ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା

ଓ୍ବାଶିଂଟନ୍‌,୬।୭: କରୋନା ଭାଇରସ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା କରି କରୋନା ଭାଇରସ୍‌କୁ ‘ଚାଇନିଜ୍‌ ଭାଇରସ୍‌’ ବୋଲି କହିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି ଆମେରିକାରେ ବହୁ ସଂଖ୍ୟାରେ ଟେଷ୍ଟ କରାଯାଉଥିବାରୁ ପ୍ରତିଦିନ ଏଠାରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କିନ୍ତୁ ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଟ୍ରମ୍ପ ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ଜନିତ ପ୍ରତିଦିନ ଏଠାରେ ପ୍ରାୟ ୫୦ହଜାର କରୋନା ରୋଗୀ ଚିହ୍ନଟ ହେଉଥିଲେ। ଓ୍ବାଲ୍ଡ ମିଟର ଅନୁସାରେ ଆମେରିକାରେ ଏପର୍ଯ୍ୟନ୍ତ ୨୯ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧.୩୨ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏବେ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏଠାରେ କରୋନା ଭାଇରସ୍‌ ଜନିତ ଦିନକୁ ୫୦୦ଜଣଙ୍କ ମୃତ୍ୟୁ ଘଟୁଛି। ପୂର୍ବରୁ କିନ୍ତୁ ଏହି ସଂଖ୍ୟା ୫ହଜାର ରହିଥିଲା। କରୋନା ଭାଇରସ୍‌କୁ ନେଇ ଲଗାତର ଟ୍ରମ୍ପ ଚାଇନାକୁ ସମାଲୋଚନା କରୁଥିବା ଦେଖିବାକୁ ମିଳେ। ବେଳ ଥାଉ ଯଦି କରୋନା ବିଷୟରେ ଚାଇନା ସାରା ବିଶ୍ୱକୁ ସୂଚାଇଥାନ୍ତା, ତେବେ ଏଭଳି ସଙ୍ଗୀନ ପରିସ୍ଥିତି ଦେଖିବାକୁ ମିଳି ନ ଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି। ଏଥିପାଇଁ ସେ ସବୁବେଳେ କରୋନାକୁ ଚାଇନିଜ୍‌ ଭାଇରସ୍‌ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା OAS ପରୀକ୍ଷାଫଳ: ୨୦୦ ପରୀକ୍ଷାର୍ଥୀ କୃତକାର୍ଯ୍ୟ, ବୁବୁନ ସାହ ଟପ୍ପର, ଦେଖନ୍ତୁ ତାଲିକା…

ଭୁବନେଶ୍ୱର,୨୬।୫: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପରିଚାଳିତ OCS-୨୦୨୪ ପରୀକ୍ଷାର ଚୂଡ଼ାନ୍ତ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏହି ପ୍ରତିଷ୍ଠିତ ପରୀକ୍ଷାରେ ମୋଟ ୨୦୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ…

ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲଙ୍କ ପରଲୋକ, ସେଉଲ ଅଲିମ୍ପିକ୍ସରେ କରିଥିଲେ ପ୍ରତିନିଧିତ୍ୱ

ନୂଆଦିଲ୍ଲୀ, ୨୬ା୫: ଭରତର ପୂର୍ବତନ ତୀରନ୍ଦାଜ ଶ୍ୟାମ ଲାଲ ମୀନାଙ୍କ ପରଲୋକ ଘଟିଛି। ସେ ୧୯୮୮ ସେଉଲ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ…

ମମତାଙ୍କ ବିରୋଧରେ FIR; ବଢ଼ିଲା ଅଡୁଆ!

କୋଲକାତା,୨୬।୫: ବିଧାନସଭା ନିର୍ୱାଚନରେ ଶୋଚନୀୟ ପରାଜୟ ପରେ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ବିବାଦରେ ଫସିଛନ୍ତି। ତାଙ୍କ ବିରୋଧରେ ସିଲିଗୁଡ଼ି ସାଇବର ପୋଲିସ…

ନିର୍ଦ୍ୱନ୍ଦରେ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହେଲେ ଅରୁଣ କୁମାର ପଣ୍ଡା, କହିଲେ କୃଷକ ସମସ୍ତ…

ପୁରୁଷୋତ୍ତମପୁର,୨୬।୫ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଆତ୍ମା (କୃଷିବୈଷୟିକ କମିଟି)ର ନିର୍ବାଚନ ମଙ୍ଗଳବାର କୃଷି କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୋଟ ୨୨…

ମହାନଦୀରେ ଭାସିଗଲେ ବାଳକ, ଅଗ୍ନିଶମ ବିଭାଗର ଖୋଜାଖୋଜି ଜାରି

କଟକ ସଦର, ୨୬।୫ (ସୁଶାନ୍ତ କୁମାର ଜେନା): କନ୍ଦରପୁର ଥାନା ଅନ୍ତର୍ଗତ ଦାମୋଦରପୁର ନିକଟରେ ମହାନଦୀରେ ଗାଧୋଇବା ବେଳେ ମଙ୍ଗଳବାର ଅପରାହ୍ନରେ ଜଣେ ବାଳକ ପାଣିର ପ୍ରବଳ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri