ଅସୁରକ୍ଷିତ ବନ୍ୟପ୍ରାଣୀ, ଅସହାୟ ବନ ବିଭାଗ

ଢେଙ୍କାନାଳ ଅଫିସ, ୧୪।୨: ଢେଙ୍କାନାଳ ଜିଲାର ସଂରକ୍ଷିତ ଜଙ୍ଗଲ, ଅଭୟାରଣ୍ୟରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଐତିହ୍ୟ ପ୍ରାଣୀ ହାତୀ ସମେତ ବନ୍ୟପ୍ରାଣୀ ଅସୁରକ୍ଷିତ ହୋଇପଡ଼ିଛନ୍ତି। କନ୍ଧରା ଜଙ୍ଗଲରେ ବନ କର୍ମଚାରୀଙ୍କ ଉପରେ ଶିକାରୀଙ୍କ ଗୁଳିମାଡ଼ ଘଟଣାରୁ ବନ ବିଭାଗର ଅସହାୟତା ପଦାରେ ପଡ଼ିଛି। ଫଳରେ ଦୋଷ ଦୁର୍ବଳତା ସୁଧାରିବାକୁ ବିଳମ୍ବରେ ଉଦ୍ୟମ ଆରମ୍ଭ କରିଛି ବନ ବିଭାଗ। କଟକ-ଢେଙ୍କାନାଳ ସୀମାନ୍ତରେ ପରିବ୍ୟାପ୍ତ କନ୍ଧରା ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କୁ ଦମନ କରିବା ଲାଗି ପ୍ରଶିକ୍ଷିତ ବନ୍ଧୁକଧାରୀ ବନ କର୍ମଚାରୀ ମୁତୟନ ହେବେ। ସେଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ଏକ ବାରାକ୍‌ ପ୍ରତିଷ୍ଠା କରାଯିବ। ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି।


ଜିଲାରେ ୨୦୧୫-୧୬ ବର୍ଷରୁ ୨୦୨୦-୨୧ ଜାନୁୟାରୀ ମଧ୍ୟରେ ବିଭିନ୍ନ କାରଣରୁ ୭୮ ହାତୀଙ୍କ ଜୀବନ ଯାଇଛି। ତନ୍ମଧ୍ୟରେ ସଦର ରେଞ୍ଜରେ ସର୍ବାଧିକ ୨୨, ହିନ୍ଦୋଳ ରେଞ୍ଜ୍‌ରେ ୨୧ ମାମଲା ରହିଛି। ଗତବର୍ଷ ଅକ୍ଟୋବରରେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ୍‌ର କଙ୍କଡ଼ାହାଡ଼ ଥାନା ଏକୁଲ ସେକୁଲ ଗ୍ରାମ ନିକଟ ଜଙ୍ଗଲରେ ୨ କଲରାପତରିଆ ବାଘକୁ ଗୁଳିକରି ଶିକାର କରାଯାଇଥିଲା। ବାହାର ରାଜ୍ୟକୁ ଛାଲ ଚାଲାଣ ବେଳେ ଗଁଦିଆ ଥାନା ସୋରିଷିଆପଦା ଅଞ୍ଚଳର ଜଣେ ଶିକ୍ଷକ ନଭେମ୍ବର ୮ରେ ବନ କର୍ମଚାରୀଙ୍କ ଦ୍ୱାରା ଧରାପଡ଼ିଥିଲେ। ତାଙ୍କ ନିକଟରୁ ୨ ହରିଣ ଛାଲ, ଶମ୍ବର ଛାଲ ମଧ୍ୟ ଜବତ ହୋଇଥିଲା। ୨୦୨୦ ଡିସେମ୍ବର ୧ରେ କପିଳାସ ଅଭୟାରଣ୍ୟରୁ ଏକ ବଜ୍ରକାପ୍ତା ଚାଲାଣ ର଼୍ୟାକେଟ ଧରାପଡ଼ିଥିଲା। ସେହିମାସ ୭ ତାରିଖରେ ୨ ହରିଣ ଛାଲ ଜବତ ହୋଇଥିଲା। ଗତ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ କପିଳାସ ଅଭୟାରଣ୍ୟରୁ ୩୫ରୁ ଊର୍ଦ୍ଧ୍ୱ ଶିକାରୀ ବନ୍ଧୁକ ସହ ଧରାପଡ଼ିଛନ୍ତି। ଏଥିରୁ ବନ୍ୟପ୍ରାଣୀଙ୍କ ସୁରକ୍ଷା କେତେ ବିପନ୍ନ ତାହା ସ୍ପଷ୍ଟ ହୋଇଛି।

କର୍ମଚାରୀ ଅଭାବ ପ୍ରମୁଖ ସମସ୍ୟା
ଢେଙ୍କାନାଳର ବିସ୍ତୀର୍ଣ୍ଣ ଭୂଭାଗ ଜଙ୍ଗଲ ଆଚ୍ଛାଦିତ ହୋଇ ରହିଥିବାବେଳେ ଏହାକୁ ଜଗିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ। ଦକ୍ଷ ଏବଂ ପ୍ରଶିକ୍ଷିତ କର୍ମଚାରୀ ଅଭାବ ବିଭାଗ ପାଇଁ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ନିକଟରେ କପିଳାସ ସମେତ ଅନ୍ୟ ସଂରକ୍ଷିତ ଜଙ୍ଗଲରେ ଶିକାରୀଙ୍କ ଉପଦ୍ରବ ରୋକିବାକୁ ବନ ବିଭାଗ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି। ଏଥିରେ କେତେକାଂଶରେ ସଫଳତା ମଧ୍ୟ ମିଳିଛି। ଏଥିଯୋଗୁ ରକ୍ତମୁଖା ହୋଇଉଠିଛନ୍ତି ଶିକାରୀ। କନ୍ଧରା ଜଙ୍ଗଲରେ ଗତ ୯ ତାରିଖରେ ପାଟ୍ରୋଲିଂରେ ନିୟୋଜିତ ୧୦ ବନ କର୍ମଚାରୀଙ୍କ ଉପରକୁ ଆଖିବୁଜା ୧୭ ରାଉଣ୍ଡ ଗୁଳି ଚଳାଇବା ଘଟଣାରୁ ଏହା ସ୍ପଷ୍ଟ ହୋଇଛି। କେବଳ ଠେଙ୍ଗା ଧରିଥିବା ସମ୍ପୃକ୍ତ କର୍ମଚାରୀ ଜୀବନ ବଞ୍ଚାଇବାକୁ ଯାଇ ଛତ୍ରଭଙ୍ଗ ଦେଇଥିଲେ। ଏହାର ସୁଯୋଗରେ ଶିକାର କରିଥିବା ହାତୀର ଦୁଇଟି ଦାନ୍ତ କାଟି ନେଇଥିଲେ ଅଭିଯୁକ୍ତ। ଜିଲାର ସଂରକ୍ଷିତ ଜଙ୍ଗଲକୁ ଶିକାରୀମୁକ୍ତ କରିବାକୁ ହେଲେ ଅଧିକ କର୍ମଚାରୀ ନିଯୁକ୍ତି, ସେମାନଙ୍କୁ ବନ୍ଧୁକ ଚାଳନା ତାଲିମ ପ୍ରଦାନ ସହ ପୋଲିସ ବିଭାଗ ସହିତ ସମନ୍ବୟ ରକ୍ଷା କରିବା ଆବଶ୍ୟକ ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ଆନ୍ତଃରାଜ୍ୟ ର଼୍ୟାକେଟ ସକ୍ରିୟ
ଢେଙ୍କାନାଳ ଜିଲାରେ ବନ୍ୟପ୍ରାଣୀ ଚାଲାଣରେ ବିଧିବଦ୍ଧ ଭାବେ ଏକ ଆନ୍ତଃରାଜ୍ୟ ର଼୍ୟାକେଟ କାମ କରୁଛି। ସଂରକ୍ଷିତ ଜଙ୍ଗଲରେ ହାତୀ, ବାର୍‌ହା, ବଜ୍ରକାପ୍ତା, ହରିଣ, ଶମ୍ବର ଶିକାର ପରେ ସୁଚିନ୍ତିତ ଯୋଜନା ଅନୁଯାୟୀ ବାହାର ରାଜ୍ୟକୁ ଦାନ୍ତ, ଛାଲ ଚାଲାଣ ହେଉଛି। ସୀମାନ୍ତରେ କଟକ, ଅନୁଗୋଳ, ଯାଜପୁର, କେନ୍ଦୁଝର ଲାଗି ରହିଥିବାରୁ ଏଭଳି ବେଆଇନ କାର୍ଯ୍ୟ ସହଜ ହୋଇଯାଉଛି। ଏହାକୁ ରୋକିବାକୁ ଗୋଇନ୍ଦା ବିଭାଗକୁ ସକ୍ରିୟ କରିବା ସହିତ ଘନ ଘନ ଚଢ଼ାଉର ଆବଶ୍ୟକତା ରହିଥିବା ପରିବେଶବିତ୍‌ମାନେ ମତ ଦେଇଛନ୍ତି।

ମାନସିକତା ବଦଳିବା ଜରୁରୀ
ମଣିଷ ଭଳି ବନ୍ୟପ୍ରାଣୀ ମଧ୍ୟ ପ୍ରକୃତିର ଅଂଶ। ପରିବେଶ ସନ୍ତୁଳନ ରକ୍ଷାରେ ଏକ ଚଢ଼େଇର ମଧ୍ୟ ଭୂମିକା ରହିଛି। ବନ୍ୟପ୍ରାଣୀଙ୍କୁ ସୁରକ୍ଷିତ ରଖିବାକୁ ହେଲେ ଜନସଚେତନତା ସହ ମାନସିକତା ବଦଳିବା ମଧ୍ୟ ଆବଶ୍ୟକ।
-ଦୀପ୍ତିମୟୀ ଲେଙ୍କା, ବନ୍ୟପ୍ରାଣୀ ବିଶେଷଜ୍ଞ

ସୁରକ୍ଷାରେ ସାମିଲ ହୁଅନ୍ତୁ ସ୍ବେଚ୍ଛାସେବୀ
ବନ୍ୟପ୍ରାଣୀ ସୁରକ୍ଷାରେ ସ୍ବେଚ୍ଛାସେବୀ ସାମିଲ ହେବା ଉଚିତ। ସମ୍ବେଦନଶୀଳ ଅଞ୍ଚଳର ଲୋକେ ଅଧିକ ସଚେତନ ହେବା ନିହାତି ଜରୁରୀ। ବନ ବିଭାଗ ଗୋଇନ୍ଦା ଓ୍ବିଙ୍ଗ୍‌କୁ ସୁଦୃଢ଼ କରିବା ସହିତ କର୍ମଚାରୀଙ୍କୁ ଅତ୍ୟାଧୁନିକ ପ୍ରଶିକ୍ଷଣ ଦେବା ଆବଶ୍ୟକ।
-ରାଜେନ୍ଦ୍ର ପାଣିଗ୍ରାହୀ, ବନ୍ୟପ୍ରାଣୀ ବିଶେଷଜ୍ଞ

ହାତୀଙ୍କ ସୁରକ୍ଷା ପ୍ରମୁଖ ପ୍ରସଙ୍ଗ
ଜୈବ ବିବିଧତାରେ ପରିପୂର୍ଣ୍ଣ ଢେଙ୍କାନାଳ ଜିଲାରେ ହାତୀ ସମେତ ଅନ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା ଜରୁରୀ ହୋଇପଡ଼ିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ବେଚ୍ଛାସେବୀଙ୍କୁ ଆନୁଷଙ୍ଗିକ ସହାୟତା ପ୍ରଦାନ କରିବା ଆବଶ୍ୟକ।
-ପ୍ରଦ୍ୟୁମ୍ନ ପଣ୍ଡା, ସାମାଜିକ କର୍ମୀ

ଉଦ୍ୟମ ଜାରିରହିଛି
ବନ୍ୟପ୍ରାଣୀଙ୍କ ସୁରକ୍ଷା ଲାଗି ବିଭାଗର ଉଦ୍ୟମ ଜାରି ରହିଛି। କପିଳାସ ଅଭୟାରଣ୍ୟରେ ଶିକାରୀଙ୍କ ଉପଦ୍ରବ ରୋକିବାରେ ସଫଳତା ମିଳିଛି। ରେଞ୍ଜରଙ୍କୁ ପୋଲିସ ଭଳି କେତେକ କ୍ଷମତା ଦିଆଯାଉଛି। ଏହାକୁ ସେମାନେ ନିଷ୍ଠାର ସହ ଉପଯୋଗ କରିବା ଉଚିତ। କନ୍ଧରା ଜଙ୍ଗଲରେ ଶିକାରୀଙ୍କ ଗୁଳିମାଡ଼ ଘଟଣା ପରେ ସେଠାରେ ୧୦ ଲକ୍ଷ ଟଙ୍କା ବ୍ୟୟରେ ତାଲିମପ୍ରାପ୍ତ ବନ କର୍ମଚାରୀଙ୍କୁ ନେଇ ବାରାକ୍‌ ପ୍ରତିଷ୍ଠା କରାଯିବ।
-ଡା. ପ୍ରକାଶଚାନ୍ଦ ଗୋଗିନେନି, ଡିଏଫ୍‌ଓ


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

ପୁଣି ରୋମାନ୍ସ କରିବେ ବିଜୟ-ରଶ୍ମିକା: ଏଥର ବଢୁଛି ଚର୍ଚ୍ଚା

ସାଉଥ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦାନାଙ୍କ ଅନସ୍କ୍ରିନ୍‌ କେମିଷ୍ଟ୍ରିକୁ ଦର୍ଶକେ ସବୁବେଳେ ପସନ୍ଦ କରିଆସିଛନ୍ତି। ଏବେ ଦୁହେଁ ପୁଣିଥରେ ଏକାଠି ପରଦାରେ ନଜର ଆସିବେ।…

ପୁଟିନ ନା ଜିନପିଙ୍ଗ? କାହାର ବିମାନ ଅଧିକ ମହଙ୍ଗା, ଜାଣନ୍ତୁ ଦୁଇ ବିମାନର ରହସ୍ୟ

ନୂଆଦିଲ୍ଲୀ,୧୪।୯: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦିଲ୍ଲୀରେ ଆୟୋଜିତ ୧୮ତମ BRICS ଶିଖର ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିଲେ। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?