Posted inଖେଳ

ୟୁପି ଓ୍ବାରିୟର୍ଜ ୧୦ ଉଇକେଟରେ ଜିତିଲା

ମୁମ୍ବାଇ,୧୧ା୩: ମୁମ୍ବାଇର ବ୍ରାବୋର୍ନ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଓମେନ୍ସ ପ୍ରିମିୟର ଲିଗ୍‌ର ମ୍ୟାଚ୍‌ ନମ୍ବର ୮ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ୧୦ ଉଇକେଟରେ ପରାସ୍ତ କରିଛି ୟୁପି ଓ୍ବାରିୟର୍ଜ। ଆରସିବି ୧୯.୩ ଓଭରରେ ୧୩୮ ରନ୍‌ରେ ଅଲଆଉଟ ହୋଇଥିବା ବେଳେ ୧୩ ଓଭରରେ ଜିତି ନେଇଥଲା ୟୁପି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ପକ୍ଷରୁ ସୋଫି ଡିଭାଇନ୍‌(୩୬) ଓ ଏଲିସ୍‌ ପେରୀ(୫୨) ରନ୍‌ କରିଥିଲେ। ପେରୀ ୩୯ ବଲ୍‌ ଖେଳି ସର୍ବାଧିକ ୫୨ ରନ୍‌ କରିଥିଲେ। ପେରୀଙ୍କ ଇନିଂସରେ ୬ ଚୌକା ଓ ୧ ଛକା ସାମିଲ ଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରେୟଙ୍କା ପାଟିଲ ୧୫ ଓ ଏରିନ୍‌ ବର୍ନସ୍‌ ୧୦ ରନ୍‌ କରିଥିଲେ। ୟୁପି ଓ୍ବାରିୟର୍ଜ ପକ୍ଷରୁ ସୋଫି ଏକେଲଷ୍ଟୋନ ୧୩ ରନ୍‌ରେ ୪ ଉଇକେଟ ନେଇଥିବା ବେଳେ ଦୀପ୍ତି ଶର୍ମା ୨୬ ରନ୍‌ରେ ୩ ଉଇକେଟ ନେଇଥିଲେ। ୧୩୯ ରନ୍‌ ଜବାବରେ ଆଲିସା ହିଲି ୯୬* ଓ ଦେବିକା ବୈଦ୍ୟ ୩୬* ରନରେ ଅପରାଜିତ ରହିଥିଲେ। ହିଲି ୪୭ବଲ୍‌ ଖେଳି ୧୮ ଚୌକା ଓ ୧ ଛକା ମାରିଥିଲେ। ଅନ୍ୟ ପକ୍ଷରେ ଦେବିକା ୩୧ଟି ବଲ ଖେଳି ୫ ଚୌକା ମାରିଥିଲେ।
ସଂକ୍ଷିପ୍ତ ସ୍କୋର
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୯.୩ ଓଭରରେ ୧୩୮/୧୦(ଏଲିସ୍‌ ପେରୀ-୫୨, ସୋଫି ଡିଭାଇନ୍‌-୩୬, ଶ୍ରେୟଙ୍କା ପାଟିଲ-୧୫, ସୋଫି ଏକେଲଷ୍ଟୋନ-୪/୧୩, ଦୀପ୍ତି ଶର୍ମା-୩/୨୬, ରାଜେଶ୍ୱରୀ ଗାଏକ୍ୱାଡ-୧/୨୬)। ୟୁପି ଓ୍ବାରିୟର୍ଜ: ୧୩ ଓଭରରେ ୧୩୯/୦ (ଆଲିସା ହିଲି-୯୬*, ଦେବିକା ବୈଦ୍ୟ-୩୬*)।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?