କେନାଲକୁ ୨୦ ପର୍ଯ୍ୟନ୍ତ ଜଳ ଯୋଗାଣ

ଜୟପୁର, ୫।୫ (ନି.ପ୍ର. ): ଅପର କୋଲାବ ପ୍ରକଳ୍ପ ପାଣି ପଞ୍ଚାୟତର ସର୍ବୋଚ୍ଚ କମିଟିର ଏକ ବୈଠକ ବୁଧବାର ବୋରିଗୁମ୍ମା କାର୍ଯ୍ୟାଳୟ ପରିସରରେଅନୁଷ୍ଠିତ ହୋଇଛି। ମୁଖ୍ୟଯନ୍ତ୍ରୀ ଶତ୍ରୁଘନ ମହାରଣା ସଭାପତିତ୍ୱ କରିଥିଲେ। ଚଳିତ ରବି ଋତୁରେ କେନାଲରେ ଜଳ ଚଳିତ ମାସ ୧୦ ତାରିଖ ପରିବର୍ତ୍ତେ ୨୦ ତାରିଖ ପର୍ଯ୍ୟନ୍ତ ଯୋଗାଣ ପାଇଁ ନିଷ୍ପତ୍ତି ହୋଇଥିଲା। ପାଣି ପଞ୍ଚାୟତ ମାଧ୍ୟମରେ ଏମ୍‌ଏନଆରଇଜିଏସ୍‌ ସହ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ କମିଟିର ସଭାପତି ବାଳକୃଷ୍ଣ ବିଶୋୟୀ, କାର୍ଯ୍ୟନିର୍ବାହୀ ସଦସ୍ୟ ଭାସ୍କର ବିଶୋୟୀ, ସଦାଶିବ ତ୍ରିପାଠୀ, ତପନ ପାଣିଗ୍ରାହୀ, କରଣାଳ କମିଟିର ସମ୍ପାଦକ ରମେଶ ବିଶୋୟୀ, ସଭାପତି ରମାକାନ୍ତ ବିଶୋୟୀ ପ୍ରମୁଖ ବୈଠକରେ ଦାବି କରିଥିଲେ। ପଞ୍ଚାୟତ ସମିତି ମାଧ୍ୟମରେ ବିନା ଅନୁମୋଦନରେ ଆଉଟଲେଟ କରାଯାଇ କ୍ଷେତ୍ର ନାଳୀ ନିର୍ମାଣ କରାଯାଉଥିବାରୁ ଏହାକୁ ତୁରନ୍ତ ବନ୍ଦ କରିବା ଲାଗି ବିଡିଓମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଖରିଫ ଚାଷ ଲାଗି ଆଗାମୀ ଶୀର୍ଷ କମିଟି ବୈଠକ ଜୁନ ୨୨ରେ ବସିବାକୁ ସ୍ଥିର କରାଯାଇଥିଲା। ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଅନିଲ ପାଣିଗ୍ରାହୀ ପରିଚାଳନା କରିଥିଲେ। ବୈଠକରେ ଅଧୀକ୍ଷଣ ଯନ୍ତ୍ରୀ ପୀତବାସ ସେଠୀ, ସରୋଜ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ଉପସ୍ଥିତ ଥିଲେ। ସହକରୀ ଯନ୍ତ୍ରୀ ଅରୁଣ କୁମାର ଗିରି, ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍‌ଏଚ୍‌-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

ଶହୀଦ ଗ୍ରାମରକ୍ଷୀଙ୍କ ପରିବାରକୁ ଭେଟି ସମ୍ବର୍ଦ୍ଧିତ ଜଣାଇଲେ ଏସଡିପିଓ, ଝିଅର ପାଠପଢାକୁ ନେଇ ଦେଲେ ଏମିତି ପ୍ରତିଶ୍ରୁତି

ପଟ୍ଟାଙ୍ଗି, ୩୦।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅଧୀନରେ କାର୍ଯ୍ୟ କରୁଥିବା ସ୍ବର୍ଗତ ଗ୍ରାମରକ୍ଷୀ ଜଗା ଖିଲଙ୍କ ମା , ଝିଅ ଏବଂ ସ୍ତ୍ରୀଙ୍କୁ…

କାଳବୈଶାଖୀ: ରାସ୍ତାରେ ପଡ଼ିଲା ଗଛ, ଭାଙ୍ଗିଲା ଘର

ନନ୍ଦପୁର,୩୦।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଓ ଲମତାପୁଟ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି। ଘୂର୍ଣ୍ଣିଝଡ଼ ଓ ପ୍ରବଳ ବର୍ଷା ଯୋଗୁ…

ଶୁଣୁନି ପ୍ରଶାସନ: ରାଶନ କାର୍ଡ, ଭତ୍ତାରୁ ବଞ୍ଚିତ ମହିଳା

ନନ୍ଦପୁର/ପାଡୁଆ, ୩୦।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ)-କୋରାପୁଟ ଜିଲା ନନ୍ଦପୁର ବ୍ଲକ୍‌ ପାଡୁଆ ପଞ୍ଚାୟତ ସଦର ମହକୁମା ଉପରସାହିର ଲକ୍ଷ୍ମୀ ଖରା(୬୬) ସରକାରଙ୍କ ରାଶନ କାର୍ଡ, ଭତ୍ତା ଆଦି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri