Posted inଜାତୀୟ

ଲକ୍ଷ୍ନୌ ହଜରତଗଞ୍ଜରେ ଦୁର୍ଘଟଣା, କାନ୍ଥ ଭୁଷୁଡି ୨ ଶିଶୁ ସମେତ ୯ ମୃତ

ଲକ୍ଷ୍ନୌ,୧୬ ।୯: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଥିବା ହଜରତଗଞ୍ଜ ଅଞ୍ଚଳରେ ଏକ କାନ୍ଥ ଭୁଷୁଡି ପଡିବା ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୁହାଯାଉଛି କି ଏହା ଏକ ଘରର କାନ୍ଥ ଥିଲା । ଏହି ଘଟଣାରେ ଦୁଇଟି ଶିଶୁଙ୍କର ବି ମୃତ୍ୟୁ ହୋଇଛି । ଘଟଣାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ବି ଘୋଷଣା କରିଛନ୍ତି ।
କୁହାଯାଉଛି କି ପ୍ରବଳ ବର୍ଷା ଯୋଗୁ ଏହି ଦୁର୍ଘଟଣା ଘଟିଛି । ଗୁରୁବାରଠାରୁ ଲକ୍ଷ୍ନୌରେ ଲଗାଣ ବର୍ଷା ଜାରି ରହିଛି । ଭୁଷୁଡି ପଡିଥିବା କାନ୍ଥକୁ ଉଠାଇବା କାମ ତୁରନ୍ତ ଆରମ୍ଭ କରାଯାଇଛି । ନିଜେ ମୁଖ୍ୟମନ୍ତ୍ରୀ ଜିଲାପାଳ, ପୋଲିସ ଓ ବରିଷ୍ଠ ଅଧିକାରୀଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବର୍ଷା ଲାଗି ରହିଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜୁଛି । ଉକ୍ତ ଘରଟି ପ୍ରାୟ ୧୦୦ ବର୍ଷ ପୁରୁଣା ବୋଲି କୁହାଯାଉଛି । ତେଣୁ ଏହା ବିପଦ ସଙ୍କୁଳ ଅବସ୍ଥାରେ ରହିଥିଲା । କାନ୍ଥ ତଳେ ୧୦ ଜଣ ଚାପି ହୋଇଯାଇଥିବା ଅନୁମାନ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାୟୁସେନାର ଏଏନ୍‌-୩୨ ବିମାନ ନିଖୋଜ

ଜୋରହାଟ,୩।୬: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଆସାମର ଜୋରହାଟରୁ ଅରୁଣାଚଳ ପ୍ରଦେଶ ଯିବା ପାଇଁ ଉଡାଣ ଭରିବା ପରେ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ମଧ୍ୟାହ୍ନ...

ଫାଶୀ ପୂର୍ବରୁ ଜେଲ୍‌ରେ ରୋଜଗାର: ଅକ୍ଷୟ କରିଛନ୍ତି ଅଧିକ; ମୁକେଶ କରି ନାହାଁନ୍ତି କିଛି କାମ

ନୂଆଦିଲ୍ଲୀ,୧୫।୧: ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଜାନୁୟାରୀ ୨୨ରେ ସକାଳ ୭ଟାରେ ଫାଶୀ ଦିଆଯିବ। ଏନେଇ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଜାରି ରହିଛି।...

ଡିୟୁ କୁଳପତି ନିଲମ୍ବିତ

ନୂଆଦିଲ୍ଲୀ,୨୯।୧୦: କର୍ତ୍ତବ୍ୟରେ ଅବହେଳା ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର କୁଳପତି ପ୍ରଫେସର ଯୋଗେଶ ତ୍ୟାଗୀଙ୍କୁ ନିଲମ୍ବନ କରାଯାଇଛି। ନିକଟରେ କେତେକ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତିରେ କୁଳପତି ନେଇଥିବା...

କର୍ନାଟକରେ ମୁସଲମାନଙ୍କୁ ମିଳୁଥିବା ୪ ପ୍ରତିଶତ ସଂରକ୍ଷଣ ଶେଷ

ବେଙ୍ଗାଲୁରୁ,୨୭ ।୩: କର୍ନାଟକର ଭାରତୀୟ ଜନତା ପାର୍ଟି(ଭାଜପା) ସରକାର ରାଜ୍ୟରେ ମୁସଲମାନଙ୍କୁ ଦିଆଯାଉଥିବା ୪ ପ୍ରତିଶତ ସଂରକ୍ଷଣକୁ ଶେଷ କରିଛନ୍ତି । ସରକାର ଏହି ସଂରକ୍ଷଣକୁ...

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ: ଭାଜପା ଗଡ଼ ରକ୍ଷା ଚିନ୍ତାରେ ଥିବାବେଳେ କଂଗ୍ରେସ ପାଇଁ ପୁରୁଣା ଗାଦି ବିଜୟ ଲକ୍ଷ୍ୟ

ନୂଆଦିଲ୍ଲୀ,୨୭।୪: ଲୋକ ସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ ଆସନ ପାଇଁ ସୋମବାର ମତଦାନ କରାଯିବ। ଏସବୁ ଆସନରେ ଭାଜପା ଗଡ଼ ରକ୍ଷା...

ଆତଙ୍କବାଦ ନିରୋଧୀ ବିଲ୍‌ ଲୋକ ସଭାରେ ଗୃହୀତ

ନୂଆଦିଲ୍ଲୀ,୨୫ା୭(ପି.ଟି.): ବିରୋଧୀ ଦଳ ସଦସ୍ୟମାନଙ୍କ ହୋହଲ୍ଲା ଓ କକ୍ଷତ୍ୟାଗ ମଧ୍ୟରେ ଆତଙ୍କବାଦ ନିରୋଧୀ (ସଂଶୋଧନ) ବିଲ୍‌ ବୁଧବାର ଲୋକ ସଭାରେ ଗୃହୀତ ହୋଇଯାଇଛି। ଏହି ବିଲ୍‌...

ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…

ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା...

ଗୁଜରାଟରେ ବିଧାନସଭା ନିର୍ବାଚନ ଲଢ଼ିବ ଏଏପି

ଅହମଦାବାଦ,୧୪।୬: ଆସନ୍ତା ବର୍ଷ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ଏବେଠାରୁ ରାଜନୈତିକ ଉଷ୍ମତା ଦେଖାଦେଇଛି। ଏହିକ୍ରମରେ ଆମ ଆଦମୀ ପାର୍ଟି(ଏଏପି) ମଧ୍ୟ...

Advertisement
Archives

Model This Week