ଏମ୍‌ପିଙ୍କ ଅଜାଣତରେ ବ୍ଲକ ପ୍ରତିନିଧି ଚୟନ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବଙ୍କ ଅଜାଣତରେ ଯୁଯୁମୁରା ବ୍ଲକ ପାଇଁ ପ୍ରତିନିଧି ଚୟନ କରାଯାଇଛି। ଏ ନେଇ ଏମ୍‌ପି ଗଙ୍ଗଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଣେ ଭାଜପା କର୍ମୀ ଲେଟରପ୍ୟାଡ ରଖି ଏଭଳି କରୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଦେବେନ୍ଦ୍ର ମହାପାତ୍ର ଯୁଯୁମୁରା ବ୍ଲକ ପ୍ରତିନିଧି ରହିଛନ୍ତି। ସେ କାହାକୁ ନୂତନ ଭାବେ ନିଯୁକ୍ତି ଦେଇନାହାନ୍ତି। ସସ୍ମିତା ଦେହୁରିଙ୍କୁ ସେ ଜାଣିନାହାନ୍ତି କିମ୍ବା ପ୍ରତିନିଧି ଭାବେ ନିଯୁକ୍ତ କରି ନ ଥିବା କହିଛନ୍ତି। ଏମ୍‌ପିଙ୍କ ଏଭଳି ବୟାନକୁ ନେଇ ଭାଜପା ଶିବିରରେ ହଇଚଇ ସୃଷ୍ଟି ହୋଇଛି। ଏମ୍‌ପିଙ୍କ ଅଜାଣତରେ କିଭଳି ଲେଟରପ୍ୟାଡ ବ୍ୟବହାର କରାଗଲା, ଚିଠି ନେଇ ସସ୍ମିତା କିଭଳି ସମିତି ବୈଠକରେ ଯୋଗଦାନ କଲେ ବୋଲି ଦଳୀୟ କର୍ମକର୍ତ୍ତା ପ୍ରଶ୍ନ କରୁଛନ୍ତି। ବୁଧବାର ହୋଇଥିବା ସମିତି ବୈଠକରେ ନିର୍ବାଚିତ ଜନପ୍ରତିନିଧି ବିଡିଓଙ୍କ ପାଖରେ ଏହି ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଏଭଳି ହୋଇଥିଲା। ବ୍ଲକ ପ୍ରତିନିଧି ଭାବେ ଯୁଯୁମୁରା ପଞ୍ଚାୟତ ସମିତି ସଭ୍ୟ ତଥା ଡଙ୍ଗାପାଲ ଗ୍ରାମର ଜୟନ୍ତ ପ୍ରଧାନଙ୍କ ନାମ ଏମ୍‌ପିଙ୍କ ଲେଟରପ୍ୟାଡରେ ରହିଥିବା ପତ୍ର ବିଡିଓଙ୍କୁ ଦିଆଯାଇଥିଲା। ଏମ୍‌ପି ଗଙ୍ଗଦେବ ଏହା ଜାଲିଆତି ହୋଇଥିବା ଓ ସେ ଜୟନ୍ତଙ୍କୁ ନିଯୁକ୍ତ କରି ନ ଥିବା ସୂଚନା ଦେଇଥିଲେ। ଯୁଯୁମୁରା ବ୍ଲକର କେତେଜଣ ଭାଜପା ନେତା ଏହି ଘଟଣା ନେଇ ଜିଲା ଓ ରାଜ୍ୟସ୍ତରୀୟ ନେତାଙ୍କ ପାଖରେ ଫେରାଦ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, କେବଳ ପ୍ରତିନିଧି ଚୟନରେ ନୁହେଁ, ଲେଟରପ୍ୟାଡ ଓ ଅନ୍ୟ ଅସାମାଜିକ କାମରେ ମଧ୍ୟ ବ୍ୟବହାର ହେଉଛି। ଏଥିରେ ଦଳ ଓ ନେତାଙ୍କ ଛବି ଖରାପ ହେଉଛି। ଏମ୍‌ପି ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।
ସୂଚନାଥାଉ କି କଂଗ୍ରେସ ନେତ୍ରୀ ସସ୍ମିତା ଦେହୁରି କିଛିଦିନ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ଭେଟିଥିଲେ। ସେହି ସମୟରେ ଭାଜପା ନେତା ଦେବେନ୍ଦ୍ର ମହାପାତ୍ର, ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ସମେତ କେତେଜଣ ସମର୍ଥକ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସସ୍ମିତା କହିଥିଲେ, ଏହା ସାକ୍ଷାତକାର ଥିଲା। ମନ୍ତ୍ରୀ ପ୍ରଧାନଙ୍କ ସମ୍ବଲପୁର ଗସ୍ତ ସମୟରେ ବିଶାଳ କାର୍ଯ୍ୟକ୍ରମ କରି ଯୋଗଦାନ କରିବେ ବୋଲି କହିଥିଲେ। ହେଲେ ଭାଜପା ପକ୍ଷରୁ ତାଙ୍କୁ ଯୁଯୁମୁରା ବ୍ଲକ ପ୍ରତିନିଧି କରିବେ ବୋଲି ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରିବାକୁ ପ୍ରଲୋଭନ ଦେଖାଇଥିଲେ ବୋଲି ଆଲୋଚନା ହୋଇଥିଲା। ଏହା ପ୍ରଚାର ହେବା ପରେ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ସସ୍ମିତାଙ୍କ ନାମରେ ଦିଆଯାଇଥିବା ଲେଟରପ୍ୟାଡରେ ୨୦୨୨ ଏପ୍ରିଲ ୧୧ ତାରିଖ ପତ୍ର ସଂଖ୍ୟା ସମ୍ବଲପୁର ୦୨୭/୨୨ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

ନିଶାନ୍ତ ବାର ସ୍ଥାନାନ୍ତର ପାଇଁ ତେଜିଲା ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଓ୍ବାର୍ଡବାସୀ

କେସିଙ୍ଗା, ୧୧।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା -ଟିଟିଲାଗଡ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶରେ ନିଶାନ୍ତ ବାର ଖୋଲିବାକୁ ପ୍ରୟାସ ଚାଲିଛି। ୱାର୍ଡବାସୀ…

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri