ଜୟା ବଚ୍ଚନଙ୍କୁ ‘ଦିଦି ବାଈ’ କହି ଡାକନ୍ତି ରେଖା; ଦେଖାହେଲେ…

ବମ୍ବେ: ଭାନୁରେଖା ଗଣେଶନ ଓରଫ ରେଖାଙ୍କର ଆଜି ହେଉଛି ହାପି ବର୍ଥ ଡେ’। ମାତ୍ର ୧୩ ବର୍ଷ ବୟସରେ ବଲିଉଡ୍‌ରେ ଡେବ୍ୟୁ କରିଥିବା ରେଖା ଏବେ ବି ଏଭରଗ୍ରୀନ। ଯେତେବେଳେ ଅଭିନେତ୍ରୀଙ୍କ ବିଷୟରେ କଥା ଉଠେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ଚର୍ଚ୍ଚା ହୁଏ। ଦିନ ଥିଲା ପରଦାରେ ଏହି ଯୋଡ଼ି ସୁପରହିଟ୍‌ ହେବା ପରେ ବ୍ୟକ୍ତିଗତ ଜୀବନରେ ବି ନିକଟତର ହୋଇଥିଲେ। ହେଲେ ପରେ ସବୁକିଛି ଶାନ୍ତ ପଡିଯାଇଥିଲା।

ବିବାହ ପରେ ରେଖାଙ୍କ ସହ ସମ୍ପର୍କ ଥିବାକୁ ନେଇ ଅମିତାଭ ଖବର ଶିରୋନାମାରେ ରହୁଥିଲେ। ସେଭଳି ସ୍ଥିତିରେ ରେଖାଙ୍କୁ ସ୍ତ୍ରୀ ଜୟା ନାପସନ୍ଦ କରିବା କଥା। ମାତ୍ର ରେଖା-ଜୟାଙ୍କ ଭଲ ସମ୍ପର୍କ ରହିଛି। ଜୟାଙ୍କୁ ସ୍ନେହରେ ‘ଦିଦି ବାଇ’ ବୋଲି ଡାକନ୍ତି ରେଖା। ଏକ ସାକ୍ଷାତକାରରେ ସେ କହିଥିଲେ, ଜୟା ସତ କ’ଣ ମିଛ କ’ଣ ଜାଣନ୍ତି। ଏଥିପାଇଁ ତାଙ୍କୁ କେବେ ଭେଟିଲେ ସେ ଖୁସିରେ ମିଶିଥାନ୍ତି। ଜଣେ ଅନ୍ୟଜଣଙ୍କ ହାଲଚାଲ ପଚାରି ବୁଝୁ।

ସେହିଭଳି ଜୟା ଅନ୍ୟ ଏକ ସାକ୍ଷାତକାରରେ ଜଣେ ଭଲ ମଣିଷଙ୍କୁ ବିବାହ କରିଥିବା କହିଥିଲେ। ତାଙ୍କ ପରିବାରରେ ସମସ୍ତେ ବିବାହ ଉପରେ ବିଶ୍ୱାସ କରନ୍ତି। ଯଦି ଅମିତାଭଙ୍କ ପ୍ରେମ ଖବର ସତ ହୋଇଥାନ୍ତା ଉଭୟ ଏକାଠି ନ ଥାନ୍ତୁ ବୋଲି ସେ ବେଶ୍‌ ଦମ୍ଭରେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ନାମରେ ନାମିତ ହେବ ଦକ୍ଷିଣ ଦିଲ୍ଲୀର ରୋଡ୍‌

ନୂଆଦିଲ୍ଲୀ,୨୨।୧: ଦକ୍ଷିଣ ଦିଲ୍ଲୀର ଆଣ୍ଡ୍ରିୟୁ ଗଞ୍ଜର ଏକ ରୋଡ୍‌ର ନାମ ଦିବ୍ୟଙ୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନାମରେ ରଖାଯିବ। ଏ ନେଇ ଦିଆଯାଇଥିବା...

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ୍‌ ଫର୍ନାଡିଜ ଇନ୍‌ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡନେସ ଫଟୋ ଶେୟାର କରିଛନ୍ତି। ଯାହା ଦେଖି ପ୍ରଶଂସକ ପାଗଳ ହୋଇଯାଇଛନ୍ତି। ଏଥିରେ ସେ ଲିଓପାର୍ଡ...

ବଙ୍କିମଙ୍କ ନୂଆ ମିଶନ

କିଛି ନୂଆ କଥା କରିବା ସମସ୍ତଙ୍କ ଦ୍ୱାରା ସମ୍ଭବ ହୁଏନା। ସେଥିପାଇଁ ଦରକାର ଦୁଃସାହସ, ଅଙ୍ଗୀକାରବଦ୍ଧତା ତଥା ନିଜ ଉପରେ ପ୍ରଚଣ୍ଡ ଆତ୍ମବିଶ୍ୱାସ। ସେମିତି ଜଣେ...

ପୂଜାଙ୍କ ପ୍ରେମରେ ପ୍ରଭାସ !

ବମ୍ବେ: ପୂଜାଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ପ୍ରଭାସ। କିଛି ଏଭଳି ଦୃଶ୍ୟ ଅଭିନେତାଙ୍କ ଅପକମିଂ ଚଳଚ୍ଚିତ୍ର ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିବ। ଶୁକ୍ରବାର ଏହାର ଏକ...

ସଲମାନଙ୍କ ବିରୋଧରେ ସମନ, ଏପ୍ରିଲ ୫ରେ କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ,୨୩।୩: ପୁଣି ଥରେ ବିବାଦ ମଧ୍ୟକୁ ଆସିଛନ୍ତି ଦବଙ୍ଗ ଖାନ୍‌ । ବର୍ତ୍ତମାନ ଆଉ ଏକ ନୂଆ ମାମଲା ସାମ୍ନାକୁ ଆସିଛି, ଯେଉଁଥି ପାଇଁ ସଲମାନଙ୍କୁ...

ଅଧା ରାତିରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌: ବିବାହ ପାଇଁ କରିଥିଲେ ପ୍ରପୋଜ୍‌

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତକୁ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ...

ସମକାଳୀନ କାହାଣୀ ଉପରେ: ଓଡ଼ିଶୀ ଏକ ଭଲ ଚିନ୍ତାଧାରା

ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ଜଗତରେ ଜଣେ ପରିଚିତ ଚେହେରା ମଧୁଲିତା ମହାପାତ୍ର। ଜଣେ ପ୍ରତିଭାବାନ୍‌ ଯୁବ ନୃତ୍ୟଶିଳ୍ପୀ ଭାବେ ଦେଶ ଓ ଦେଶ ବାହାରେ ଓଡ଼ିଶୀ...

ବଦଳୁଛି ସାମନ୍ଥାଙ୍କ ହାବଭାବ: ବିବାହ ବିଚ୍ଛେଦ ପରେ ହେବ କି …

ସାଉଥ ସୁନ୍ଦରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। କିଛି ଦିନ ପୂର୍ବେ ସାଉଥର ଏହି ସୁପରହିଟ...

Advertisement
Archives

Model This Week