Posted inଜାତୀୟ

କାଉଡିଆ ଯାତ୍ରାକୁ ନେଇ ଜବାବ ଦାଖଲ କଲେ ୟୁପି ସରକାର

ନୂଆଦିଲ୍ଲୀ,୧୯ ।୭: କାଉଡିଆ ଯାତ୍ରାକୁ ନେଇ ଉତ୍ତର ପ୍ରଦେଶ ସରକାର ସୁପ୍ରିମକୋର୍ଟରେ ନିଜର ଜବାବ ଦାଖଲ କରିଦେଇଛନ୍ତି । ୟୁପି ସରକାର କହିଛନ୍ତି ଚଳିତ ବର୍ଷ କାଉଡିଆ ଯାତ୍ରା ହେବ ନାହିଁ । ୟୁପି ସରକାରଙ୍କ ଓକିଲ ବୈଦନାଥନ କୋର୍ଟରେ ଶୁଣାଣି ସମୟରେ କହିଛନ୍ତି ସମସ୍ତ କାଉଡିଆ ସଂଘ ଯାତ୍ରା ସ୍ଥଗିତ ରଖିବାକୁ ପ୍ରସ୍ତୁତ ଅଛନ୍ତି । ସେଥିପାଇଁ ଚଳିତ ବର୍ଷ କାଉଡିଆ ଯାତ୍ରା ହେବ ନାହିଁ । ଓକିଲ ବୈଦନାଥନ କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ପରେ ସରକାର ଏକ ବୈଠକ ଡକାଇଥିଲେ । ଏଥିରେ ସବୁ କାଉଡିଆ ସଂଘ ଯାତ୍ରା ନ କରିବାକୁ ରାଜି ହୋଇଥିଲେ । ଫଳରେ ଚଳିତ ବର୍ଷ କାଉଡିଆ ଯାତ୍ରାକୁ ବନ୍ଦ କରାଗଲା । ସୂଚନାଯୋଗ୍ୟ, ଚଳିତ ବର୍ଷ ଉତ୍ତର ପ୍ରଦେଶରେ କାଉଡିଆ ଯାତ୍ରାକୁ ବନ୍ଦ କରାଗଲା । ମୁଖ୍ୟ ସଚିବ(ସୂଚନା) ନବନୀତ ସହଗଲ ଶନିବାର ଏହି ସୂଚନା ଦେଇଥିଲେ । ସେ କହିଥିଲେ ରାଜ୍ୟ ସରକାରଙ୍କ ଅନୁରୋଧ ପରେ କାଉଡିଆ ସଂଘ ଯାତ୍ରା ନ କରିବାକୁ ରାଜି ହୋଇ ଯାଇଥିଲେ । ଫଳରେ ଚଳିତ ବର୍ଷ କାଉଡିଆ ଯାତ୍ରା ବନ୍ଦ ହୋଇଗଲା । ୨୫ ଜୁଲାଇରୁ ଶ୍ରାବଣ ମାସ ଆରମ୍ଭ ହେଉଥିବାରୁ ସେହିଦିନ କାଉଡିଆ ଯାତ୍ରା ଆରମ୍ଭ ହୋଇଥାଆନ୍ତା ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଚାଇନା ସଂଘର୍ଷର ସାଟେଲାଇଟ ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ,୧୩।୧୨: ପୂର୍ବ ଲଦାଖକୁ ଲାଗିଥିବା ଏଲଏସି ଉପରେ ଥିବା ଟେନସନ ଏପର୍ଯ୍ୟନ୍ତ ଶେଷ ହୋଇ ନ ଥିବାବେଳେ ଚାଇନା ଏବେ ଅରୁଣାଚଳ ପ୍ରଦେଶରେ ମଧ୍ୟ ଅନୁପ୍ରବେଶ...

ପ୍ରଥମ ବାଜି କଂଗ୍ରେସ ହାତରେ: ୨୨୧ ଆସନରୁ କଂଗ୍ରେସ ୧୧୧ରେ ଆଗୁଆ, ୮୧ରେ ଭାଜପା

ବେଙ୍ଗାଲୁରୁ,୧୩।୫: ଏବେ ସାରା ଦେଶବାସୀଙ୍କ ନଜର କର୍ନାଟକ ବିଧାନସଭା ନିର୍ବାଚନ ଉପରେ। ଶନିବାର ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ୨୨୪ ଆସନ ମଧ୍ୟରୁ ୨୧୧...

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି...

ଅପରେଶନ ଲୋଟସକୁ ଆମେ ଭୟ କରୁନୁ, କହିଲେ ମୁଖ୍ୟମନ୍ତ୍ରୀ…

ନୂଆଦିଲ୍ଲୀ, ୨।୮ : ଝାଡଖଣ୍ଡରେ ସରକାରଙ୍କୁ ଅସ୍ଥିର କରିବା ପାଇଁ ଅପରେଶନ ଲୋଟସ ଅଭିଯାନ ଚଳାଇଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଭାଜପାକୁ ଟାର୍ଗେଟ...

ଟିକାକରଣରେ ଭାରତ ଆଗରେ

ନୂଆଦିଲ୍ଲୀ, ୬।୨: କରୋନା ମହାମାରୀ ବିରୋଧରେ ଭାରତରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ପୃଥିବୀରେ ଟିକାକରଣ କ୍ଷେତ୍ରରେ ଭାରତ ଆଗୁଆ ରହିଛି। ଦେଶରେ ୨୧...

ଖୁସି ଖବର, ପୁଣି ୨ କରୋନା ଟିକାକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୮।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନ୍ୟ ୨ଟି କରୋନା ଟିକାର ଜରୁରୀକାଳୀନ ବ୍ୟବହାର...

ଟିଏମ୍‌ସିରେ ଯୋଗଦେବା ପରେ ଯଶଓ୍ବନ୍ତ ଉଠାଇଲେ ଏହି ପ୍ରସଙ୍ଗ

କୋଲକାତା,୧୩।୩: ପଶ୍ଚିମବଙ୍ଗ ନିର୍ବାଚନ ଯେତିକି ପାଖେଇ ଆସୁଛି ରାଜନୈତିକ ଉଷ୍ଣତା ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ପୂର୍ବତନ ବରିଷ୍ଠ ଭାଜପା ନେତା ଯଶୱନ୍ତ ସିହ୍ନା ଶନିବାର...

କଂଗ୍ରେସର ପ୍ରଶ୍ନ: ଜେପିସି ତଦନ୍ତକୁ ଡର କାହିଁକି

ନୂଆଦିଲ୍ଲୀ,୧୫।୨: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀଗୁଡ଼ିକ ବିରୋଧରେ ଜାନୁୟାରୀ ୨୪ରେ ଆମେରିକୀୟ ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ପକ୍ଷରୁ କରାଯାଇଥିତ୍ବା ପ୍ରଘଟକୁ ନେଇ ଜାତୀୟ ରାଜନୀତି...

Advertisement
Archives

Model This Week