ଭଦ୍ରକ କଲେଜ ଗେଟ୍‌ରେ ବ୍ୟାନର ଲଗାଯିବାକୁ ନେଇ ହୋହଲ୍ଲା: ଟାୟାର ଜାଳି ଧାରଣା

ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍‌ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍‌ ଅବରୋଧ କରିଛନ୍ତି। କଲେଜ ଭିତରକୁ ଛାତ୍ରୀଛାତ୍ର ଅଧ୍ୟାପକ ଏପରିକି ଅଧ୍ୟକ୍ଷଙ୍କୁ ମଧ୍ୟ ପ୍ରବେଶ କରିବାକୁ ଦେଉ ନାହାନ୍ତି । ଟାଉନ ଥାନା ଅଧିକାରୀ ପ୍ରଭାଂଶୁ ମିଶ୍ର ଅଧ୍ୟକ୍ଷ ଦୁର୍ଗା ଶଙ୍କର ଦାଶ ଛାତ୍ରମାନଙ୍କ ସହ ଆଲୋଚନା କରୁଛନ୍ତି। ପ୍ରକାଶ ଥାଉକି ଗତ ଗଣେଶ ପୂଜା ସମୟରେ ଗୋଟିଏ ଗୋଷ୍ଠୀ କଲେଜର ଅର୍ଦ୍ଧ ନିର୍ମିିିିତ ଗେଟ୍‌ରେ ଏକ ବ୍ୟାନର ଲଗାଇଥିଲେ। ଏହାକୁ ଖୋଲି ଅନ୍ୟ ଗୋଷ୍ଠୀ ଅନ୍ୟ ଏକ ବ୍ୟାନର ଲଗାଇଥିଲେ । ଯେଉଁଥିରେ ଭଦ୍ରକ ସୟଂଶାସିତ ମହାବିଦ୍ୟାଳୟ ଲେଖାଯାଇଥିଲା। ଏଥିରେ କିନ୍ତୁ ଗେରୁଆ ରଙ୍ଗ ଥିବାରୁ ଅନ୍ୟ ଗୋଷ୍ଠୀ ବିରୋଧ କରିଥିଲେ । ଫଳରେ ଚାପା ଉତ୍ତେଜନା ସହ ଛାତ୍ର ଅଶାନ୍ତି ଦେଖାଦେଇଥିଲା । ଏହାକୁ ଗୋଟିଏ ଗୋଷ୍ଠୀ ଗେଟ୍‌ ସମ୍ମୁଖରେ ଧାରଣା ଦେବା ସହ ହୋହଲ୍ଲା କରିଥିଲେ। ଛାତ୍ର ଅଶାନ୍ତିକୁ ଲକ୍ଷ କରି ଘଟଣାସ୍ଥଳରେ ଟାଉନ ପୋଲିସ ସହ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

କୁଲଦୀପଙ୍କ ଦ୍ୱିତୀୟ ଇନିଂସ: ପିଲାଦିନର ବନ୍ଧୁ ବଂଶିକାଙ୍କ ସହ ବିବାହ ସମ୍ପନ୍ନ, ଧୁମ୍‌ ନାଚିଲେ…

ମସୁରୀ, ୧୪।୩: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ସ୍ପିନର୍‌ କୁଲଦୀପ ଯାଦବଙ୍କ ପାଇଁ ମାର୍ଚ୍ଚ ୨୦୨୬ ସାରା ଜୀବନ ପାଇଁ ସ୍ମରଣୀୟ ହୋଇ ରହିବ। ଗତ ରବିବାର (୯…

୧୬ରେ କଂଗ୍ରେସର ସଂସଦ ଘେରାଉ ଆନ୍ଦୋଳନ

ନୂଆଦିଲ୍ଲୀ,୧୪ା୩: କେନ୍ଦ୍ର ସରକାର ନିକଟରେ କରିଥିବା ଆମେରିକା ସହ ବାଣିଜ୍ୟ ଚୁକ୍ତିନାମା ଦେଶ ପାଇଁ କ୍ଷତିକାରକ ହେବ ବୋଲି କଂଗ୍ରେସ ଅଭିଯୋଗ କରିଛି। ଏହାର ପ୍ରତିବାଦ ସ୍ବରୁପ…

ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟ୍‌କା! ଲିଗ୍‌ ଆରମ୍ଭର ୧୪ ଦିନ ପୂର୍ବରୁ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ, ୧୪।୩: ଆଇପିଏଲ ୨୦୨୬ ପାଇଁ ସମସ୍ତ ଦଳ ନିଜର ପ୍ରସ୍ତୁତି ଜୋରଦାର କରିଛନ୍ତି। କେଉଁଠି ନୂଆ ଜର୍ସି ଲଞ୍ଚ ହେଉଛି ତ କେଉଁଠି ଖେଳାଳିମାନେ ଅଭ୍ୟାସ…

ଚାଷୀଙ୍କ ଦୁଃଖ: ଅମଳ ବେଳେ କଲରା କିଆରୀ ଉଜାଡ଼ିଲେ ଦୁର୍ବୃତ୍ତ, ଜମୁର୍ଡା ଗ୍ରାମରେ ଉତ୍ତେଜନା!

ବରଗଡ଼, ୧୪/୦୩ (ପ୍ରେମାନନ୍ଦ ଖମାରୀ): ଜଣେ ଚାଷୀ ରକ୍ତକୁ ପାଣି କରି ଫସଲ ଉଜେଇଥିବା ବେଳେ, ଅମଳ ସମୟରେ ଦୁର୍ବୃତ୍ତଙ୍କ କଳା ପାହାର ଚାଷୀର ମେରୁଦଣ୍ଡ ଭାଙ୍ଗି…

ଛାତ୍ରୀଙ୍କ ଅସଦାଚରଣ ଭିଡିଓ ଭାଇରାଲ ମାମଲା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

କାକଟପୁର/ଅସ୍ତରଙ୍ଗ,୧୪ା୩(ଶୁଭଦର୍ଶନ ମିଶ୍ର/ପ୍ରଦୀପ୍ତ କୁମାର ଦୀକ୍ଷିତ/ମମତା ଜେନା): ପୁରୀ ଜିଲା କାକଟପୁର ଥାନା ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ଛାତ୍ରୀଙ୍କୁ ସ୍କୁଲର ଅବସରପ୍ରାପ୍ତ କର୍ମଚାରୀ ଅସଦାଚରଣ କରିଥିବା ଭିଡିଓ…

ଗ୍ୟାସ, ପେଟ୍ରୋଲ କଳାବଜାର କରୁଥିଲେ ସାବଧାନ: ନିୟମିତ ଯାଞ୍ଚ କରିବ କମିଟି

ନନ୍ଦପୁର,୧୪ା୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବ୍ଲକ ଅଞ୍ଚଳର ପେଟ୍ରୋଲ ଟାଙ୍କି, ଗ୍ୟାସ ବିତରଣ କେନ୍ଦ୍ରଗୁଡ଼ିକ ନିୟମିତ ଯାଞ୍ଚ କରିବାକୁ କମିଟି ଗଠନ ପାଇଁ…

ବଡ଼ ଧରଣର ପୋଲିସ ଚଢ଼ାଉ: ବିପୁଳ ପରିମାଣର ବିସ୍ଫୋରକ ସହ ୨ ଗିରଫ

ବେଲଗୁଣ୍ଠା,୧୪।୩(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ…

ଭେଟିବାକୁ ଆସିଲେନି ପ୍ରେମିକ, ବୈତରଣୀ ପୋଲ ଉପରୁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ; ପୋଲିସ ପହଞ୍ଚି…

ପାଟଣା, ୧୪।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ନିକଟସ୍ଥ ବୈତରଣୀ ନଦୀ ପୋଲ ଉପରେ ଶନିବାର ଏକ ଚକିତ କଲାଭଳି ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri