Posted inଫୁରସତ

ଅନନ୍ୟ ପରମ୍ପରା: କୁମ୍ଭୀର ସହ ବିବାହ

ମେକ୍ସିକୋ ସିଟି: ମେକ୍ସିକୋର ଦକ୍ଷିଣ ଓକ୍ସାକା ରାଜ୍ୟରେ ଅବସ୍ଥିତ ସାନ୍‌ ପେଡ୍ରୋ ହୁଆମେଲୁଲା ସହରରେ ଗତ ୨୩୦ ବର୍ଷ ଧରି ପ୍ରତି ବର୍ଷ ଏକ ଅନନ୍ୟ ପରମ୍ପରାକୁ ପାଳନ କରାଯାଇଆସୁଛି, ଯାହା ସମ୍ପ୍ରତି ସାରାବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ଏଠାକାର ମେୟର ଡାନିଏଲ୍‌ ଗୁଟିରେଜ୍‌ ଗତ ୩୦ ତାରିଖରେ ପ୍ରତୀକାତ୍ମକ ଭାବେ ଏକ ମାଈ କୁମ୍ଭୀର ସହ ବିବାହ କରିଛନ୍ତି। ସ୍ଥାନୀୟ ଚୋଣ୍ଟାଲ ଏବଂ ହୁଆଭେ ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏକତାର ପ୍ରତୀକ ଭାବେ ଏହି ଅନନ୍ୟ ପରମ୍ପରାକୁ ନିଭା ଯାଇଥାଏ। ସେହିପରି ଉକ୍ତ ଅଞ୍ଚଳରେ ଭଲ ଫସଲ, ବର୍ଷା ଏବଂ ଲୋକଙ୍କ ସମୃଦ୍ଧି କାମନା କରିବା ପାଇଁ ମଧ୍ୟ ଏହି ପରମ୍ପରାକୁ ପାଳନ କରାଯାଇଥାଏ। ଏହି ରଙ୍ଗିନ ଉତ୍ସବରେ ଏକ ମାଈ କୁମ୍ଭୀରକୁ କନ୍ୟା ପରି ଧଳା ରଙ୍ଗର ବିବାହ ଗାଉନ୍‌ ପିନ୍ଧା ଯାଇଥିଲା। ସେହିପରି ମେୟର ଡାନିଏଲ୍‌ କୁମ୍ଭୀରର କପାଳକୁ ଚୁମ୍ବନ ଦେବା ସହ ଖୁସିରେ ସ୍ଥାନୀୟ ଲୋକଙ୍କ ସହ ନାଚିଥିଲେ।
ସ୍ଥାନୀୟ ଲୋକକଥା ଅନୁଯାୟୀ, ଚୋଣ୍ଟାଲ ରାଜା ହୁଆଭେ ରାଜକୁମାରୀଙ୍କୁ ବିବାହ କରିଥିଲେ, ଯାହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଦୀର୍ଘକାଳୀନ ଦ୍ୱନ୍ଦ୍ୱର ଅନ୍ତ ଘଟାଇଥିଲା। ତେଣୁ ସାନ୍‌ ପେଡ୍ରୋ ହୁଆମେଲୁଲା ସହରରେ ହେଉଥିବା ଏହି ପ୍ରତୀକାତ୍ମକ ବିବାହରେ ମେୟର ଚୋଣ୍ଟାଲ ରାଜାଙ୍କ ପ୍ରତିନିଧିତ୍ୱ କରୁଥିବାବେଳେ ହୁଆଭେ ରାଜକୁମାରୀଙ୍କୁ ଏକ କୁମ୍ଭୀର ରୂପେ ଦର୍ଶାଯାଇଥାଏ। ଏହି ପରମ୍ପରା ପୃଥିବୀ ମା’ ଏବଂ ମାନବଜାତି ମଧ୍ୟରେ ରହିଥିବା ସମ୍ପର୍କକୁ ଦର୍ଶାଇ ଥାଏ ବୋଲି ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି। ଏହି ଅନନ୍ୟ ଉତ୍ସବରେ ବିବାହ କରୁଥିବା କୁମ୍ଭୀରକୁ ପ୍ରାରମ୍ଭରେ ସ୍ଥାନୀୟ ଲୋକମାନେ ‘ଲା ନିନା ପ୍ରିନ୍ସେସା (ଛୋଟ ରାଜକୁମାରୀ)’ ଡାକିଥାନ୍ତି। ସୁରକ୍ଷା ପାଇଁ ଏବଂ କୌଣସି ଦୁର୍ଘଟଣାକୁ ଏଡ଼ାଇବା ପାଇଁ କୁମ୍ଭୀରର ମୁହଁକୁ ଏକ ରିବନରେ ବାନ୍ଧି ଦିଆଯାଇଥାଏ। ଉତ୍ସବର ଗୋଟିଏ ଦିନ ପୂର୍ବରୁ କୁମ୍ଭୀରକୁ ଆନୁଷ୍ଠାନିକ ଭାବରେ ଏକ ନାମ ଦିଆଯାଏ। ଚଳିତ ବର୍ଷ ବିବାହ କରିଥିବା କୁମ୍ଭୀରର ନାମ ମିଗୁଏଲାନା ଏଷ୍ଟେଲା ଡେଲ୍‌ ମାର୍‌ ଜାଭାଲେଟା ରାମିରେଜ୍‌ ରଖାଯାଇଥିଲା। ଗତ ୩୦ରେ ଏହି ବିବାହ ସମାରୋହ ସହରର ଟାଉନ ହଲ୍‌ରେ ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସ୍ଥାନୀୟ ଲୋକ, ସଂଗୀତଜ୍ଞ ଏବଂ ନୃତ୍ୟଶିଳ୍ପୀମାନେ ଉତ୍ସାହର ସହ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?