Posted inଜାତୀୟ

ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ…

ପାଟନା,୨୦।୩: ଲୋକ ସଭା ନିର୍ବାଚନ ନେଇ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ହେଲେ ଏଯାବତ ବିହାରରେ ମେଣ୍ଟ ପକ୍ଷରୁ ଆସନ ନେଇ ଘୋଷଣା ହୋଇନାହିଁ। ଏହାପଛର ପ୍ରମୁଖ କାରଣ ହେଉଛି ବିହାରରେ ଦେଖାଦେଇଥିବା ନୂଆ ସମୀକରଣ। ଗୋଟିଏ ପଟେ ଏନ୍‌ଡିଏରୁ ଇସ୍ତଫା ଦେବା ପରେ ପଶୁପତି ପାରସ INDIA ମେଣ୍ଟ ସହ ଯୋଗାଯୋଗରେ ରହିଛନ୍ତି। ଅପରପକ୍ଷେ ମଙ୍ଗଳବାର ବିଳମ୍ବିତ ରାତିରେ ଜନ ଅଧିକାର ପାର୍ଟିର ମୁଖ୍ୟ ପପ୍ପୁ ଯାଦବ ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତେଜସ୍ବୀ ଯାଦବଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଏହି ୩ ନେତାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଆଗାମୀ ଲୋକ ସଭା ନିର୍ବାଚନକୁ ନେଇ ଲାଲୁ ଯାଦବ, ତେଜସ୍ବୀ ଏବଂ ପପ୍ପୁ ଯାଦବଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି। ଏଥିରେ ଆଗାମୀ ରଣନୀତି ଉପରେ ବିଚାର ବିମର୍ଶ ମଧ୍ୟ ହୋଇଥିଲା। ତେବେ ପପ୍ପୁ ମେଣ୍ଟରେ ସାମିଲ ହୋଇପାରନ୍ତି। ଏପରିକି ଆଗାମୀ ଲୋକ ସଭା ନିର୍ବାଚନରେ ଆର୍‌ଜେଡି ଏବଂ କଂଗ୍ରେସ ସହ ମିଶି ଲଢ଼ିପାରନ୍ତି। ଏବେ ପପ୍ପୁ ପୁର୍ଣ୍ଣିଆ ଆସନରୁ ଦାବିଦାର ଅଛନ୍ତି।

ଲାଲୁ ଏବଂ ତେଜସ୍ବୀଙ୍କୁ ଭେଟି ପପ୍ପୁ କହିଛନ୍ତି, ଲାଲୁ ଏବଂ ମୋ ମଧ୍ୟରେ କୌଣସି ରାଜନୈତିକ ସମ୍ପର୍କ ନାହିଁ। ଏହା କେବଳ ଭାବନାତ୍ମକ ସମ୍ପର୍କ। କାଲି ଆମେ ସବୁ ଏକାଠି ବସିଥିଲେ। କୌଣସି ପ୍ରକାରେ ସୀମାଞ୍ଚଳ ଏବଂ ମିଥିଲାଞ୍ଚଳରେ ଭାଜପାକୁ ରୋକାଯିବ ସେଥିଲାଗି ଆମେ ଚେଷ୍ଟା କରିବୁ। ତେଜସ୍ବୀ ୧୭ ମାସ ଧରି କାମ କରିଥିଲେ, ବିଶ୍ୱାସ ବଜାୟ ରଖିଛନ୍ତି। ଏହିଭଳି ରାହୁଲ ଗାନ୍ଧୀ ଲୋକଙ୍କ ହୃଦୟ ଜିତିଛନ୍ତି ଏବଂ ଏବେ ଆଶା ସଞ୍ଚାର ହୋଇଛି।

ଆମେ ଏକାଠି କେବଳ ୨୦୨୪ ନୁହେଁ ୨୦୨୫ରେ ବିହାର ବିଧାନସଭା ନିର୍ବାଚନ ଜିତିବୁ। ଆମ ଲାଗି ପୁର୍ଣ୍ଣିଆ ଆସନ ଜିତିବା ଗୁରୁତ୍ୱ ନୁହେଁ, ଭାଜପାକୁ ରୋକିବା ଏବଂ ଦୁର୍ବଳ ବର୍ଗଙ୍କୁ ଚିହ୍ନଟ ଏବଂ ବିଚାରଧାରାକୁ ରକ୍ଷା କରିବା ଗୁରୁତ୍ୱ ରଖୁଛୁ। କଂଗ୍ରେସ ନେତୃତ୍ୱ ସହ, ଯିଏ ଦେଶର ହୃଦୟ ଜିତିଛି, ସେ ହିଁ ଦେଶର ପ୍ରଧାନମନ୍ତ୍ରୀ ହେବ ବୋଲି ପପ୍ପୁ ଯାଦବ କହିଛନ୍ତି।

ତେବେ ବୁଧବାର ସକାଳେ ପପ୍ପୁ ଦିଲ୍ଲୀ ଗସ୍ତ କରିଛନ୍ତି। ସେ ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡଙ୍କୁ ଭେଟିବେ। ତେବେ ସେ ଲାଲୁଙ୍କ ନିର୍ଦ୍ଦେଶ କ୍ରମେ ଦିଲ୍ଲୀ ଯାଇଥିବା କୁହାଯାଉଛି। ସେ ନିଜ ଦଳର ବିଲୟର ଖବରକୁ ନେଇ କହିଛନ୍ତି ଏହା ରାହୁଲ ଏବଂ ଲାଲୁ ନିଶ୍ଚିତ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାକୁ ଶକ୍ତ ଧକ୍କା

ଚଣ୍ଡିଗଡ଼,୯।୫: ଲୋକ ସଭା ନିର୍ବାଚନ ମଧ୍ୟରେ ହରିୟାଣାରେ ଭାଜପା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ହରିୟାଣା ଭାଜପାର ରାଜପୁତ ସମ୍ପ୍ରଦାୟର ବିଶିଷ୍ଟ ନେତା ସୁରଜ...

୩୦ ଲକ୍ଷ ସରକାରୀ ଚାକିରି, କଂଗ୍ରେସ କ୍ଷମତାକୁ ଆସିଲେ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଶେଷ ହୋଇଛି ଏବଂ ୪ର୍ଥ ପର୍ଯ୍ୟାୟ ପାଇଁ ଭୋଟ ଏ...

ଆପଣ ରାହୁଲ ଗାନ୍ଧୀଙ୍କୁ ଜାଣନ୍ତି, ଜଣେ ମହିଳାଙ୍କୁ ଏମିତି ପ୍ରଶ୍ନ ପଚାରିଲେ ପ୍ରିୟଙ୍କା ଗାନ୍ଧୀ: ଜାଣନ୍ତୁ କ’ଣ ମିଳିଲା ଜବାବ

ନୂଆଦିଲ୍ଲୀ,୯।୫: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ପହଞ୍ଚିଛନ୍ତି। ଏହି ସମୟରେ ସେ ଏକ ସାଧାରଣ ସଭାରେ...

ସଙ୍କଟରେ ହରିୟାଣା ସରକାର ଫ୍ଲୋର ଟେଷ୍ଟ ପାଇଁ ଦାବି କଲେ ଦୁଷ୍ୟନ୍ତ ଚୌଟାଲା, ମୁଖ୍ୟମନ୍ତ୍ରୀ କହିଲେ…

ଚଣ୍ଡିଗଡ଼,୯।୫: ହରିୟାଣାରେ ତିନିଜଣ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପ୍ରତ୍ୟାହାର ଘୋଷଣା ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ସରକାର ଅଡୁଆରେ ପଡ଼ିଛନ୍ତି। ଏହି ସମୟରେ ଭାଜପାର...

ବିଳମ୍ବରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ, ଅପେକ୍ଷା ନ କରି ନାମାଙ୍କନ ଦାଖଲ କଲେ ଆନନ୍ଦ ଶର୍ମା

ଶିମ୍‌ଲା,୯ା୫: ହିମାଚଳ ପ୍ରଦେଶରେ ଲୋକ ସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନାମାଙ୍କନ ଦାଖଲ ଆରମ୍ଭ ହୋଇଛି। ରାଜ୍ୟର ମଣ୍ଡିରୁ କଂଗ୍ରେସ ପ୍ରାର୍ଥୀ...

୧୦୦ ଲୋକଙ୍କୁ ରାଜଭବନର ସିସିଟିଭି ଫୁଟେଜ୍‌ ଦେଖାଇଲେ ରାଜ୍ୟପାଳ

ନୂଆଦିଲ୍ଲୀ,୯।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷଙ୍କ ନାଁରେ ଜଣେ ମହିଳା ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବିବାଦ ଆହୁରି ଗଭୀର ହେବାରେ ଲାଗିଛି।...

ମୁଁ ଯୁଆଡ଼େ ଯାଏ ଖାଲି ମୋଦି-ମୋଦି ଇକୋ ହୁଏ: ଶାହା

ହାଇଦ୍ରାବାଦ,୯ା୫: ତେଲେଙ୍ଗନାର ଭୋଙ୍ଗୀର ଲୋକ ସଭା ନିର୍ବାଚନମଣ୍ଡଳୀରେ ଏକ ସମାବେଶକୁ ସମ୍ବୋଧିତ କରି ଗୁରୁବାର ଶାହା କହିଛନ୍ତି, ଏହି ନିର୍ବାଚନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଭାରତୀୟ...

୨୦୨୪ ନିର୍ବାଚନ ହେଉଛି ମୋଦି ବନାମ ରାହୁଲ, କାହିଁକି ଏପରି କହିଲେ ଶାହା…

ହାଇଦ୍ରାବାଦ,୯ା୫: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ନିର୍ବାଚନୀ ସଭାରେ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି।  ଶାହା  ଗୁରୁବାର କହିଛନ୍ତି, ୨୦୨୪ ହେଉଛି ରାହୁଲ ଗାନ୍ଧୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri