ଅଧ୍ୟୟନ ପାଇଁ ଦାରିଙ୍ଗବାଡିକୁ ବାଛୁଛନ୍ତି ଅନ୍ୟ ରାଜ୍ୟର ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ର

ଦାରିଙ୍ଗବାଡ଼ି,୨୬ା୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡିକୁ ସ୍ବତନ୍ତ୍ର ଶିକ୍ଷା ଗ୍ରହଣ ଲାଗି ଆସୁଛନ୍ତି ଅନ୍ୟ ରାଜ୍ୟର ଶିକ୍ଷାର୍ଥୀ। ସେମାନେ ଏସମ୍ପର୍କରେ ଅଧିକ ଜ୍ଞାନ ଆହରଣ ପାଇଁ ଦାରିଙ୍ଗବାଡିର ଦୁର୍ଗମ ଓ ଅପହଞ୍ଚ ଗ୍ରାମକୁ ବାଛୁଛନ୍ତି। ବେଙ୍ଗୁଲୁରରେ ଏଭଳି ଏକ ବିଶ୍ୱବିଦ୍ୟାଳୟ ରହିଛି ସେଠାରୁ ଦାରିଙ୍ଗବାଡିକୁ ପ୍ରତିବର୍ଷ ଛାତ୍ରୀଛାତ୍ର ଆସି ସ୍ବତନ୍ତ୍ର ଶିକ୍ଷା ଗ୍ରହଣ କରି ଫେରୁଛନ୍ତି। ଚଳିତ ବର୍ଷ ତୃତୀୟ ଥର ପାଇଁ ବେଙ୍ଗୁଲୁରୁର ଆଜିମ ପ୍ରେମଜୀ ବିଶ୍ୱବିଦ୍ୟାଳୟର ୮ ଜଣ ଛାତ୍ରୀଛାତ୍ର ଋଷିକେଶ ସଞ୍ଜୟ ବାଘମାରେ, ଆକାଂଶା ବୋହରା, ଅମ୍ମାର ପି., ଅକ୍ଷଦା, ଶୁଭନ ନିସାର, ଦୀକ୍ଷା ଶେଣ୍ଡେ, ଆସ୍ଥା କୁମାରୀ, ଅନିଶ ପୂଜାପଣ୍ଡା ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଗ୍ରାମରେ ପହଞ୍ଚତ୍ଥିଲେ। ସେମାନେ ଦନେକବାଡି ପଞ୍ଚାୟତର କଟଡି, ବାଡାବାଙ୍ଗା ପଞ୍ଚାୟତର ଗର୍ଜେଡି, ଶ୍ରାନିକେତା ପଞ୍ଚାୟତର ସୁଗାନ କେତା, ସୁଲୁମାହା, ର୍ସିକାବର୍ଗ ପଞ୍ଚାୟତର କଟଡିମାହା ଗ୍ରାମ. ତିଲୋରୀ ପଞ୍ଚାୟତ ଓ ବୁଡ଼ାଗୁଡା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇଥିଲେ। ସେଠାକାର ଅନୁସୂଚିତ ଜନଜାତି ସାମ୍ପ୍ରଦାୟର ଲୋକଙ୍କ ଚଳଣି, ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ସାମାଜିକ ସ୍ଥିତି, ଆର୍ଥିଜ ସ୍ବାବଲମ୍ବନଶୀଳତା ବେସରକାରୀ ଓ ସରକାରୀ ସହାୟତା ସେମାନଙ୍କୁ ମିଳୁଛି କି ନାହିଁ ସେ ସମ୍ପର୍କରେ ଶିକ୍ଷା ଗହଣ କରୁିଛନ୍ତି। ସେହିପରି ସେମାନେ ସମ୍ପୃକ୍ତ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ପରିଦର୍ଶନ କରି ସେଠାକାର ଭିତ୍ତିଭୂମି, ଶିକ୍ଷାର ମାନ ଜାଣିବାକୁ ପ୍ରୟାସ କରିଥିଲେ। ଜଙ୍ଗଲ ଜମିର ଅଧିକାର ସମ୍ପର୍କରେ ଜାଣିବାକୁ ଛାତ୍ରୀଛାତ୍ରମାନେ ତହସିଲଦାର ଧୀରୋଜ ପାତ୍ରଙ୍କୁ ଭେଟି ତାଙ୍କଠାରୁ ଏନେଇ ଶିକ୍ଷପ୍ରାପ୍ତ ହୋଇଥିଲେ। ସେମାନଙ୍କୁ ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟଙ୍କ ସମେତ କାର୍ଯ୍ୟକ୍ରମ ଅଧିକାରୀ ସଦାନନ୍ଦ ସିଂ ଗାଇଡ କରିଥିଲେ। ଅଧ୍ୟାୟନ ସାରିବା ପରେ ଏକ ସମୀକ୍ଷା କାର୍ଯ୍ୟକ୍ରମ କରାଯାଇଥିଲା। ଜାଗୃତି ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

 

Dharitri No. 1 Most  Trusted Odia Daily of Odisha

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri