ଏକତା ଆମେରିକାର ଶକ୍ତି

ଓ୍ବାଶିଂଟନ୍‌, ୧୨ା୯: ଆମେରିକାର ବିଶ୍ୱ ବାଣିଜ୍ୟ କେନ୍ଦ୍ର ବିଲ୍ଡିଂରେ ୨୦୦୧ ସେପ୍ଟେମ୍ବର ୧୧ରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାୟ ୩ ହଜାର ଜୀବନ ଯାଇଥିଲା। ୯/୧୧ ଆକ୍ରମଣକୁ ୨୦ ବର୍ଷ ପୂର୍ତ୍ତି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ଦେଶର ପ୍ରଥମ ମହିଳା ଜିଲ୍‌ ବାଇଡେନ୍‌ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ନ୍ୟୁୟର୍କରେ ଥିବା ସ୍କାରକୀଠାରେ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ବିଲ୍‌ କ୍ଲିଣ୍ଟନ୍‌ଙ୍କ ସମେତ ସମସ୍ତ ପ୍ରଦେଶର ପ୍ରମୁଖ ବ୍ୟକ୍ତିବିଶେଷ ପହଞ୍ଚି ନୀରବ ପ୍ରାର୍ଥନା କରିଛନ୍ତି। ଏକତା ହିଁ ଆମେରିକାର ଶକ୍ତି। ତେଣୁ ଦେଶବାସୀ ସର୍ବଦା ଏକଜୁଟ ହୋଇ ରହିବାକୁ ବାଇଡେନ୍‌ ଆହ୍ବାନ ଦେଇଛନ୍ତି। ଏଥିସହ ଆକ୍ରମଣସ୍ଥଳରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କୁ ଉଦ୍ଧାର କରିଥିବା ଏବଂ ପ୍ରାଣ ହାରିଥିବା ସାହସୀମାନଙ୍କୁ ମଧ୍ୟ ସେ ସମ୍ମାନ ଜଣାଇଥିଲେ। ସମୟ ଯେତେ ବଦଳି ଗଲେ ବି ଏହି ସମୟ ସବୁବେଳେ କଷ୍ଟଦାୟକ ବୋଲି ବାଇଡେନ୍‌ କହିଥିଲେ। ବାଇଡେନ୍‌ ୩ ଆକ୍ରମଣସ୍ଥଳ ନ୍ୟୁୟର୍କର ବିଶ୍ୱ ବାଣିଜ୍ୟ କେନ୍ଦ୍ରର ଟୁଇନ୍‌ ଟାଓ୍ବାର ସମେତ ପେନ୍‌ସିଲଭାନିଆ ଏବଂ ପେଣ୍ଟାଗନ ବିଲ୍ଡିଂ ନିକଟକୁ ଯାଇଥିଲେ। ଜର୍ଜ ଡବ୍ଲ୍ୟୁ ବୁଶ୍‌, ଓବାମା ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ପରେ ୯/୧୧ ବର୍ଷ ପୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାରେ ବାଇଡେନ୍‌ ହେଉଛନ୍ତି ଚତୁର୍ଥ ରାଷ୍ଟ୍ରପତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

ଜଙ୍ଗଲ ଉପରେ ଚାଲିଲା ବୁଲ୍‌ଡୋଜର, ସାମ୍ନାରେ ପାଚେରୀ ଭଳି ଠିଆ ହେଲା ଗଜରାଜ; ଭିଡିଓ ଦେଖିଲେ…

ସୋସିଆଲ ମିଡିଆ ଦୁନିଆରେ ପ୍ରତିଦିନ ଏମିତି କିଛି ଭିଡିଓ ସାମ୍ନାକୁ ଆସେ, ଯାହା ମଣିଷକୁ ଚିନ୍ତା କରିବାକୁ ବାଧ୍ୟ କରିଦିଏ। କିଛି ଭିଡିଓ ଆଶ୍ଚର୍ଯ୍ୟଜନକ ହୋଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri