ଆଶ୍‌ପଣ୍ଡ ଡମ୍ପିଂୟାର୍ଡକୁ ବିରୋଧ

ସମ୍ବଲପୁର,୧୮ା୨(ବ୍ୟୁରୋ): ସମ୍ବଲପୁର ଜିଲା ରେଙ୍ଗାଲି ଶିଳ୍ପାଞ୍ଚଳର କତରବଗା ଲୁଧାପାଲି ଗ୍ରାମ ନିକଟରେ ଏକ ଆସପଣ୍ଡ ଡମ୍ପିଂୟାର୍ଡକୁ ନେଇ ବିବାଦ ଲାଗିରହିଛି। ଶୁକ୍ରବାର ଏହି ବିବାଦ ଉଗ୍ରରୂପ ନେଇଥିଲା। ସ୍ଥାନୀୟ ଜନପ୍ରତିନିଧି ସହ ବିଜେଡି କର୍ମୀ ଓ ଗ୍ରାମବାସୀ ଆସପଣ୍ଡକୁ ବିରୋଧ କରିବାରୁ ପୋଲିସ ସେମାନଙ୍କୁ ଉଠାଇନେଇଥିଲା। ସେମାନଙ୍କୁ ପ୍ରଥମେ ଟାଉନଥାନା ପରେ ଶାସନ ଥାନାରେ ରଖାଯାଇଥିଲା। ଖବର ପାଇ ପୂର୍ବତନ ମନ୍ତ୍ରୀ ତଥା ଭଟ୍‌ଲି ବିଧାୟକ ସୁଶାନ୍ତ ସିଂ ପହଞ୍ଚତ୍ଥିବାବେଳେ ପରେ ଡିଆଇଜି ଅଫିସ ପରିସରରେ ଜିଲାପାଳ ଅନନ୍ୟା ଦାସ, ଉତ୍ତରାଞ୍ଚଳ ପୋଲିସ ଆଇଜି ଡ. ଦିପକ କୁମାର, ଏସ୍‌ପି ବାତୁଲା ଗଙ୍ଗାଧରଙ୍କ ସହ ଆଲୋଚନା କରିଥିଲେ। ହେଲେ ଆଲୋଚନା ପ୍ରସଙ୍ଗରେ କେହି ମୁହଁ ଖୋଲି ନ ଥିଲେ। ବିଧାୟକ ସିଂ କହିଥିଲେ, ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ବରଗଡ ଜିଲାର ପଦ୍ମପୁର ଗସ୍ତ ରହିଛି। କାମ ଥିବାରୁ ସମ୍ବଲପୁର ଆସିଥିଲି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ପଦ୍ମପୁର ନିର୍ବାଚନମଣ୍ଡଳୀର ୩ ଗୋଟି ବ୍ଲକରେ ସାଧାରଣ ସଭା ହେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି ବୋଲି କହିଥିଲେ। ଅନ୍ୟପଟେ ଘଟଣାସ୍ଥଳରେ ବିରୋଧ କରୁଥିବା ଜନପ୍ରତିନିଧି ଓ ପୋଲିସ ଭିତରେ ହୋଇଥିବା ଆଲୋଚନାର ଭିଡିଓ ଭାଇରାଲ ହୋଇଛି। ଏଥିରେ ଜନପ୍ରତିନିଧି ଅଭିଯୋଗ କରୁଛନ୍ତି, ଏହି ଆସପଣ୍ଡ ପାଇଁ ପୂର୍ବରୁ ଅଭିଯୋଗ ହୋଇଥିଲା। ଉପଜିଲାପାଳଙ୍କୁ ନେଇ ବୈଠକ ହୋଇଥିଲା। ପ୍ରଦୂଷଣ ବିଭାଗ ତଦନ୍ତ କରି ରିପୋର୍ଟ ଦେବା, କାମ ବନ୍ଦ କରିବା, ଅଞ୍ଚଳବାସୀଙ୍କ ସ୍ବିକୃତି କ୍ରମେ କାମ କରିବାକୁ ତ୍ରିପାକ୍ଷିକ ଆଲୋଚନାରେ ସ୍ଥିର ହୋଇଥିଲା। ହେଲେ ଗୁରୁବାରଠାରୁ ପୁଣି କାମ ଆରମ୍ଭ କରାଯାଇଛି। ସ୍ଥାନୀୟ ଲୋକଙ୍କ କହିବା କଥା, ଏ ବିଷୟରେ ସ୍ଥାନୀୟ ସରପଞ୍ଚ, ପୋଲିସ ପ୍ରଶାସନ କିମ୍ବା ଅଞ୍ଚଳବାସୀ ଅବଗତ ନାହାନ୍ତି। କମ୍ପାନୀର ପେରିଫେରି ଅନୁଦାନରେ ବ୍ୟାପକ ଦୁର୍ନୀତି କରାଯାଉଛି। ରାସ୍ତା ଘାଟ, ପାନୀୟ ଜଳ ଭଳି ମୌଳିକ ସମସ୍ୟାର ସମାଧାନ କରାଯାଉ ନାହିଁ। ପ୍ରଦୂଷଣ ବିଭାଗ ଅଧିକାରୀଙ୍କ ଡକାଯାଇ ସେମାନେ ରିପୋର୍ଟ ଦେବା ପରେ କାମ ଆରମ୍ଭ କରାଯାଉ ବୋଲି ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri