ଅପହଞ୍ଚ ଓ୍ବାନ୍‌କାର୍ଡ

ଭୁବନେଶ୍ୱର,୧୪ା୧(ଅନିଲ ଦାସ)କୋଭିଡ୍‌ ମହାମାରୀ ସମୟରେ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ଜୁନ୍‌ ୧ରୁ ସମଗ୍ର ଦେଶରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ (ଓଏନ୍‌ଓଆର୍‌ସି) ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ନିଜ ଗାଁ ଛାଡ଼ି ଅନ୍ୟତ୍ର ରହୁଥିବା ରାଶନ କାର୍ଡ ହିତାଧିକାରୀ ସେଠାକାର ଡିଲରଙ୍କ ନିକଟରୁ ଖାଦ୍ୟଶସ୍ୟ ନେଇପାରିବେ। ଓଡ଼ିଶାରେ ଏହା ୨୦୨୧ ଜୁଲାଇରୁ ଲାଗୁ ହୋଇଥିଲେ ମଧ୍ୟ ହିତାଧିକାରୀଙ୍କ ପାଇଁ ତାହା ଅପହଞ୍ଚ ହୋଇଛି। ଦୁର୍ବଳ ଇଣ୍ଟରନେଟ ବ୍ୟବସ୍ଥା ଏବଂ ରାଶନ ଯୋଗାଉଥିବା ଡିଲରଙ୍କ ଅସହଯୋଗ ଯୋଗୁ ହିତାଧିକାରୀ ଏହି ସୁବିଧାରୁ ବଞ୍ଚିତ ହେଉଛନ୍ତି।
କେଉଁ ଦୁର୍ଗମ ଅଞ୍ଚଳ ନୁହେଁ, ଭୁବନେଶ୍ୱରକୁ ଆସିଥିବା ହିତାଧିକାରୀମାନେ ମଧ୍ୟ ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥାର ଲାଭ ପାଇ ପାରୁ ନ ଥିବା ଜଣାପଡ଼ିଛି। କନ୍ଧମାଳର ରାଶନକାର୍ଡ ହିତାଧିକାରୀ ବାସନ୍ତି ଜାନି କହିଛନ୍ତି, ଆମେ ଗରିବ ଲୋକ। ମଜୁରି ଲାଗିଲେ ଘର ଚଳୁଛି। ସରକାର ଆମକୁ ଚାଉଳ ଗଣ୍ଡେ ଦେଉଛନ୍ତି। ହେଲେ ଗାଁକୁ ଯାଇ ଚାଉଳ ଆଣିଲେ ବହୁତ ଖର୍ଚ୍ଚ କରିବାକୁ ପଡୁଛି। ଏଇଠି ମିଳିଲେ ଭଲ ହୁଅନ୍ତା। ପାଖ ଡିଲର ଆମକୁ ରାଶନ ଦେବାକୁ ମନା କରି ଦେଉଛନ୍ତି। କହୁଛନ୍ତି ତୁମର ଏଠି ନାଁ ନାହିଁ। ଯେଉଁଠି ଅଛି ସେଠୁ ନିଅ। କେବଳ ବାସନ୍ତି ଜାନି ନୁହନ୍ତି, ଭଦ୍ରକର କୁସୁମ ନାୟକ ମଧ୍ୟ ସମାନ ଅଭିଯୋଗ କରିଛନ୍ତି। ହିତାଧିକାରୀଙ୍କଠାରୁ ଏଭଳି ଶୁଣିବା ପରେ ସମଗ୍ର ଦେଶରେ କାର୍ଯ୍ୟକାରୀ ହେଉଥିବା ଓ୍ବାନ୍‌ ନେଶନ, ଓ୍ବାନ ରାଶନ କାର୍ଡ ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରାଜ୍ୟର ୩ କୋଟି ୩୩ ଲକ୍ଷ ୨୭ ହଜାର ୨୫୫ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ସେଥିରୁ ଓ୍ବାନ୍‌ ରାଶନ କାର୍ଡ ଯୋଜନାରେ ଏ ପର୍ଯ୍ୟନ୍ତ କେବଳ ୧ ଲକ୍ଷ ୧୦ ହଜାର ପରିବାର ଉପକୃତ ହୋଇଛନ୍ତି।
ଇଣ୍ଟରନେଟ ସୁବିଧା ଥିବା ଅଞ୍ଚଳର ଡିଲରଙ୍କ ମନମୁଖି କାର୍ଯ୍ୟ ଯୋଗୁ ସରକାରଙ୍କୁ ବଦ୍‌ନାମ ହେବାକୁ ପଡୁଛି। ହିତାଧିକାରୀ ରାଶନ ପାଇବାରୁ ବଞ୍ଚିତ ହେଉଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଦୁର୍ବଳ ଇଣ୍ଟରନେଟ ବ୍ୟବସ୍ଥା ମଧ୍ୟ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ କାର୍ଯ୍ୟକାରିତାରେ ବାଧା ସୃଷ୍ଟି କରିଛି। ରାଜ୍ୟରେ ୫୧ ହଜାର ୧୭୬ ଗ୍ରାମ ରହିଛି। କେନ୍ଦ୍ର ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଓଡ଼ିଶାରେ ୬ ହଜାର ୫୯୨ ଗ୍ରାମରେ ଇଣ୍ଟରନେଟ ସୁବିଧା ନ ଥିବାବେଳେ ୪ ହଜାର ୫୪୯ ଗ୍ରାମରେ ମୋବାଇଲ ନେଟ୍‌ଓ୍ବର୍କ ନାହିଁ। କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର , ରାୟଗଡା, ସୁନ୍ଦରଗଡ, ବରଗଡ, ସମ୍ବଲପୁର ଭଳି ଆଦିବାସୀ ବହୁଳ ଜିଲାର ଅନେକ ଭାଗ ଏବେ ବି ଇଣ୍ଟରନେଟ ଉପଲବ୍ଧ ହେଉ ନାହିଁ।
୫-ଜି ଇଣ୍ଟରନେଟ ବ୍ୟବସ୍ଥା ଥିବା ରାଜଧାନୀରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥାର ଲାଭ ହିତାଧିକାରୀଙ୍କୁ ମିଳୁ ନ ଥିବାବେଳେ ଦୁର୍ଗମ ଅଞ୍ଚଳରେ ଏହା କିପରି କାର୍ଯ୍ୟକାରୀ ହେଉ ଥିବ ତାହା ବୁଝାପଡୁଛି। ଏଥିରୁ ଡିଜିଟାଲ ଇଣ୍ଡିଆ ଓ ବିକଶିତ ଭାରତ ଭଳି ଧ୍ୱନି ସମ୍ପୂର୍ଣ୍ଣ ଭାବେ ଫମ୍ପା ବୋଲି ଜଣାପଡୁଛି।
ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି ଯେ, ରାଜ୍ୟର ସମସ୍ତ ଜିଲାରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ରାଶନ କାର୍ଡ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି। ହିତାଧିକାରୀ ଯେଉଁଠି ରହିଲେ ବି ରାଶନ ପାଇ ପାରିବେ। ତେବେ କେତେକ ସ୍ଥାନରେ ଇଣ୍ଟରନେଟ ଅସୁବିଧା ଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଉଦ୍ଦେଶ୍ୟମୂଳକ ଭାବେ ଯଦି କୌଣସି ଫେୟାର ପ୍ରାଇସ ଶପ୍‌(ଏଫପିଏସ)ରେ ହିତାଧିକାରୀଙ୍କୁ ଅସହଯୋଗ କରାଯାଉଥିବା ଅଭିଯୋଗ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। କିନ୍ତୁ ହିତାଧିକାରୀଙ୍କ ସଂଖ୍ୟା ବହୁଳ ଥିବା ହେତୁ ତାହା ସମ୍ଭବପର ହେଉ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?