ଜାପୁରରେ ଜଣେ ଟିଭି ମେକାନିକ ଭାବେ କାର୍ଯ୍ୟ କରନ୍ତି। ସାନିଆ ପିଲାଦିନରୁ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ମିର୍ଜାପୁର ଦେହାଟ କୋଟୱାଲି ପୋଲିସ ଷ୍ଟେଶନ ଅଧୀନରେ ଥିବା ଏକ ଛୋଟ ଗାଁ ଜାସୋଭାରର ବାସିନ୍ଦା ସାନିଆ ଗାଁର ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜରୁ ପ୍ରାଥମିକରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିଥିଲେ। ସେ ୟୁପି ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର୍‌ ମଧ୍ୟ ରହିଥିଲେ। ଏହା ପରେ ସାନିଆ ସହରର ଗୁରୁ ନାନକ ବାଳିକା ଇଣ୍ଟର କଲେଜରୁ ଦ୍ୱାଦଶ ପାସ୍‌ କରିଥିଲେ।
ଗତ ୧୦ ଏପ୍ରିଲରେ ସାନିଆ ଏନଡିଏ ପରୀକ୍ଷା ଦେଇଥିଲେ। ନଭେମ୍ବରରେ ପ୍ରକାଶିତ ତାଲିକାରେ ତାଙ୍କୁ ଚୟନ କରାଯାଇଛି। ଫ୍ଲାଇଙ୍ଗ୍‌ରେ ମନୋନୀତ ହୋଇଥିବା ଦୁଇଜଣ ମହିଳାଙ୍କ ମଧ୍ୟରୁ ସେ ଜଣେ। ଡିସେମ୍ବର ୨୭ରେ ସାନିଆ ପୁଣେରେ ଏନଡିଏ ତାଲିମରେ ଯୋଗଦେବେ।
ସାନିଆ ମିର୍ଜା କହିଛନ୍ତି, ମୁଁ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଛି। ଏକାଦଶ ଶ୍ରେଣୀରେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ଅବନୀ ଚତୁର୍ବେଦୀ ବିଷୟରେ ଜାଣିଥିଲି। ସେ ମୋର ପ୍ରେରଣା ଉତ୍ସ ହୋଇଗଲେ ଏବଂ ମୁଁ ଏନଡିଏରେ ଯୋଗଦେବାକୁ ସ୍ଥିର କଲି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri