ଏମ୍‌ପିଙ୍କ ଅଜାଣତରେ ବ୍ଲକ ପ୍ରତିନିଧି ଚୟନ

ସମ୍ବଲପୁର,୧୫ା୪(ବ୍ୟୁରୋ): ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବଙ୍କ ଅଜାଣତରେ ଯୁଯୁମୁରା ବ୍ଲକ ପାଇଁ ପ୍ରତିନିଧି ଚୟନ କରାଯାଇଛି। ଏ ନେଇ ଏମ୍‌ପି ଗଙ୍ଗଦେବ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜଣେ ଭାଜପା କର୍ମୀ ଲେଟରପ୍ୟାଡ ରଖି ଏଭଳି କରୁଥିବା ସେ କହିଛନ୍ତି। ସେ ଆହୁରି କହିଛନ୍ତି, ଦେବେନ୍ଦ୍ର ମହାପାତ୍ର ଯୁଯୁମୁରା ବ୍ଲକ ପ୍ରତିନିଧି ରହିଛନ୍ତି। ସେ କାହାକୁ ନୂତନ ଭାବେ ନିଯୁକ୍ତି ଦେଇନାହାନ୍ତି। ସସ୍ମିତା ଦେହୁରିଙ୍କୁ ସେ ଜାଣିନାହାନ୍ତି କିମ୍ବା ପ୍ରତିନିଧି ଭାବେ ନିଯୁକ୍ତ କରି ନ ଥିବା କହିଛନ୍ତି। ଏମ୍‌ପିଙ୍କ ଏଭଳି ବୟାନକୁ ନେଇ ଭାଜପା ଶିବିରରେ ହଇଚଇ ସୃଷ୍ଟି ହୋଇଛି। ଏମ୍‌ପିଙ୍କ ଅଜାଣତରେ କିଭଳି ଲେଟରପ୍ୟାଡ ବ୍ୟବହାର କରାଗଲା, ଚିଠି ନେଇ ସସ୍ମିତା କିଭଳି ସମିତି ବୈଠକରେ ଯୋଗଦାନ କଲେ ବୋଲି ଦଳୀୟ କର୍ମକର୍ତ୍ତା ପ୍ରଶ୍ନ କରୁଛନ୍ତି। ବୁଧବାର ହୋଇଥିବା ସମିତି ବୈଠକରେ ନିର୍ବାଚିତ ଜନପ୍ରତିନିଧି ବିଡିଓଙ୍କ ପାଖରେ ଏହି ଅଭିଯୋଗ କରିଥିଲେ। ପୂର୍ବରୁ ମଧ୍ୟ ଏଭଳି ହୋଇଥିଲା। ବ୍ଲକ ପ୍ରତିନିଧି ଭାବେ ଯୁଯୁମୁରା ପଞ୍ଚାୟତ ସମିତି ସଭ୍ୟ ତଥା ଡଙ୍ଗାପାଲ ଗ୍ରାମର ଜୟନ୍ତ ପ୍ରଧାନଙ୍କ ନାମ ଏମ୍‌ପିଙ୍କ ଲେଟରପ୍ୟାଡରେ ରହିଥିବା ପତ୍ର ବିଡିଓଙ୍କୁ ଦିଆଯାଇଥିଲା। ଏମ୍‌ପି ଗଙ୍ଗଦେବ ଏହା ଜାଲିଆତି ହୋଇଥିବା ଓ ସେ ଜୟନ୍ତଙ୍କୁ ନିଯୁକ୍ତ କରି ନ ଥିବା ସୂଚନା ଦେଇଥିଲେ। ଯୁଯୁମୁରା ବ୍ଲକର କେତେଜଣ ଭାଜପା ନେତା ଏହି ଘଟଣା ନେଇ ଜିଲା ଓ ରାଜ୍ୟସ୍ତରୀୟ ନେତାଙ୍କ ପାଖରେ ଫେରାଦ ହୋଇଛନ୍ତି। ସେମାନେ ଅଭିଯୋଗ କରିଛନ୍ତି, କେବଳ ପ୍ରତିନିଧି ଚୟନରେ ନୁହେଁ, ଲେଟରପ୍ୟାଡ ଓ ଅନ୍ୟ ଅସାମାଜିକ କାମରେ ମଧ୍ୟ ବ୍ୟବହାର ହେଉଛି। ଏଥିରେ ଦଳ ଓ ନେତାଙ୍କ ଛବି ଖରାପ ହେଉଛି। ଏମ୍‌ପି ଏଥିପ୍ରତି ଗୁରୁତ୍ୱ ଦେବାକୁ ଦାବି ହେଉଛି।
ସୂଚନାଥାଉ କି କଂଗ୍ରେସ ନେତ୍ରୀ ସସ୍ମିତା ଦେହୁରି କିଛିଦିନ ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦିଲ୍ଲୀରେ ଭେଟିଥିଲେ। ସେହି ସମୟରେ ଭାଜପା ନେତା ଦେବେନ୍ଦ୍ର ମହାପାତ୍ର, ସମିତି ସଭ୍ୟ ଜୟନ୍ତ ପ୍ରଧାନଙ୍କ ସମେତ କେତେଜଣ ସମର୍ଥକ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସସ୍ମିତା କହିଥିଲେ, ଏହା ସାକ୍ଷାତକାର ଥିଲା। ମନ୍ତ୍ରୀ ପ୍ରଧାନଙ୍କ ସମ୍ବଲପୁର ଗସ୍ତ ସମୟରେ ବିଶାଳ କାର୍ଯ୍ୟକ୍ରମ କରି ଯୋଗଦାନ କରିବେ ବୋଲି କହିଥିଲେ। ହେଲେ ଭାଜପା ପକ୍ଷରୁ ତାଙ୍କୁ ଯୁଯୁମୁରା ବ୍ଲକ ପ୍ରତିନିଧି କରିବେ ବୋଲି ପ୍ରତିଶ୍ରୁତି ଦେଇ ଦଳରେ ସାମିଲ କରିବାକୁ ପ୍ରଲୋଭନ ଦେଖାଇଥିଲେ ବୋଲି ଆଲୋଚନା ହୋଇଥିଲା। ଏହା ପ୍ରଚାର ହେବା ପରେ ଭାଜପା ପକ୍ଷରୁ ବିରୋଧ କରାଯାଇଥିଲା। ସସ୍ମିତାଙ୍କ ନାମରେ ଦିଆଯାଇଥିବା ଲେଟରପ୍ୟାଡରେ ୨୦୨୨ ଏପ୍ରିଲ ୧୧ ତାରିଖ ପତ୍ର ସଂଖ୍ୟା ସମ୍ବଲପୁର ୦୨୭/୨୨ ବୋଲି ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?