ଅନାବଶ୍ୟକ ଏଏଫ୍‌ଏସ୍‌ପିଏ

ଡିସେମ୍ବର ୫ରେ ନାଗାଲାଣ୍ଡର ମୋନ୍‌ ଜିଲାରେ ସେନା ଗୁଳିରେ ୧୪ ଜଣ ସାଧାରଣ ଲୋକଙ୍କ ପ୍ରାଣ ଯିବା ପରଠାରୁ ରାଜ୍ୟରେ ବିବାଦୀୟ ସଶସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆଇନ (ଏଏଫ୍‌ଏସ୍‌ପିଏ) ପ୍ରତ୍ୟାହାର ନେଇ ଦାବି ଜୋରଦାର ହେଉଛି। ଏହି ଆଇନ ଦ୍ୱାରା ସେନାକୁ ପର୍ଯ୍ୟାପ୍ତ କ୍ଷମତା ଦିଆଯାଇଥିବାରୁ ମୁତୟନରତ କର୍ମଚାରୀ ତାହାର ଦୁରୁପଯୋଗ କରୁଛନ୍ତି। ତେଣୁ ଏହା ବିରୋଧରେ ରାଜଧାନୀ କୋହିମାଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖାଯାଉଛି। ଏଭଳି ସ୍ଥିତିକୁ ଦେଖି ନାଗାଲାଣ୍ଡରୁ ଏଏଫ୍‌ଏସ୍‌ପିଏ ପ୍ରତ୍ୟାହାର କରାଯାଇପାରିବ କି ନାହିଁ, ତାହା ଉପରେ ଅନୁଧ୍ୟାନ କରିବା ଲାଗି କେନ୍ଦ୍ର ସରକାର ଉଚ୍ଚସ୍ତରୀୟ କମିଟି ଗଠନ ନିଷ୍ପତ୍ତି ନେଇଛନ୍ତି। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ନାଗାଲାଣ୍ଡ ମୁଖ୍ୟମନ୍ତ୍ରୀ ନେଫିଉ ରିଓ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ନାଗା ପିପୁଲ୍ସ ଫ୍ରଣ୍ଟ ଲେଜିସ୍‌ଲେଟିଭ୍‌ ପାର୍ଟି ନେତା ଟି. ଆର୍‌. ଜିଲିଆଙ୍ଗ୍‌ଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ ଏପରି ପଦକ୍ଷେପ ନିଆଯାଇଛି। ଉକ୍ତ କମିଟିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ ଏବଂ ରାଜ୍ୟ ପୋଲିସର ଅଧିକାରୀ ରହିବେ ବୋଲି ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଛି। କମିଟିର ନେତୃତ୍ୱ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଉତ୍ତର ପୂର୍ବାଞ୍ଚଳ ଦାୟିତ୍ୱରେ ଥିବା ଅତିରିକ୍ତ ସଚିବ ନେବେ। ଏଥିରେ ନାଗାଲାଣ୍ଡ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ ସଦସ୍ୟ ରହିବା ସ୍ଥିର କରାଯାଇଛି। ବାସ୍ତବରେ ଦେଖିବାକୁ ଗଲେ ଏହା ଏକ ପ୍ରଶାସନିକ ଘେର ଭିତରେ ରହିଯାଇଛି। କୌଣସି ଅଫିସର ସରକାରଙ୍କ ନୀତିକୁ ବିରୋଧ କରି ଜନସାଧାରଣଙ୍କ ହିତ ପାଇଁ ମତ ରଖିବେ ବୋଲି ବିଶ୍ୱାସ କରିବା ଅତ୍ୟନ୍ତ ହାସ୍ୟାସ୍ପଦ ହେବ। ଏହି ଆଇନ ଅଧୀନରେ ଆସୁଥିବା ସେନା ଯେହେତୁ ସୀମାନ୍ତ ଏବଂ ଅଶାନ୍ତ ଅଞ୍ଚଳରେ ମୁତୟନ ହେଉଛନ୍ତି, ସେଥିରେ ରାଜନୈତିକ, ପ୍ରଶାସନିକ, ସାମାଜିକ ଓ ବୌଦ୍ଧିକ ସ୍ତରର ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯିବା ଦରକାର। କାରଣ ସେନା ଅନାବଶ୍ୟକ ସ୍ଥଳେ ସାଧାରଣ ଲୋକଙ୍କୁ ଅତ୍ୟାଚାର କରିବା ଏପରିକି ହତ୍ୟା କରିବା ପର୍ଯ୍ୟନ୍ତ ଚାଲିଯାଉଛି। ଏପରିସ୍ଥଳେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିଙ୍କୁ ସାମିଲ କରାଗଲେ ସେମାନଙ୍କ ମତ ଗୁରୁତ୍ୱ ରଖିବ। ସେନା ଅତ୍ୟାଚାରର କାରଣ ବୁଝିବା କଷ୍ଟକର ନୁହେଁ। ଭାରତୀୟ ସେନା ଏବଂ ଅର୍ଦ୍ଧ ସାମରିକ ବାହିନୀରେ ଯୋଗ ଦେଉଥିବା ଯବାନମାନେ ଅତ୍ୟନ୍ତ ଗାଉଁଲି ଏବଂ ଅଶିକ୍ଷିତ ପରିବାରରୁ ସାଧାରଣତଃ ଆସିଥାଆନ୍ତି। ସେମାନଙ୍କୁ ନିଜ ଦେଶବାସୀଙ୍କ ସହ କେଉଁଭଳି ବ୍ୟବହାର କରାଯିବା ଦରକାର ସେ ସମ୍ପର୍କରେ କୌଣସି ପ୍ରଶିକ୍ଷଣ ଦିଆଯାଏ ନାହିଁ। ହାତରେ ବନ୍ଧୁକ, ମନରେ ପ୍ରବଳ ଭୟ ଏବଂ ଅସୀମିତ କ୍ଷମତାଧାରୀ ଭାବେ ଏହି ଯବାନ ସମସ୍ତଙ୍କୁ ଶତ୍ରୁ ଭାବେ ଦେଖିବା ସ୍ବାଭାବିକ। ଏହା ବ୍ୟତୀତ ସେନାର ଉଚ୍ଚକର୍ତ୍ତୃପକ୍ଷ ମଧ୍ୟ ଯବାନଙ୍କର ମାନସିକ ସ୍ଥିତି ସମ୍ପର୍କରେ କୌଣସି ଅଧ୍ୟୟନ କରନ୍ତି ନାହିଁ। ଏହା ଯୋଗୁ ସୀମାନ୍ତ ଅଞ୍ଚଳ ହେଉ କିମ୍ବା ଦେଶ ଭିତରେ ଭାରତର ଯବାନ ସବୁବେଳେ ଚାପଗ୍ରସ୍ତ ହୋଇ ରହିଥାଏ, ଯାହା ଫଳରେ ମାନସିକ ଉତ୍ତେଜନାର ଶିକାର ମଧ୍ୟ ହୋଇଥାଏ। ଏହି ଯବାନମାନେ ଯେଉଁ ଜାଗାରେ ମୁତୟନ ହୁଅନ୍ତି ସେଠାକାର ସାଧାରଣ ଲୋକଙ୍କ ସହ ତାଙ୍କର ସମ୍ପର୍କ ସନ୍ଦେହ ଘେର ଭିତରେ ସୀମିତ ରହିଯାଏ। ଯେଉଁଥିପାଇଁ କଶ୍ମୀରରୁ ନାଗାଲାଣ୍ଡ ପର୍ଯ୍ୟନ୍ତ ମୁତୟନ ହୋଇଥିବା ଭାରତର ବନ୍ଧୁକଧାରୀ ଯବାନ ଦୀର୍ଘକାଳ ଧରି କୌଣସି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ସେହି ସବୁ ସ୍ଥାନରେ ଉତ୍ତେଜନା ଏବଂ ଅଶାନ୍ତି ବୃଦ୍ଧି କରାଇବାରେ ସହାୟକ ହେଉଛନ୍ତି।
ଭାରତବର୍ଷର ପୋଲିସବାହିନୀ ଆଜି ପର୍ଯ୍ୟନ୍ତ ସେହି ପୁରୁଣା ଉପନିବେଶବାଦ ମାନସିକତାକୁ ବଞ୍ଚାଇରଖି ଲୋକଙ୍କ ସହିତ ବ୍ୟବହାର କରୁଛି। ନିର୍ଯାତିତ ବ୍ୟକ୍ତିଠାରୁ ଶୋଷଣ କରିବାରେ ଭାରତର ପୋଲିସ ସର୍ବାଗ୍ରେ ରହିଥାଏ। ସେଭଳି ପରିସ୍ଥିତିରେ ଯଦି ସୀମା ଜଗିବା ପାଇଁ ଉଦ୍ଦିଷ୍ଟ ଅର୍ଦ୍ଧ ସାମରିକ ଏବଂ ସାମରିକ ବାହିନୀକୁ ଜନସାଧାରଣଙ୍କ ମଝିରେ ଛାଡ଼ିଦିଆଯାଏ ତେବେ ସେମାନେ ନିର୍ଦ୍ଦୟ ଏବଂ କଠୋର ହେଲେ କେହି ଆଶ୍ଚର୍ଯ୍ୟ ହେବା କଥା ନୁହେଁ। ଉଦାହରଣ ସ୍ବରୂପ ଓଡ଼ିଶାର ଅନେକ ଜିଲାରେ ମୁତୟନ ହୋଇଥିବା ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍‌ଏଫ୍‌) ବା ସୀମା ସୁରକ୍ଷା ବଳର କାର୍ଯ୍ୟକଳାପକୁ ଦେଖାଯାଇପାରେ। ଗଣମାଧ୍ୟମରେ ଏହି ଅର୍ଦ୍ଧସାମରିକ ବାହିନୀର ଅତ୍ୟାଚାର ସମ୍ପର୍କରେ ବିଶେଷ ଖବର ପ୍ରକାଶ କରାଯାଏ ନାହିଁ। କାରଣ ତାହା ଯଦି କେହି କରେ ତେବେ ପ୍ରଶାସନ ତରଫରୁ ସେହି ଖବରଦାତାଙ୍କୁ ମାଓବାଦୀ ସମର୍ଥକ ଆଖ୍ୟା ଦିଆଯାଇ ଅନେକ ପ୍ରକାର ହଇରାଣ କରାଯାଏ। ଅନ୍ୟପଟେ କେହି ଜଣେ ମଧ୍ୟ ପ୍ରଶ୍ନ କରେ ନାହିଁ କାହିଁକି ଓଡ଼ିଶାରେ ସୀମା ସୁରକ୍ଷା ବଳ ମୁତୟନ କରାଯାଇଛି। ଏଠାରେ ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ, ଏହି ବିଏସ୍‌ଏଫ୍‌ ମୁତୟନ ପାଇଁ ଯେତେ ଖର୍ଚ୍ଚ ହେଉଛି ତାହା ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ କରାଯାଉଛି। ଅର୍ଥାତ୍‌ ସାଧାରଣ ଓଡ଼ିଆ ଟିକସ ଦେଇ ଏହି ବାହିନୀକୁ ପୋଷଣ କରୁଛି।
ଉଲ୍ଲେଖଯୋଗ୍ୟ ଯେ, ଭାରତର ଅଶାନ୍ତ ଅଞ୍ଚଳରେ ସଶସ୍ତ୍ର ସେନା ସ୍ବତନ୍ତ୍ର କ୍ଷମତା ଆଇନ, ୧୯୫୮ ବଳରେ ସେନାକୁ ମୁତୟନ କରାଯାଇଛି। ଏହି ଆଇନ ଜରିଆରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲାଗି ଗୁଳି କରିବା, ବିନା ଓ୍ବାରେଣ୍ଟରେ ଲୋକଙ୍କୁ ଗିରଫ କରିବା ଏବଂ କୌଣସି ଓ୍ବାରେଣ୍ଟ ନ ଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ଓ ପରିସରରେ ପ୍ରବେଶ କରି ଖୋଜାଖୋଜି କରିବାର ଅଧିକାର ସେନା କର୍ମଚାରୀଙ୍କୁ ଦିଆଯାଇଛି। ଯେହେତୁ ସୀମାନ୍ତ ଅଞ୍ଚଳଗୁଡ଼ିକରେ ଅନୁପ୍ରବେଶ ଓ ଆଭ୍ୟନ୍ତରୀଣ ବିଶୃଙ୍ଖଳାର ଭୟ ରହୁଛି, ସେହି ଦୃଷ୍ଟିରୁ ଏଏଫ୍‌ଏସ୍‌ପିଏ ଭଳି ସ୍ବତନ୍ତ୍ର ଆଇନର କିଛି ମାତ୍ରାରେ ଆବଶ୍ୟକତା ରହିଛି। କିନ୍ତୁ ସେନା ଅଧିକାରୀ ଓ କର୍ମଚାରୀମାନେ ମୁତୟନ ହୋଇଥିବା ଅଞ୍ଚଳର ସ୍ଥିତିକୁ ଦେଖି ଅନେକ କିଛି ଜାଣିପାରିବା କଥା। ଯେହେତୁ ତାହା କରାଯାଉ ନାହିଁ ସେଥିପାଇଁ ଭାରତୀୟ ନାଗରିକଙ୍କୁ ନିର୍ଯାତନା ଦେବା ପରିବର୍ତ୍ତେ ଏହି ଏଏଫ୍‌ଏସ୍‌ପିଏ ଆଇନକୁ ପ୍ରତ୍ୟାହାର କରିବା ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଲାଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri