ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀମାନେ ରହଣି କରନ୍ତି। ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥାଏ। ହେଲେ ଗୁରୁବାର ଏହା ମଧ୍ୟକୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯେଭଳି ଧସେଇ ପଶିଲେ ସେଥିରୁ ସର୍କିଟ ହାଉସ ଓ ଏଠରେ ରହଣି କରୁଥିବା ଭିଭିଆଇପି ଅସୁରକ୍ଷିତ ବୋଲି ମନେ ହେଉଛି। ପୋଲିସ ଉପସ୍ଥିତ ଥାଇ ବି କର୍ମକର୍ତ୍ତାମାନେ ଗେଟ ଖୋଲି ଧସେଇ ପସିବା, ଭିତରେ ଥିବା ସୋଫା ଓ ଅନ୍ୟ ସାମଗ୍ରୀ ଉପରେ ଛିଡା ହୋଇ ନାରାବାଜି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେଣୁ ସମ୍ବଲପୁର ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ମନେ ହେଉଛି। ଅନ୍ୟପଟେ ବିଜେଡି ନେତା ଓ କର୍ମକର୍ତ୍ତା ଘେରାଉ କରିବା ସହ ସର୍କିଟ ହାଉସରେ ଭଙ୍ଗାରୁଜା କରିବା ଭଳି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେଣୁ ପୋଲିସ ବ୍ୟବସ୍ଥା ଓ ପୋଲିସ ଏକ ଦଳୀୟ ହୋଇ ରହିଯାଇଛି। କେବଳ ଭାଜପା ଓ ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଗିରଫ କରିବା, ଧମକାଇବା ଭଳି କାମ କରୁଛି। ଏଭଳି ପରିସ୍ଥିିତି ଯୋଗୁ ପୋଲିସ ଉପରେ ସାଧାରଣ ଜନତାଙ୍କ ଭରସା ଉଠିଯାଉଛି ବୋଲି ଭାଜପା ନେତା ସମୀର ରଞ୍ଜନ ବାବୁ କହିଥିଲେ।
ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ ସମୟରେ ହୋଇଥିବା ଘଟଣାକୁ ନେଇ ଗୁରୁବାର ବିଜେଡି ପ୍ରତିକ୍ରିୟାଶୀଳ ହୋଇଥିଲା। ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରହୁଥିବା ନେଇ ଶତାଧିକ ମହିଳା କର୍ମୀଙ୍କ ସହ ବିଜେଡି କର୍ମକର୍ତ୍ତାମାନେ ସର୍କିଟ ହାଉସ ଭିତରକୁ ଧସେଇ ପସିଥିଲେ। ସର୍କିଟ ହାଉସକୁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ମଧ୍ୟ ମହିଳାମାନେ ବିକ୍ଷୋଭ କରିଥିଲେ।ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ସର୍କିଟ ହାଉସ ଘଟଣାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ଉଚ୍ଛେଦ

  ଦଶପଲ୍ଲା,୧୫ା୧୨(ଡି.ଏନ୍‌.ଏ.): ଦଶପଲ୍ଲା ରାଜଲକ୍ଷ୍ମୀ କଲୋନୀରେ ବହୁ ସରକାରୀ ଜାଗା ଜବରଦଖଲରେ ରହିଥିଲା। ଶନିବାର ଦଶପଲ୍ଲା ତହସିଲଦାର ପ୍ରମୋଦ କୁମାର ଦଳବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜବରଦଖଲ...

ନନ୍ଦନକାନନର ଧଳା ବାଘୁଣୀ ବିଜୟାର ଛୁଆ ରକି ଅସୁସ୍ଥ

ବାରଙ୍ଗ,୧୦।୨(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣୀ ବିଜୟାର ୧୦ ମାସର ଛୁଆ ରକି ଅସୁସ୍ଥ ହୋଇପଡିଛି। ୪ ଦିନ ହେଲା ରକିର ତରଳ ଝାଡା ହେବା ସହ...

ଏନ୍‌ସି କଲେଜକୁ ୨୦.୮୮ କୋଟି ମଞ୍ଜୁର

ଯାଜପୁର ଅଫିସ,୨୧ା୨:ଯାଜପୁର ଟାଉନ୍‌ସ୍ଥିତ ନରସିଂହ ଚୌଧୁରୀ(ଏନ୍‌ସି) ସ୍ବୟଂଶାସିତ କଲେଜର ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର ୨୦କୋଟି ୮୮ ଲକ୍ଷ ୪୨ ହଜାର ଟଙ୍କା...

ହୋଟେଲ ବ୍ୟବସାୟୀ ହଟହଟା

ଭୁବନ, ୬।୫:  ବର୍ଷେ କାଳ ସହିଥିଲେ କରୋନା କଷଣ। ବନ୍ଦ ହୋଇଯାଇଥିଲା ବ୍ୟବସାୟ। ହାତରୁ ଗଣିଥିଲେ ଘରଭଡ଼ା, କାରିଗରଙ୍କ ମଜୁରି, ବିଦ୍ୟୁତ୍‌ ବିଲ୍‌। କଟକଣା କୋହଳ ପରେ...

ମହାପ୍ରଭୁଙ୍କୁ ଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୁରୀ ଅଫିସ, ୩୧।୧୨: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୂର୍ବାହ୍ନ ୧୧ଟାରେ କେନ୍ଦ୍ରମନ୍ତ୍ରୀ ଶ୍ରୀମନ୍ଦିରରେ ପହଞ୍ଚିବା ପରେ ଦଳୀୟ କର୍ମକର୍ତ୍ତା...

ହମ୍ପସ୍‌ ବଢ଼ାଉଛି ରାଜପଥରେ ଦୁର୍ଘଟଣା

କଣିହାଁ,୨୧।୩(ଡି.ଏନ.ଏ.): ୫୩ନଂ. ଜାତୀୟ ରାଜପଥର କଣିହାଁ ବ୍ଲକ ସଦର ମହକୁମା ଠାରେ ଏକ ନୂଆ ହମ୍ପସ୍‌ ନିର୍ମାଣ କରାଯାଇଛି। ହେଲେ ନିୟମ ଅନୁସାରେ ଗାଡ଼ି ଚାଳକଙ୍କ...

ଅସମ୍ଭାଳ ତାତି: ବରଗଡ଼ରେ ଅଂଶୁଘାତ ନେଲା ୨ ଜୀବନ

ବରଗଡ଼ ଅଫିସ୍‌,୧୨।୬: ବରଗଡ଼ ଜିଲାରେ ତାତି, ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି । ଏ ନେଇ ଜିଲାରେ ବୁଧବାର ଅଂଶୁଘାତରେ ୨ ଜଣଙ୍କ ମୃତ୍ୟୁ...

ଅଲ ଇଣ୍ଡିଆ ଓପନ୍‌ ଚେସ୍‌: ଶୀର୍ଷରେ ଗୁସେନ

କଟକ ଅଫିସ,୨୦ା୪- ଟ୍ରିପଲ ସି’ ଚେସ୍‌ କ୍ଲବ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୪ର୍ଥ ଅଲ ଇଣ୍ଡିଆ ଓପନ ଚେସ୍‌ ଚାମ୍ପିୟନଶିପରେ ଶୁକ୍ରବାର...

Advertisement
Archives

Model This Week