ଅସୁରକ୍ଷିତ ସର୍କିଟ ହାଉସ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ଧନୁପାଲି ଥାନା ଅଧୀନରେ ରହିଛି ସରକାରଙ୍କ ସର୍କିଟ ହାଉସ। ଏଠାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଭିଭିଆଇପି, ବରିଷ୍ଠ ଅଧିକାରୀ, ନେତା, ମନ୍ତ୍ରୀମାନେ ରହଣି କରନ୍ତି। ସେମାନଙ୍କୁ ପୋଲିସ ପକ୍ଷରୁ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯାଇଥାଏ। ହେଲେ ଗୁରୁବାର ଏହା ମଧ୍ୟକୁ ରାଜନୈତିକ ଦଳର କର୍ମକର୍ତ୍ତାମାନେ ଯେଭଳି ଧସେଇ ପଶିଲେ ସେଥିରୁ ସର୍କିଟ ହାଉସ ଓ ଏଠରେ ରହଣି କରୁଥିବା ଭିଭିଆଇପି ଅସୁରକ୍ଷିତ ବୋଲି ମନେ ହେଉଛି। ପୋଲିସ ଉପସ୍ଥିତ ଥାଇ ବି କର୍ମକର୍ତ୍ତାମାନେ ଗେଟ ଖୋଲି ଧସେଇ ପସିବା, ଭିତରେ ଥିବା ସୋଫା ଓ ଅନ୍ୟ ସାମଗ୍ରୀ ଉପରେ ଛିଡା ହୋଇ ନାରାବାଜି କରିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ତେଣୁ ସମ୍ବଲପୁର ଜିଲାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ସତ୍ୟ ପ୍ରମାଣିତ ମନେ ହେଉଛି। ଅନ୍ୟପଟେ ବିଜେଡି ନେତା ଓ କର୍ମକର୍ତ୍ତା ଘେରାଉ କରିବା ସହ ସର୍କିଟ ହାଉସରେ ଭଙ୍ଗାରୁଜା କରିବା ଭଳି ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ। ତେଣୁ ପୋଲିସ ବ୍ୟବସ୍ଥା ଓ ପୋଲିସ ଏକ ଦଳୀୟ ହୋଇ ରହିଯାଇଛି। କେବଳ ଭାଜପା ଓ ଅନ୍ୟ ରାଜନୈତିକ ଦଳର କର୍ମକର୍ତ୍ତାଙ୍କୁ ଗିରଫ କରିବା, ଧମକାଇବା ଭଳି କାମ କରୁଛି। ଏଭଳି ପରିସ୍ଥିିତି ଯୋଗୁ ପୋଲିସ ଉପରେ ସାଧାରଣ ଜନତାଙ୍କ ଭରସା ଉଠିଯାଉଛି ବୋଲି ଭାଜପା ନେତା ସମୀର ରଞ୍ଜନ ବାବୁ କହିଥିଲେ।
ସୂଚନାଯୋଗ୍ୟ, ଭାଜପା ପକ୍ଷରୁ ଜିଲାପାଳଙ୍କ ଅଫିସ ଘେରାଉ ସମୟରେ ହୋଇଥିବା ଘଟଣାକୁ ନେଇ ଗୁରୁବାର ବିଜେଡି ପ୍ରତିକ୍ରିୟାଶୀଳ ହୋଇଥିଲା। ସର୍କିଟ ହାଉସରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ରହୁଥିବା ନେଇ ଶତାଧିକ ମହିଳା କର୍ମୀଙ୍କ ସହ ବିଜେଡି କର୍ମକର୍ତ୍ତାମାନେ ସର୍କିଟ ହାଉସ ଭିତରକୁ ଧସେଇ ପସିଥିଲେ। ସର୍କିଟ ହାଉସକୁ ସଂଯୋଗ କରୁଥିବା ରାସ୍ତାଗୁଡିକରେ ମଧ୍ୟ ମହିଳାମାନେ ବିକ୍ଷୋଭ କରିଥିଲେ।ଏ ସମ୍ପର୍କରେ ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ସର୍କିଟ ହାଉସ ଘଟଣାରେ କୌଣସି ଅଭିଯୋଗ ହୋଇ ନ ଥିବାରୁ ମାମଲା ରୁଜୁ କରାଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri