ପୁଣି ଚାଇନାକୁ ଟାର୍ଗେଟ କଲା ଆମେରିକା

ଓ୍ବାଶିଂଟନ୍‌,୬।୭: କରୋନା ଭାଇରସ୍‌କୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ସମୟରେ ଚାଇନାକୁ ଟାର୍ଗେଟ କରିଥାନ୍ତି। ସୋମବାର ପୁଣି ଥରେ ଟ୍ରମ୍ପ ଚାଇନାକୁ ଭର୍ତ୍ସନା କରି କରୋନା ଭାଇରସ୍‌କୁ ‘ଚାଇନିଜ୍‌ ଭାଇରସ୍‌’ ବୋଲି କହିଛନ୍ତି। ଏଥିସହ ଟ୍ରମ୍ପ କହିଛନ୍ତି ଆମେରିକାରେ ବହୁ ସଂଖ୍ୟାରେ ଟେଷ୍ଟ କରାଯାଉଥିବାରୁ ପ୍ରତିଦିନ ଏଠାରେ ଅଧିକ ସଂଖ୍ୟାରେ କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି। କିନ୍ତୁ ଏବେ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟିଛି ବୋଲି ଟ୍ରମ୍ପ ଟୁଇଟ କରି କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ଦିନରୁ ଆମେରିକାରେ କରୋନା ଭାଇରସ୍‌ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। କରୋନା ଜନିତ ପ୍ରତିଦିନ ଏଠାରେ ପ୍ରାୟ ୫୦ହଜାର କରୋନା ରୋଗୀ ଚିହ୍ନଟ ହେଉଥିଲେ। ଓ୍ବାଲ୍ଡ ମିଟର ଅନୁସାରେ ଆମେରିକାରେ ଏପର୍ଯ୍ୟନ୍ତ ୨୯ଲକ୍ଷ ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୧.୩୨ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଏବେ ଆମେରିକାରେ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଏଠାରେ କରୋନା ଭାଇରସ୍‌ ଜନିତ ଦିନକୁ ୫୦୦ଜଣଙ୍କ ମୃତ୍ୟୁ ଘଟୁଛି। ପୂର୍ବରୁ କିନ୍ତୁ ଏହି ସଂଖ୍ୟା ୫ହଜାର ରହିଥିଲା। କରୋନା ଭାଇରସ୍‌କୁ ନେଇ ଲଗାତର ଟ୍ରମ୍ପ ଚାଇନାକୁ ସମାଲୋଚନା କରୁଥିବା ଦେଖିବାକୁ ମିଳେ। ବେଳ ଥାଉ ଯଦି କରୋନା ବିଷୟରେ ଚାଇନା ସାରା ବିଶ୍ୱକୁ ସୂଚାଇଥାନ୍ତା, ତେବେ ଏଭଳି ସଙ୍ଗୀନ ପରିସ୍ଥିତି ଦେଖିବାକୁ ମିଳି ନ ଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି। ଏଥିପାଇଁ ସେ ସବୁବେଳେ କରୋନାକୁ ଚାଇନିଜ୍‌ ଭାଇରସ୍‌ ବୋଲି କହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ତ ୨୦ କରୋନା ଆକ୍ରାନ୍ତ ଶିଶୁ ସୁସ୍ଥ: ବାଗଚୀ

ଭୁବନେଶ୍ୱର,୧୫।୫(ବ୍ୟୁରୋ)-ଗତ ୨୦ ଦିନ ମଧ୍ୟରେ ୨୦ ଜଣ ଶିଶୁ ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ଏମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇ ଘରକୁ...

ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ ପାଇଁ ଘୋଷଣା କଲା ଇରାନ…

ତେହରାନ,୫।୧୨ : ଆଣବିକ ଶକ୍ତି କେନ୍ଦ୍ର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଇରାନ ଘୋଷଣା କରିଛି। ଇରାନର ରାଜ୍ୟ ଟିଭି ଚ୍ୟାନେଲ ଅନୁଯାୟୀ କାରୁନ ନାମକ...

ମଡେଲଙ୍କ ବଙ୍ଗଳାରୁ ଚୋରି

ଲଣ୍ଡନ,୧୬।୧୨: ଲଣ୍ଡନର ଜଣାଶୁଣା ମଡେଲ ତଥା ଟିଭି ପର୍ସନାଲିଟି ତମାରା ଏକଲେଷ୍ଟୋନଙ୍କ ଘରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି। ମାତ୍ର ୫୦ ମିନିଟ୍‌ରେ ଚୋରମାନେ...

ଜଳବାୟୁ ପରିବର୍ତ୍ତନ:ଛାତ୍ରୀଛାତ୍ର ଭିଡ଼ିଲେ ଅଣ୍ଟା; ସରକାରଙ୍କ ଆଗରେ ରଖିଲେ ଦାବି

ନୂଆଦିଲ୍ଲୀ/ସିଡ୍‌ନୀ,୩୦।୧୧: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ବାୟୁ ପ୍ରଦୂଷଣ ଉତ୍କଟ ରୂପ ଧାରଣ କରିବାକୁ ଯାଉଛି। ଏହି ମର୍ମରେ ସୁଇଡେନ୍‌ର ୧୬ ବର୍ଷ ବୟସ୍କା ଜଳବାୟୁ...

CORONAVIRUS UPDATE: ରାଜ୍ୟରେ ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ ଆକ୍ରାନ୍ତ ସଂଖ୍ୟା ୧୬,୭୦୧ ରେ ପହଞ୍ଚିଲା

ଭୁବନେଶ୍ୱର,୧୮।୭(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ। ରାଜ୍ୟରେ ଶନିବାର ପୁଣି ୫୯୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ...

ସାଲେପୁର ବିଧାୟକ କରୋନା ପଜିଟିଭ

ଭୁବନେଶ୍ୱର, ୮।୭(ବ୍ୟୁରୋ): ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ ସହ ତାଙ୍କ ଡ୍ରାଇଭର ଏବଂ ପିଏସ୍‌ଓ ମଧ୍ୟ କରୋନା ଆକ୍ରାନ୍ତ...

ଅର୍ଥନୀତି, ମାନବୀୟ ସଙ୍କଟ ପରିଚାଳନାରେ କେନ୍ଦ୍ର ବିଫଳ

ନୂଆଦିଲ୍ଲୀ, ୨୧।୫: ଭାରତରେ କରୋନା ଭାଇରସ୍‌ ସଂକ୍ରମଣ ରୋକିବା ଲାଗି ନରେନ୍ଦ୍ର ମୋଦି ସରକାରଙ୍କ ଲକ୍‌ଡାଉନ୍‌ ବା ତାଲାବନ୍ଦ ଘୋଷଣା ନିଷ୍ପତ୍ତିଙ୍କୁ ସମାଲୋଚନା କରାଯାଇପାରିବ ନାହିଁ।...

ଏଭରେଷ୍ଟରେ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କଲା ନେପାଳ: ମିଳିଲା ୪ ପର୍ବତ୍ୟାରୋହୀଙ୍କ ମୃତଦେହ

କାଠମାଣ୍ଡୁ,୨୮।୫: ଏଭରେଷ୍ଟରେ ବର୍ଜ୍ୟବସ୍ତୁ ଗଦା ହେବାରେ ଲାଗିଛି। ନେପାଳ ପକ୍ଷରୁ ଏଭରେଷ୍ଟ ସଫା ଅଭିଯାନ ଅନ୍ତର୍ଗତ ୧୧ ଟନ୍‌ ବର୍ଜ୍ୟବସ୍ତୁ ସଫା କରାଯାଇଛି। ଏଥି ପାଇଁ...

Advertisement
Archives

Model This Week