ବ୍ୟାସନଗରରେ ପ୍ରତିଷ୍ଠା ହେବ ୟୁପିଏଚ୍‌ସି

ଯାଜପୁର ଅଫିସ,୨୩ା୨: ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରର ସର୍ବାଙ୍ଗୀନ ବିକାଶ ନେଇ ସରକାର ତପତ୍ରତା ଦେଖାଉଥିବା କହୁଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା କାର୍ଯ୍ୟକାରୀ ହେଉନାହିଁ । ଏହାସହ ଖଣି ଏବଂ ଶିଳ୍ପସଂସ୍ଥା ପରିପୂର୍ଣ୍ଣ ଦାନଗଦି ଓ ସୁକିନ୍ଦା ବ୍ଲକ ଅଧିବାସୀ ପ୍ରଦୂଷଣ ଯନ୍ତାରେ ଶଢୁଥିବାବେଳେ ରୋଗଦୁଃଖ ଏମାନଙ୍କ ପାଇଁ ଚିର ସହଚର ହୋଇଛି । ଏପରିସ୍ଥଳେ ସରକାର ବ୍ୟାସନଗର ସହରରେ ସ୍ବାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ବଦଳରେ ଅଣଦେଖା କରୁଥିବା ପରିତାପର ବିଷୟ ବୋଲି ମତପ୍ରକାଶ ପାଇଛି ।

ବ୍ୟାସନଗର ସହରରେ ୧୦୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ଡାକ୍ତରଖାନା ପ୍ରତିଷ୍ଠା କରିବାକୁ ପ୍ରାୟ ୧ ଦଶନ୍ଧି ହେଲା ଦାବି ହୋଇ ଆସୁଛି। ହେଲେ ତାକୁ କାର୍ଯ୍ୟକାରୀ କରିବା ବଦଳରେ ଜିଲାର ଯାଜପୁର ଏବଂ ବ୍ୟାସନଗର ସହରରେ ୨ଟି ଅର୍ବାନ ପ୍ରାଇମେରୀ ହେଲ୍‌ଥ ସେଣ୍ଟର(ୟୁପିଏଚ୍‌ସି) ପାଇଁ ଅନୁମତି ମିଳିଛି। ମଙ୍ଗଳବାର ଏନେଇ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହି ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ୨୦୧୮ରୁ ପଦକ୍ଷେପ ଗ୍ରହଣ କରାଯାଇଥିଲେ ହେଁ ଜମି ଅଧିଗ୍ରହଣ ସମସ୍ୟା ଯୋଗୁ ତାହା ଶୀତଳ ଭଣ୍ଡାରରେ ପଡି ରହିଛି। ଅନ୍ୟପକ୍ଷେ ବେସରକାରୀ ଭାବେ ପ୍ରାୟ ଦେଢ ଲକ୍ଷ ଲୋକସଂଖ୍ୟା ବିଶିଷ୍ଟ ଏହି ସହରବାସୀଙ୍କ ଉପଯୁକ୍ତ ସ୍ବାସ୍ଥ୍ୟସେବାରେ ୟୁପିଏଚ୍‌ସି ସେତେଟା କାମରେ ଲାଗିବ ନାହିଁ ବୋଲି ମତପ୍ରକାଶ ପାଇଛି। ଏହାର ସୁଯୋଗରେ ସହରର ପ୍ରାୟ ଅଧିକାଂଶ ଔଷଧ ଦୋକାନରେ କଟକ, ଭୁବନେଶ୍ୱର ଆଦି ଅଞ୍ଚଳରୁ ଡାକ୍ତରମାନେ କ୍ଲିନିକ ଖୋଲି ବ୍ୟବସାୟ କରୁଥିବା ଦେଖିବାକୁ ମିଳୁଛି।

ଖଣି ଓ ଶିଳ୍ପ କାରଖାନାର ଆଗମନ ପରେ ଯକ୍ଷ୍ମା, ଝାଡ଼ାବାନ୍ତି ଓ ଅନ୍ୟାନ୍ୟ ପେଟ ରୋଗ ଏ ଅଞ୍ଚଳ ପାଇଁ ସାଧାରଣ କଥା ହୋଇଛି । ଲୋକଙ୍କ ଘନଘନ ଅଭିଯୋଗ ଡାକ୍ତର ନାହାନ୍ତି, ଶଯ୍ୟା ନାହିଁ, ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଯନ୍ତ୍ରପାତି ନାହିଁ, ଔଷଧ ନାହିଁ । ଖାଲି ନାହିଁ ଆଉ ନାହିଁ । ଲୋକେ ବାଧ୍ୟ ହୋଇ ଚିକିସତ୍ା ପାଇଁ ଅନ୍ୟ ଯାଗାକୁ ଯାଇ ହଇରାଣ ହେଉଛନ୍ତି। ପାରିପାର୍ଶ୍ୱିକ ଉନ୍ନୟନ ପାଣ୍ଠିରେ ଶିଳ୍ପ କମ୍ପାନୀଗୁଡିକ ଲାଭାଂଶର ପ୍ରାୟ ୫ପ୍ରତିଶତ ଅଞ୍ଚଳର ଉନ୍ନୟନରେ ଖର୍ଚ୍ଚ କରିବାର ନିୟମ ରହିଛି ା କମ୍ପାନୀଗୁଡିକ ଜିଲା ପ୍ରଶାସନ ତରଫରୁ ଖର୍ଚ୍ଚ ନ କରି ନିଜ ପକ୍ଷରୁ ଖର୍ଚ୍ଚ କରୁଥିବା କହୁଛନ୍ତି। ହେଲେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ସ୍ବାସ୍ଥ୍ୟଶିବିରରେ ସ୍ବାସ୍ଥ୍ୟସେବା ସୀମିତ ରହୁଛି। ଡୁବୁରୀଠାରେ ଏକ ବେସରକାରୀ ଡାକ୍ତରଖାନା ପ୍ରତିଷ୍ଠା ହୋଇଥିଲେ ହେଁ ତାହା ସାଧାରଣ ଲୋକଙ୍କ କାମରେ ଲାଗୁ ନାହିଁ। ଏହାବାଦ ବ୍ୟାସନଗର ସହରର ସ୍ବାସ୍ଥ୍ୟସେବାରେ ଡିଏମ୍‌ଏଫ୍‌(ଜିଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠିରୁ ଏଯାଏ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ପାରିନାହିଁ। ଖଣି ପ୍ରଭାବିତ ସୁକିନ୍ଦା, ଦାନଗଦି, ଧର୍ମଶାଳା, ବଡଚଣା ପ୍ରଭୃତି ବ୍ଲକ ଅଞ୍ଚଳରେ ଡିଏମ୍‌ଏଫ୍‌ ପାଣ୍ଠିରେ ବିଭିନ୍ନ ନିର୍ମାଣ କାର୍ଯ୍ୟ ହେଉଛି । ଡିଏମ୍‌ଏଫ୍‌ ପାଣ୍ଠିରେ ଜିଲାର ଯେଉଁ ଅଞ୍ଚଳ ହେଉନା କାହିଁକି ସେହି ଅଞ୍ଚଳର ଉନ୍ନତି ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଛି । କିନ୍ତୁ ବିଡମ୍ବନା ଯେ, କାହିଁକି ବ୍ୟାସନଗର ସହରର ବିକାଶରେ ଡିଏମ୍‌ଏଫ୍‌ ପାଣ୍ଠିର ବିନିଯୋଗ ହେଉନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ା ବିଶେଷକରି ସ୍ବାସ୍ଥ୍ୟକ୍ଷେତ୍ର ଏଠାରେ ଅବହେଳିତ ହୋଇ ପଡିଛି । ୩୦ ଶର୍ଯ୍ୟା ବିଶିଷ୍ଟ ଯାଜପୁରରୋଡ ସିଏଚ୍‌ସି ଲୋକ ସଂଖ୍ୟା ତୁଳନାରେ ଯଥେଷ୍ଟ ହେଉନାହିଁ । ରାଜୀବ ଗାନ୍ଧୀ ଷ୍ଟାଡିୟମ ନିକଟରେ ୟୁପିଏଚ୍‌ସି ପାଇଁ ପରିକଳ୍ପନା ହୋଇଥିଲା। ତାହା ବି କାର୍ଯ୍ୟକାରୀ ହୋଇ ପାରିନାହିଁ। ଏବେ ପୁଣି ସେହି ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ଅନୁମୋଦନ ମିଳିଛି। ୟୁପିଏଚ୍‌ସିରେ ଆଉଟଡୋର ରହିବ, ସପ୍ତାହକୁ କେତେକ ବିଶେଷଜ୍ଞ ଡାକ୍ତର ଆସି ରୋଗୀଙ୍କୁ ପରାମର୍ଶ ଦେବେ, ଫିଜିଓଥୋରାପି ଆଦି ସେବା ମିଳିବ। ହେଲେ ଏଥିରେ ରୋଗୀମାନଙ୍କ ପାଇଁ ବେଡ ସୁବିଧା ରହିବ ନାହିଁ। କେବଳ ୨ ଜଣ ନିୟମିତ ଡାକ୍ତର ସେବା ପ୍ରଦାନ କରିବେ। ଯାହାକି ଶିଳ୍ପ କାରଖାନା ଓ ଖଣି ପ୍ରଭାବିତ ବ୍ୟାସନଗର ସହରବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ପୁଣି ଅସମାହିତ ହୋଇ ରହିବ ଯିବ ବୋଲି ମତପ୍ରକାଶ ପାଇଛି। ସେହପିରି ଜିଲା ସଦର ମହକୁମା ଯାଜପୁର ସହରରେ ମଧ୍ୟ ଏକ ୟୁପିଏଚ୍‌ସି ପ୍ରତିଷ୍ଠା କରିବାକୁ ସରକାର ଘୋଷଣା କରିଛନ୍ତି। ଏହାବାଦ ସରକାର ପ୍ରତ୍ୟେକ ନିର୍ବାଚନ ମଣ୍ଡଳିର ପିଏଚ୍‌ସି ଏବଂ ସିଏଚ୍‌ସିକୁ ୫-ଟି ଯୋଜନାରେ ଉନ୍ନତିକରଣ କରି ଆମ ହସପିଟାଲ କରିବାକୁ ଘୋଷଣା କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ରୋଡ ସିଏଚ୍‌ସିର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ପୃଷ୍ଟିଙ୍କୁ ପଚାରିବାରେ ସେ କହିଛନ୍ତି, ସହରବାସୀଙ୍କ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ୟୁପିଏଚ୍‌ସି ବହୁ କାମରେ ଲାଗିବ। ବିଭିନ୍ନ ସମୟରେ ବିଶେଷଜ୍ଞ ଡାକ୍ତରମାନେ ଆସି ରୋଗୀମାନଙ୍କୁ ପରାମର୍ଶ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?