ଫେରିଘାଟରେ ଅସୁରକ୍ଷିତ ଯାତ୍ରା

ଚାନ୍ଦବାଲି,୨୦।୩(କିଷାନ ପାତ୍ର): ନଦୀ ନାଳ ଭରା ଚାନ୍ଦବାଲି ବ୍ଲକ ଅଞ୍ଚଳରେ ଗମନାଗମନରେ ବାଧକ ସାଜିଛି ୩ ନଦୀ। ଏହି ୩ ନଦୀର ୬ ଫେରିଘାଟରେ ପ୍ରତିଦିନ ବହୁ ସଂଖ୍ୟକ ଯାତ୍ରୀ ଜୀବନ ସହ ବାଜି ଲଗାଇ ବିପଦପୂର୍ଣ୍ଣ ଭାବେ ନଦୀପାର୍‌ ହେଉଛନ୍ତି। ମନ୍ତେଇ ନଦୀରେ ହବାଳୀ, ଚୌଧୁରୀ, ବାଲିଆପାଳ, ପଞ୍ଚୁଟିକ୍ରୀ, ବୈତରଣୀ ନଦୀର ତିନିତର ଏବଂ ସାଳନ୍ଦୀ ନଦୀର ଧାନଖଣିଆ ଫେରିଘାଟରେ ପ୍ରତିଦିନ ହଜାର ହଜାର ଯାତ୍ରୀ ପାର୍‌ ହେଉଛନ୍ତି। ବ୍ଲକରେ ବାଂଶଡ଼ା ନଦୀରେ ପୋଲ ବ୍ୟତୀତ ଅନ୍ୟ କୌଣସି ଗୋଟିଏ ନଦୀ ଉପରେ ଆଜିଯାଏ ପୋଲଟିଏ ନିର୍ମାଣ ହୋଇପାରି ନାହିଁ। ତିନିତର ଫେରିଘାଟରେ ପୋଲ କାର୍ଯ୍ୟ ଏବେ ଆରମ୍ଭ କରାଯାଇଥିବା ବେଳେ ବାକି ୫ଟି ପୋଲ ପାଇଁ ସରକାରଙ୍କ ପକ୍ଷରୁ ଆନ୍ତରିକତା ଦେଖାଦେଉ ନାହିଁ।
ପୋର୍ଟ ପାଇଁ ଓ ଶୈବପୀଠ ଆରଡ଼ିକୁ ଯିବା ଲାଗି ଚୌଧୁରୀ ଓ ତିନିତର ଫେରୀଘାଟ, ବାସୁଦେବପୁରକୁ ଯାତାୟାତ ନିମନ୍ତେ ବାଳିଆପାଳ ଓ ପଞ୍ଚୁଟିକ୍ରୀ ଫେରିଘାଟରେ ଅତ୍ୟଧିକ ଭିଡ଼ ଯୋଗୁ ଯାତ୍ରୀମାନେ ବିପଦପୂର୍ଣ୍ଣ ଭାବେ ନଦୀରେ ଯାତ୍ରା କରୁଛନ୍ତି। ୩ ନଦୀରେ ଏବେ ମାଳମାଳ କୁମ୍ଭୀର, ଫେରିଘାଟଗୁଡ଼ିକରେ ନିଲାମଧାରୀମାନେ ମନଇଚ୍ଛା ଭୁଟୁଭୁଟିରେ ଗାଡ଼ି ମୋଟର ଲୋଡ୍‌ କରି ଅସୁରକ୍ଷିତ ଭାବେ ଯାତ୍ରୀ ପରିବହନ କରୁଛନ୍ତି। ପ୍ରଶାସନ ପକ୍ଷରୁ କୌଣସି ଅଙ୍କୁଶ ନାହିଁ। ଲୋକଙ୍କ ଧନଜୀବନ ସୁରକ୍ଷା ଲାଗି କୌଣସି ଫେରିଘାଟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ଧ୍ୟାନ ଦିଆଯାଉ ନାହିଁ। ସରକାରଙ୍କ ପକ୍ଷରୁ ପ୍ରତି ବୋଟ୍‌ରେ କ୍ଷମତାଠାରୁ କମ୍‌ ଯାତ୍ରୀ ପରିବହନ ସହ ପ୍ରତି ବୋଟ୍‌ରେ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍‌ ଜ୍ୟାକେଟ ବ୍ୟବହାର ପାଇଁ ବାଧ୍ୟତାମୂଳକ କରାଯାଇଛି ହେଲେ, ଏହାର ତଦାରଖ କରାଯାଉ ନାହିଁ। ଫଳରେ ଫେରିଘାଟଗୁଡ଼ିକରେ ଏହି ନିୟମର ଉଲ୍ଲଂଘନ କରାଯାଉଛି। ଫଳରେ ଯେକୌଣସି ମୂହୂର୍ତ୍ତରେ ଅଘଟଣ ଘଟିବାର ଆଶଙ୍କା ରହିଛି। ଅନ୍ୟପକ୍ଷେ ଫେରୀଘାଟଗୁଡ଼ିକରେ ପୋଲ ହେବା ତ ଦୂର କଥା ସମସ୍ତ ଫେରିଘାଟକୁ ନା ଭଲ ରାସ୍ତାଟିଏ କିମ୍ବା ଭଲ ଜେଟିଟିଏ ହୋଇପାରି ନାହିଁ। ଏନେଇ ବିଡିଓ ଅସିତ କୁମାର ମହାନ୍ତି କହିଛନ୍ତି, ଭୁଟୁଭୁଟିରେ କ୍ଷମତାଠାରୁ ଅଧିକ ପରିବହନ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାର ଉଲ୍ଲଂଘନ ନେଇ ନଜରକୁ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri