ମଙ୍ଗଳବାର ଯାଏ ୟୁନିଟ୍‌ ୧ ହାଟ ବନ୍ଦ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍‌-୧ ହାଟ ବନ୍ଦ ରହିଥିଲା। ତେବେ ଏନେଇ ଆସୋସିଏଶନ୍‌ ପକ୍ଷରୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରାଯାଇଥିଲା। ଶତାଧିକ ବ୍ୟବସାୟୀ ବିଏମ୍‌ସି ମୁଖ୍ୟାଳୟକୁ ଯାଇଥିଲେ। ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ କମିଶନର ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେଣୁ ସେ ପର୍ଯ୍ୟନ୍ତ ହାଟକୁ ବନ୍ଦ ରଖିବା ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ କମିଶନର ଓ ତାଙ୍କ ଟିମ୍‌ ମାର୍କେଟ ଆସି ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ଦିଆଯାଇଛି। ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ଦ୍ୱାରା ଜବରଦଖଲ, ପାର୍କିଂ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ଏସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ପ୍ରମୁଖ ତଥା ସବୁଠାରୁ ବଡ଼ ହାଟ ହେଉଛି ୟୁନିଟ୍‌-୧ ହାଟ। ବିଶେଷକରି ଏଠାରେ କମ୍‌ ଦାମ୍‌ରେ ସବୁ ପ୍ରକାର ଜିନିଷ ମିଳୁଥିବାରୁ ରାଜଧାନୀ ସମୟରେ କାହିଁ କେତେ ଦୂରରୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି। ପୁଣି ଆଗକୁ ପୂଜା ଆସୁଥିବାରୁ ବ୍ୟବସାୟ ଭଲ ହେବାର ଆଶା ଥିଲା। ମାତ୍ର ମାର୍କେଟ ଆସୋସିଏଶନ୍‌ ଓ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ଭିତରେ ୧୪ଶହରୁ ଊର୍ଦ୍ଧ୍ୱ ଦୋକାନରେ ତାଲା ପଡିଛି। ସେହିପରି ଆସୋସିଏଶନ୍‌କୁ ବିରୋଧ କରି ଭେଣ୍ଡିଜୋନ୍‌ ବ୍ୟବସାୟୀମାନେ ମଧ୍ୟ ଦୋକାନ ବନ୍ଦ ରଖିଥିଲେ। ଫଳରେ ଗୋଟିଏ ଦିନରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏଥିସହ ଗ୍ରାହକମାନେ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି। ଭେଣ୍ଡିଂଜୋନ ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁ ଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଗାଡି ପାର୍କିଂ କରି ପାରୁ ନ ଥିବାରୁ ବାଧ୍ୟହୋଇ ହାଟ ପାଶର୍‌ବ ରାସ୍ତାରେ ପାର୍କିଂ କରୁଛନ୍ତି। ମାତ୍ର ସେଠାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ କେତେବେଳେ ଟ୍ରାଫିକ୍‌ ପୋଲିସ ତ ଆଉ କେତେବେଳେ ବିଏମ୍‌ସି ଟିମ୍‌ ଆସି ଗାଡ଼ି ଉଠାଇ ନେଉଛି। ଶହେ ଟଙ୍କାର ଜିନିଷ କିଣିବାକୁ ଆସି ଲୋକଙ୍କୁ ହଜାର ହଜାର ଟଙ୍କା ଜରିମାନା ଦେବାକୁ ପଡୁଛି। ତେଣୁ ଅଧିକାଂଶ ଗ୍ରାହକ ହାଟକୁ ଆସିବାକୁ ପସନ୍ଦ କରୁନାହାନ୍ତି ଓ ବେପାର ଧୀରେ ଧୀରେ କମୁଥିବା ହାଟ ବ୍ୟବସାୟୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଉଭୟ ପକ୍ଷ ମଧ୍ୟରେ ଜବରଦଖଲକୁ ନେଇ ପ୍ରଥମେ କଥା କଟାକଟି ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଘଟଣା ଥାନାକୁ ଯାଇଥଲେ ବି ସେଠାରେ କୌଣସି ସମାଧାନ ହୋଇ ପାରି ନ ଥିଲା। ପ୍ରତିବାଦରେ ୟୁନିଟ୍‌-୧ ହାଟ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବା ସହ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ୟୁନିଟ୍‌-୧ ମାର୍କେଟ ବିଲ୍ଡିଂରେ ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ପରେ ଏବେ ୟୁନିଟ୍‌-୧ ହାଟରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ହାତୀ ଛୁଆ ନନ୍ଦନକାନନ ସ୍ଥାନାନ୍ତର

କେନ୍ଦୁଝର,୧୪।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝରରୁ ରବିବାର ସକାଳେ ଏକ ହାତୀ ଛୁଆ ଉଦ୍ଧାର ହୋଇଛି। ପିସିସିଏଫ (ବନ୍ୟପ୍ରାଣୀ)ଙ୍କ ନିର୍ଦ୍ଦେଶ ଅନୁଯାୟୀ, ଉକ୍ତ ଛୁଆକୁ ବନ ବିଭାଗ...

ବଡାଖାନା କାର୍ଯ୍ୟକ୍ରମ: ସଫେଇ କର୍ମଚାରୀଙ୍କୁ ଖାଦ୍ୟ ପରଷିଲେ ଅଧ୍ୟକ୍ଷ

କେସିଙ୍ଗା,୧୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏଏନସି ପରିସରରେ ବଡାଖାନା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ନୃପରାଜ ଯାଦବ ସଭାପତିତ୍ୱ ଭାବେ ଯୋଗଦେଇ...

ବରଗଡ଼ ବିଧାୟକଙ୍କ ମହାନତା: ନବୀନଙ୍କ ପରେ ବର୍ଦ୍ଧିତ ଦରମାକୁ ଜନସେବାରେ ଲଗାଇବେ

ବରଗଡ଼,୧୪।୧୨(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ ଏବେ ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି। ରାଜ୍ୟରେ ପ୍ରଥମଥର ପାଇଁ ଭାଜପା ଶାସନକୁ ଆସିଛି। ତେଵେ...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ସହରର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ନିର୍ବାହୀ ଅଧିକାରୀ, ଜବରଦଖଲକାରୀଙ୍କ ମଧ୍ୟରେ ଛନକା

ପୁରୁଷୋତ୍ତମପୁର,୧୪ା୧୨(ସବିତା ମିଶ୍ର): ଅବହେଳିତ ଭାବରେ ପଡ଼ିରହିଥିବା ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍‌ଏସିର ବିକାଶ ଲାଗି ଅଣ୍ଟାଭିଡ଼ିଛନ୍ତି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ। ସହର ମଧ୍ୟରେ ଓ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମାଆ ବଞ୍ଚି ଥାଉ ଥାଉ ଜାଲ ମୃତ୍ୟୁ ପ୍ରମାଣପତ୍ର ବାହାର କରି ସବୁ ହଡ଼ପ କଲେ ପୁଅ, ଏମିତି ଖୋଲିଲା ରାଜ୍‌

କୋଲକାତା,୧୪।୧୨: ପଶ୍ଚିମବଙ୍ଗର ହାଓଡ଼ାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଅ ତାଙ୍କ ଜୀବିତ ମାଆଙ୍କ ନାମରେ ମୃତ୍ୟୁ ପ୍ରମାଣପତ୍ର ଜାଲ କରି ବ୍ୟାଙ୍କରୁ...

ଇସ୍ରାଏଲ ଆକ୍ରମଣରେ ହମାସର ଟପ୍‌ କମାଣ୍ଡର ନିହତ, ଡ୍ରୋନ ସାହାଯ୍ୟରେ କାରକୁ କଲା ଟାର୍ଗେଟ

ଜେରୁଜେଲମ,୧୪।୧୨: ଇସ୍ରାଏଲ ଗାଜାରେ ଜଣେ ଶୀର୍ଷ ହମାସ କମାଣ୍ଡରଙ୍କୁ ହତ୍ୟା କରିଛି। ଇସ୍ରାଏଲ ଦାବି କରିଛି ଯେ ଦକ୍ଷିଣ ଗାଜାରେ ଏକ ଶକ୍ତିଶାଳୀ ବିସ୍ଫୋରଣରେ ହମାସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri