Posted inଫୁରସତ

ସ୍ବାମୀ ଜୀବିତ ଥିଲେ ମଧ୍ୟ ବିଧବାଙ୍କ ଭଳି ଜୀବନ ଜିଅନ୍ତି ଏହି ସମ୍ପ୍ରଦାୟର ମହିଳା, କାରଣ ଜାଣିଲେ…

ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ। ଏଠାରେ ବିଭିନ୍ନ ଧାର୍ମିକ ପରମ୍ପରା, ରୀତିନୀତି ଦେଖିବାକୁ ମିଳିଥାଏ। ସେଥିରୁ କିଛି ପରମ୍ପରା ବେଶ୍‌ ଅଜବ। ହେଲେ ପୁରାତନ କାଳରୁ ଚାଲି ଆସୁଥିବାରୁ ଏହାର ମାନ୍ୟତା ଆଜି ବି ରହିଛି। ସେଭଳି ଗୋଟିଏ ହେଲା ଗଛବାହା ସମୁଦାୟଙ୍କ ପରମ୍ପରା। ଏହି ସମୁଦାୟର ମହିଳାମାନେ ସ୍ବାମୀ ଜୀବିତ ଥିବା ସତ୍ତ୍ୱେ କିଛି ମାସ ପାଇଁ ବିଧବା ମହିଳାଙ୍କ ଭଳି ଜୀବନଯାପନ କରିଥାନ୍ତି। ଦୀର୍ଘଦିନରୁ ଏହା ଚାଲି ଆସୁଛି। ତେବେ ସ୍ବାମୀଙ୍କ ଦୀର୍ଘ ଜୀବନ ଓ ସୁରକ୍ଷା ପାଇଁ ମହିଳାମାନେ ଏଭଳି କରୁଥିବା କୁହାଯାଏ।

ଉତ୍ତରପ୍ରଦେଶର ଦେବରିଆ, ଗୋରଖପୁର ଏବଂ କୁଶୀନଗର ଜିଲାରେ ଏହି ସମୁଦାୟର ଲୋକ ବାସ କରନ୍ତି। ଖଜୁରୀ ଗଛରୁ ତାଡି ପ୍ରସ୍ତୁତ କରିବା କାମ ଏମାନେ କରିଥାନ୍ତି। ବର୍ଷର ୪ ରୁ ୫ ମାସ ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହି ସମୟରେ ବିବାହିତ ମହିଳାମାନେ ମଥାରେ ସିନ୍ଦୁର ଲଗାନ୍ତି ନାହିଁ। ସେମାନେ ବୈବାହିକ ଜୀବନର ସମସ୍ତ ଶୃଙ୍ଗାରସାମଗ୍ରୀ ଦେବରିଆଠାରୁ ୩୦ କିମି ଦୂରରେ ଥିବା ତରକୁଲହା ଦେବୀ ମନ୍ଦିରରେ ରଖିଥାନ୍ତି।

ତରକୁଲହା ଦେବୀ ଏହି ସମ୍ପ୍ରଦାୟର କୁଳଦେବୀ। ଉକ୍ତ ୫ରୁ ୬ ମାସ ମଧ୍ୟରେ ବିବାହିତ ମହିଳାମାନେ ବିଧବାଙ୍କ ଭଳି ଜୀବନ ଅତିବାହିତ କରିବା ପରେ ଶ୍ରାବଣ ମାସ ନାଗପଞ୍ଚମୀ ଦିନ ମନ୍ଦିରରେ ଏକତ୍ର ହୋଇଥାନ୍ତି। ସେହି ଦିନ ପୂଜା ସମୟରେ ସେମାନେ ପୁଣି ସିନ୍ଦୁର ଲଗାଇଥାନ୍ତି।

୫୦ ଫୁଟ ଉଚ୍ଚରେ ଥିବା ଖଜୁରୀ ଗଛରୁ ତାଡ଼ି ବାହାର କରିବା କାମ ବହୁତ କଷ୍ଟକର। ସେଠାକାର ଯୁବକମାନେ ଅପରାହ୍ନ ସମୟରେ ଗଛରେ ଚଢ଼ି ଏହାକୁ କାଢ଼ିଥାନ୍ତି। ତେବେ କେଉଁ କାରଣରୁ ଏଭଳି ପରମ୍ପରା ଚାଲିଆସୁଛି ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ଏହି ସମ୍ପଦାୟର ମହିଳା ଏହାକୁ ଆଜି ବି ମାନିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri