କେନ୍ଦୁଝରରେ ଅସୁରକ୍ଷିତ ହାତୀ

କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର ଗତିବିଧି ନେଇ ଭୁଲ୍‌ ରିପୋର୍ଟ ଡିଏଫ୍‌ଓ ଅଫିସରେ ଥିବା କଣ୍ଟ୍ରୋଲ ରୁମକୁ ଦିଆଯାଉଥିବା ଅନୁମାନ କରାଯାଉଛି। ହାତୀ ନ ଗଣି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ହାତୀ ସଂଖ୍ୟା ଜଣାଉଥିବା ବେଳେ ହାତୀ ମରିଗଲେ କିମ୍ବା ଅନ୍ୟ କୌଣସି କାରଣରୁ କମିଗଲେ ମଧ୍ୟ ଜଣାପଡୁନାହିଁ। ହାତୀ ମରି ପଚିଶଢି ଯିବା ପରେ ଜଣାପଡୁଛି।
ନିକଟରେ ଏକ ହାତୀ ଛୁଆ ମରିବାର ୧୫ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ବନ ବିଭାଗ ଜାଣି ନ ପାରିବା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଗତ ଜୁନ୍‌ ୧୪ ତାରିଖରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମାଈ ହାତୀ ଓ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍‌ କରେଣ୍ଟ ଦେଇ ମାରିବା ପରେ ଦୁର୍ବୃତ୍ତମାନେ ଦାନ୍ତ ଚୋରି କରି ନେଇଥିଲେ। ଏହି ଚୋରି ଘଟଣାରେ ଅଦ୍ୟାବଧି ଦାନ୍ତ ଉଦ୍ଧାର ହୋଇ ନ ଥିବାବେଳେ ଚୋରି କରିଥିବା ଅପରାଧୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇ ନାହିଁ। ଚମ୍ପୁଆ ଏବଂ ବଡ଼ବିଲ ରେଞ୍ଜରେ ଗତ ୨ମାସ ମଧ୍ୟରେ ୫ ହାତୀ ମରିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ହାତୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ବନ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଦାୟୀ କରାଯାଉ ନାହିଁ ବୋଲି ପରିବେଶବିତ୍‌ମାନେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରାଯାଉଥିଲେ ହେଁ ଅସ୍ବାଭାବିକ ମୃତ୍ୟୁ ରୋକାଯାଇ ପାରୁନାହିଁ ା କେନ୍ଦୁଝର ବନଖଣ୍ଡରେ ଗତ ୨୦୧୦ରୁ ଅଦ୍ୟାବଧି ୫୧ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୧୦-୨୦୧୧ରେ ୯ ହାତୀ, ୨୦୧୧-୧୨ରେ ୪, ୨୦୧୨-୧୩ରେ ୯, ୨୦୧୩-୧୪ରେ ୪, ୨୦୧୪-୧୫ରେ ୪, ୨୦୧୫-୧୬ ରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି ା ୨୦୧୬-୧୭ରେ ହାତୀ ମୃତ୍ୟୁ ହୋଇ ନ ଥିବା ବେଳେ ୨୦୧୭-୧୮ରେ ୨ଟି, ୨୦୧୮-୧୯ ରେ ୨, ୨୦୧୯-୨୦ରେ ୬ଟି ଏବଂ ୨୦୨୦-୨୧ରେ ୫ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। କେନ୍ଦୁଝର ବନଖଣ୍ଡରେ ଏବେ ୯୨ ହାତୀ ଅଛନ୍ତି। ସେମାନଙ୍କ ସୁରକ୍ଷା ଓ ଗତିବିଧି ନିରୀକ୍ଷଣ କରିବା ପାଇଁ ୧୧୦ ଲୋକ ନିୟୋଜିତ ହୋଇଥିବା ବେଳେ ୧୯ ଗାଡ଼ି ବୁଲୁଛି। ଏହା ବ୍ୟତୀତ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଜନବସତିକୁ ପ୍ରବେଶ ରୋକିବା ପାଇଁ ଅନେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଛି ା ଏନେଇ ଡିଏଫ୍‌ଓ ସନ୍ତୋଷ ଯୋଶୀ କହିଛନ୍ତି ଯେ, ଜିଲାରେ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ହାତୀ ସ୍କ୍ବାଡ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ା ସେମାନଙ୍କ ଗତିପଥକୁ ୨୪ ଘଣ୍ଟିଆ ଟ୍ରାକିଂ କରାଯାଉଛି। ପ୍ରତ୍ୟେକ ଦଳକୁ ଗୋଟିଏ ଗୋଟିଏ ଟିମ୍‌ ଟ୍ରାକିଂ କରୁଛନ୍ତି। ସେହିପରି ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀଙ୍କ ବାସସ୍ଥଳ ନଷ୍ଟ ହେବା ଓ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଯୋଗୁ ହାତୀ ପଲ ଏଣେତେଣେ ପଳାୟନ କରିବା ସହ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ଅବିଚାରିତ ଖଣିଖନନ, ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ, ଜଙ୍ଗଲ ଜବରଦଖଲ କରି କଲୋନୀ, ରାସ୍ତାଘାଟ ନିର୍ମାଣ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri