ଯୁଦ୍ଧ ଶେଷ କରିବାକୁ ଚାହୁଁନି ଆମେରିକା, ପୁଣି ୟୁକ୍ରେନ୍‌କୁ ଦେବ ସାମରିକ ସହାୟତା ପ୍ୟାକେଜ …

ଓ୍ବାଶିଂଟନ, ୨୦।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ୫୬ ଦିନରେ ପହଞ୍ଚିଛି। ଉଭୟ ଦେଶ ନୋଇବାକୁ କରିବାକୁ ପ୍ରସ୍ତୁତ ନୁହଁନ୍ତି। ରୁଷିଆ ସୈନ୍ୟ ଦିନକୁ ଦିନ ଆକ୍ରମଣାତ୍ମକ ହେବାରେ ଲାଗିଛନ୍ତି। ୟୁକ୍ରେନ ସୈନ୍ୟବାହିନୀ ଆମେରିକା ଏବଂ ଅନ୍ୟାନ୍ୟ ବଡ ଦେଶ ସାହାଯ୍ୟରେ ଯୁଦ୍ଧରେ ଦୃଢ଼ ଭାବରେ ଠିଆ ହୋଇଛି। ତେବେ ଆମେରିକା ଏହି ମହାଯୁଦ୍ଧକୁ ଶେଷ କହିବାକୁ ଚାହୁଁନି।

ଆମେରିକା ରାଷ୍ଟ୍ର ପତି ଜୋ ବାଇଡେନ୍‌ ଭୋଲାଡାମିୟର ଜେଲେନସ୍କିଙ୍କୁ ପୁଣି ସାମରିକ ସହାୟତା ଯୋଗାଇ ଦେଇ ଯୁଦ୍ଧକୁ ବଢ଼ାଇବା କାର୍ଯ୍ୟ କରୁଛନ୍ତି। ରୁଷିଆର ପ୍ରାଧାନ୍ୟକୁ ହ୍ରାସ କରିବା ପାଇଁ ଆମେରିକା ଏହି ବିଶ୍ୱଯୁଦ୍ଧର ସମାପ୍ତ ହେବାକୁ ଚାହୁଁନାହିଁ ବୋଲି କୁହାଯାଉଛି।

ଆମେରିକା ପ୍ରତିରକ୍ଷା ମନ୍ତ୍ରଣାଳୟ, ପେଣ୍ଟାଗନ ସୂଚନା ଦେଇଛି ଯେ ଆମେରିକା ୟୁକ୍ରେନକୁ ଆଉ ଏକ ସାମରିକ ସହାୟତା ପ୍ୟାକେଜ ଯୋଗାଇବ। ଏହାକୁ ନେଇ ରୁଷିଆ ରାଷ୍ଟ୍ରପ୍ରତି ଭ୍ଲାଡିମିର ପୁଟିନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସେ ଏବେ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାକୁ ଯୋଜନା କରିଥିବା ମଧ୍ୟ ଚର୍ଚ୍ଚା ହେଉଛି।

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଛନ୍ତି ଯେ ରୁଷିଆର ସୈନ୍ୟ ହେଉଛନ୍ତି ବିଶ୍ୱର ସବୁଠାରୁ ନିଷ୍ଠୁର ସୈନ୍ୟବାହିନୀ। ମାନବିକତା ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ସେମାନେ ବର୍ବର ଭାବେ ୟୁକ୍ରେନ୍‌ରେ ତାଣ୍ଡବ ରଚିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ପାକିସ୍ତାର ସମବେଦନା

ଇସ୍‌ଲାମାବାଦ,୧୪।୪: ଭାରତରେ ଭୟଙ୍କର ଭାବେ କରୋନା ଭୂତାଣୁ ସଂକ୍ରମଣ ଓ ଏଥିଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଥିବା ବେଳେ ମୃତକଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପଡ଼ୋଶୀ...

ଆଫଗାନ ଟିଭି ସାମ୍ବାଦିକାଙ୍କୁ ହତ୍ୟା

ଜଲାଲବାଦ(ଆଫଗାନିସ୍ଥାନ),୧୦।୧୨- ମହିଳା ସାମ୍ବାଦିକ ଓ ତାଙ୍କ ଡ୍ରାଇଭରଙ୍କୁ ଗୁରୁବାର ଜଣେ ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ନାନ୍‌ଗାରହାର ପ୍ରଦେଶ ଗର୍ଭନରଙ୍କ ପ୍ରବକ୍ତା ଅଟଉଲା ଖୋଗାନି...

ମେଟା କର୍ମଚାରୀଙ୍କ ମୁଣ୍ଡରେ ଝୁଲିଲାଣି ଖଣ୍ଡା

କାଲିଫର୍ନିଆ,୭ ।୧୧: ସୋସିଆଲ ମିଡିଆ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାର କର୍ମଚାରୀଙ୍କ ପାଇଁ ଖରାପ ଖବର । ମାର୍କ ଜୁକରବର୍ଗଙ୍କ କମ୍ପାନୀ ଦାବି କରିଛି ଯେ...

ଆମେରିକା-ବ୍ରିଟେନ୍‌ ଉପରେ ବର୍ଷିଲେ ଜେଲେନସ୍କି, ୧୩ ଦିନ ଧରି ପାଶ୍ଚାତ୍ୟ ଦେଶ ଦେଉଛନ୍ତି ମିଥ୍ୟା ପ୍ରତିଶ୍ରୁତି…

କ୍ୱିଭ୍‌,୮।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ମଙ୍ଗଳବାର ଆମେରିକା, ବ୍ରିଟେନ୍‌ ସମେତ ସମସ୍ତ ପାଶ୍ଚାତ୍ୟ ଦେଶଙ୍କ ଉପରେ ବର୍ଷିଛନ୍ତି। ଗତ ୧୩ ଦିନ ଧରି...

ଶ୍ରୀଲଙ୍କା ସଙ୍କଟ, ଭାରତ ଯୋଗାଇବ ୬୫ ହଜାର ଟନ୍‌ ୟୁରିଆ…

ନୂଆଦିଲ୍ଲୀ/କଲମ୍ବୋ, ୧୪।୫ : ଶ୍ରୀଲଙ୍କାରେ ଆର୍ଥିକ ଏବଂ ରାଜନୈତିକ ସଙ୍କଟ ଜାରି ରହିଛି। ଏପରିସ୍ଥଳେ ଭାରତ ଶ୍ରୀଲଙ୍କାକୁ ୬୫ ଜାର ଟନ୍‌ ୟୁରିଆ ଯୋଗାଇ ଦେବାକୁ...

ପୁଣି ସପ୍ତାହେ ଘୁଞ୍ଚିଲା ତାଲିବାନ ସରକାର ଗଠନ ପ୍ରକ୍ରିୟା

ପେଶାୱର,୪ ।୯: ଆଫଗାନିସ୍ତାନରେ ନୂଆ ସରକାର ଗଠନ ଆସନ୍ତା ସପ୍ତାହରେ ହେବ । ଏହାକୁ ନେଇ ତାଲିବାନ ପକ୍ଷରୁ ଅଫିସିୟାଲି ଘୋଷଣା କରାଯାଇଛି । ସରକାର...

ପାହାଡ଼ ଉପରେ ଠିଆ ହୋଇ ଫଟୋ ଉଠାଉଥିଲେ ସ୍ତ୍ରୀ, ସ୍ବାମୀ ବୁଲି ଚାହିଁଲା ବେଳକୁ…

ବ୍ରୁସେଲ୍ସ: ବେଲ୍‌ଜିୟମର ଏକ ପାହାଡ଼ ଉପରକୁ ବୁଲି ଯାଇଥିଲେ ଦମ୍ପତି। ସେଠାରେ ଠିଆ ହୋଇ ଫଟୋ ଉଠାଉଥିଲେ ମହିଳା ଜଣକ। ଏହି ସମୟରେ ସେ ୧୦୦...

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ

ଲଣ୍ଡନ/ନୂଆଦିଲ୍ଲୀ,୮ା୯: ବ୍ରିଟେନ୍‌ର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ୯୬ ବର୍ଷ ବୟସରେ ପରଲୋକ ହୋଇଯାଇଛି। ଏନେଇ ବକିଙ୍ଗହାମ୍‌ ପ୍ୟାଲେସ୍‌ ପକ୍ଷରୁ ଏହି ଦୁଃଖଦ ସୂଚନା ଦିଆଯାଇଛି ।...

Advertisement
Archives

Model This Week