କେନ୍ଦୁଝରରେ ଅସୁରକ୍ଷିତ ହାତୀ

କେନ୍ଦୁଝର,୧୬ା୭(ସ୍ବ.ପ୍ର.)-ହାତୀ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ କେନ୍ଦୁଝର ଜିଲାରେ ହାତୀ ମୃତ୍ୟୁ ବଢିବାରେ ଲାଗିଛି। କେନ୍ଦୁଝର ବନଖଣ୍ଡରେ ବନ୍ୟ ଜୀବଜନ୍ତୁ ଅସୁରକ୍ଷିତ ହୋଇପଡ଼ିଥିବା ବେଳେ ପ୍ରତ୍ୟେକ ଦିନ ବିଭିନ୍ନ ସ୍ଥାନରେ ହାତୀର ଗତିବିଧି ନେଇ ଭୁଲ୍‌ ରିପୋର୍ଟ ଡିଏଫ୍‌ଓ ଅଫିସରେ ଥିବା କଣ୍ଟ୍ରୋଲ ରୁମକୁ ଦିଆଯାଉଥିବା ଅନୁମାନ କରାଯାଉଛି। ହାତୀ ନ ଗଣି ଫରେଷ୍ଟର ଏବଂ ଫରେଷ୍ଟ ଗାର୍ଡ ହାତୀ ସଂଖ୍ୟା ଜଣାଉଥିବା ବେଳେ ହାତୀ ମରିଗଲେ କିମ୍ବା ଅନ୍ୟ କୌଣସି କାରଣରୁ କମିଗଲେ ମଧ୍ୟ ଜଣାପଡୁନାହିଁ। ହାତୀ ମରି ପଚିଶଢି ଯିବା ପରେ ଜଣାପଡୁଛି।
ନିକଟରେ ଏକ ହାତୀ ଛୁଆ ମରିବାର ୧୫ଦିନରୁ ଊର୍ଦ୍ଧ୍ୱ ସମୟ ହୋଇଥିଲେ ମଧ୍ୟ ବନ ବିଭାଗ ଜାଣି ନ ପାରିବା ବିଭାଗର କାର୍ଯ୍ୟଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି। ଗତ ଜୁନ୍‌ ୧୪ ତାରିଖରେ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଗୁରୁବେଡ଼ା ଗାଁ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରୁ ଗୋଟିଏ ମାଈ ହାତୀ ଓ ଏକ ଅଣ୍ଡିରା ହାତୀକୁ ବିଦ୍ୟୁତ୍‌ କରେଣ୍ଟ ଦେଇ ମାରିବା ପରେ ଦୁର୍ବୃତ୍ତମାନେ ଦାନ୍ତ ଚୋରି କରି ନେଇଥିଲେ। ଏହି ଚୋରି ଘଟଣାରେ ଅଦ୍ୟାବଧି ଦାନ୍ତ ଉଦ୍ଧାର ହୋଇ ନ ଥିବାବେଳେ ଚୋରି କରିଥିବା ଅପରାଧୀଙ୍କୁ ଗିରଫ କରିବାରେ ବନ ବିଭାଗ ସକ୍ଷମ ହୋଇ ନାହିଁ। ଚମ୍ପୁଆ ଏବଂ ବଡ଼ବିଲ ରେଞ୍ଜରେ ଗତ ୨ମାସ ମଧ୍ୟରେ ୫ ହାତୀ ମରିଥିବା ବେଳେ କେନ୍ଦୁଝର ବନଖଣ୍ଡରେ ହାତୀମାନେ ଅସୁରକ୍ଷିତ ହୋଇପଡିଛନ୍ତି। ବନ ବିଭାଗ କେବଳ ତଳିଆ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ଦାୟୀ କରାଯାଉ ନାହିଁ ବୋଲି ପରିବେଶବିତ୍‌ମାନେ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ହାତୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ପ୍ରତ୍ୟେକ ବର୍ଷ ଖର୍ଚ୍ଚ କରାଯାଉଥିଲେ ହେଁ ଅସ୍ବାଭାବିକ ମୃତ୍ୟୁ ରୋକାଯାଇ ପାରୁନାହିଁ ା କେନ୍ଦୁଝର ବନଖଣ୍ଡରେ ଗତ ୨୦୧୦ରୁ ଅଦ୍ୟାବଧି ୫୧ ହାତୀ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୧୦-୨୦୧୧ରେ ୯ ହାତୀ, ୨୦୧୧-୧୨ରେ ୪, ୨୦୧୨-୧୩ରେ ୯, ୨୦୧୩-୧୪ରେ ୪, ୨୦୧୪-୧୫ରେ ୪, ୨୦୧୫-୧୬ ରେ ୬ଟି ହାତୀଙ୍କ ମୃତ୍ୟୁ ଘଟିଛି ା ୨୦୧୬-୧୭ରେ ହାତୀ ମୃତ୍ୟୁ ହୋଇ ନ ଥିବା ବେଳେ ୨୦୧୭-୧୮ରେ ୨ଟି, ୨୦୧୮-୧୯ ରେ ୨, ୨୦୧୯-୨୦ରେ ୬ଟି ଏବଂ ୨୦୨୦-୨୧ରେ ୫ଟି ହାତୀ ମୃତ୍ୟୁମୁଖରେ ପଡ଼ିଛନ୍ତି। କେନ୍ଦୁଝର ବନଖଣ୍ଡରେ ଏବେ ୯୨ ହାତୀ ଅଛନ୍ତି। ସେମାନଙ୍କ ସୁରକ୍ଷା ଓ ଗତିବିଧି ନିରୀକ୍ଷଣ କରିବା ପାଇଁ ୧୧୦ ଲୋକ ନିୟୋଜିତ ହୋଇଥିବା ବେଳେ ୧୯ ଗାଡ଼ି ବୁଲୁଛି। ଏହା ବ୍ୟତୀତ ରେଞ୍ଜ ଅଫିସର, ଫରେଷ୍ଟର, ଫରେଷ୍ଟ ଗାର୍ଡମାନେ ମଧ୍ୟ କାର୍ଯ୍ୟରତ ଅଛନ୍ତି। ଜନବସତିକୁ ପ୍ରବେଶ ରୋକିବା ପାଇଁ ଅନେକ ସ୍ଥାନରେ ଟ୍ରେଞ୍ଚ ଖୋଳାଯାଇଛି ା ଏନେଇ ଡିଏଫ୍‌ଓ ସନ୍ତୋଷ ଯୋଶୀ କହିଛନ୍ତି ଯେ, ଜିଲାରେ ହାତୀଙ୍କ ସୁରକ୍ଷା ପାଇଁ ଲୋକଙ୍କୁ ସଚେତନ କରିବା ସହ ହାତୀ ସ୍କ୍ବାଡ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି ା ସେମାନଙ୍କ ଗତିପଥକୁ ୨୪ ଘଣ୍ଟିଆ ଟ୍ରାକିଂ କରାଯାଉଛି। ପ୍ରତ୍ୟେକ ଦଳକୁ ଗୋଟିଏ ଗୋଟିଏ ଟିମ୍‌ ଟ୍ରାକିଂ କରୁଛନ୍ତି। ସେହିପରି ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହାତୀଙ୍କ ବାସସ୍ଥଳ ନଷ୍ଟ ହେବା ଓ ଜଙ୍ଗଲରେ ହାତୀଙ୍କ ଖାଦ୍ୟାଭାବ ଯୋଗୁ ହାତୀ ପଲ ଏଣେତେଣେ ପଳାୟନ କରିବା ସହ ଖାଦ୍ୟ ଅନ୍ବେଷଣରେ ଗାଁ ମୁହାଁ ହେଉଛନ୍ତି। ବିଶେଷ କରି ଅବିଚାରିତ ଖଣିଖନନ, ବହୁ ସଂଖ୍ୟାରେ ଗାଡ଼ି ଚଳାଚଳ, ଜଙ୍ଗଲ ଜବରଦଖଲ କରି କଲୋନୀ, ରାସ୍ତାଘାଟ ନିର୍ମାଣ ହାତୀଙ୍କ ପାଇଁ ବିପଦ ସୃଷ୍ଟି କରୁଛି ବୋଲି ପରିବେଶବିତ ତଥା ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଅଶାଳୀନ ମନ୍ତବ୍ୟ ଦେଲେ ଫ୍ୟାନ୍‌: ସମସ୍ତଙ୍କୁ ଚକିତ କଲା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରତିକ୍ରିୟା

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ୍ ଅଲ୍-ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଜଣେ ଫ୍ୟାନ୍‌ଙ୍କ ଅଶାଳୀନ ଆଚରଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଖ୍ରୀଷ୍ଟମାସ...

ବଡ଼ଧରଣର ଭିଜିଲାନ୍ସ ରେଡ୍: ଏକକାଳୀନ ଫରେଷ୍ଟରଙ୍କ ୫ଟି ଠିକଣାରେ ଚଢ଼ାଉ

ଭୁବନେଶ୍ୱର,୨୬।୧୨: ଆୟ ବହିର୍ଭୂତ ସମ୍ପତ୍ତି (DA) ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଶୁକ୍ରବାର କୋରାପୁଟ ଫରେଷ୍ଟ ଡିଭିଜନ୍‌ର ଫରେଷ୍ଟର ନିରଞ୍ଜନ ଶତପଥୀଙ୍କର ୫ଟି...

ଐତିହ୍ୟ-ପାରମ୍ପରିକ ଲୋକକଥାର କାହାଣୀ କହେ ଯୋଗୀମଠ ଜଳପ୍ରପାତ, ବିଡିଓ କହିଲେ ରାସ୍ତା ସହ…

ଦାରିଙ୍ଗବାଡ଼ି,୨୬ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ଏକାଧିକ ପର୍ଯ୍ୟଟନକ୍ଷେତ୍ର ରହିଛି। ସେଥିମଧ୍ୟରୁ ଯୋଗୀମଠ ଜଳପ୍ରପାତ ଅନ୍ୟତମ। ତେବେ ଯୋଗୀମଠ ଜଳପ୍ରପାତରେ ପହଞ୍ଚିବା ପାଇଁ ସବୁଦିନିଆ...

ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

ମାଲକାନଗିରି,୨୬।୧୨: ସକାଳୁ ସକାଳୁ ଭିଜିଲାନ୍ସ ଚଢ଼ାଉ । ମାଲକାନଗିରି ବ୍ଲକ୍ ଜେଇଙ୍କ ଘରେ ଭିଜିଲାନ୍ସ ରେଡ୍‌ କରିଛି । ନିହାର ସରକାରଙ୍କ ନାମରେ ପୂର୍ବରୁ ଦୁର୍ନୀତି...

ଡେଲିଭରୀ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ: ଏହି ଦୁଇଦିନ ହେବ ସେବା ପ୍ରଭାବିତ

ନୂଆଦିଲ୍ଲୀ,୨୬।୧୨: ସ୍ୱିଗି (Swiggy), ଜୋମାଟୋ (Zomato), ଜେପ୍ଟୋ (Zepto), ବ୍ଲିଙ୍କିଟ୍ (Blinkit), ଆମାଜନ (Amazon), ଫ୍ଲିପକାର୍ଟ (Flipkart) ସମେତ ବିଭିନ୍ନ ଇ-କମର୍ସ ଏବଂ ଫୁଡ୍ ଡେଲିଭରୀ...

ଘରେ ରୋଷେଇ କରୁଥିବାବେଳେ ଯୁବତୀଙ୍କୁ ଏକୁଟିଆ ପାଇ ବଳାତ୍କାର କଲେ ଯୁବକ, ସୁଇସାଇଡ୍‌ ନୋଟ୍‌ ଲେଖି ନେଲେ ଏମିତି ନିଷ୍ପତ୍ତି…

ଚାନ୍ଦବାଲି,୨୬।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲିରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଚାନ୍ଦବାଲିରେ...

ନାବାଳିକାଙ୍କ ଚାଞ୍ଚଲ୍ୟକର ବୟାନ: ପ୍ରେମିକ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ…

ଭଦ୍ରକ,୨୬।୧୨(ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିଠାରେ ବୁଧବାର ସନ୍ଧ୍ୟାରେ ଜଣେ ନାବାଳିକା ବୈତରଣୀ ନଦୀକୁ ଡେଇଁବା ଘଟଣା ଗୁରୁବାର ନୂଆ ମୋଡ଼ ନେଇଛି। ଭଦ୍ରକ ଜିଲା...

ଅଧା ରହିଲା ଚିଲିକା ବୁଲା, ସଡ଼କ ଦୁର୍ଘଟଣାରେ ସ୍ବାମୀଙ୍କ ମୃତ୍ୟୁ ୨ ଗୁରୁତର

ପୁରୀ,୨୬।୧୨: ସକାଳୁ ସକାଳୁ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ବଳଙ୍ଗା-ନିମାପଡ଼ା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ତେବେ ଦୁର୍ଘଟଣାରେ ଜଣଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri