ନିଆରା ପରମ୍ପରା: ତପୋବନରେ ଫୁଲର ହୋଲି

ବରଗଡ଼,୧୪ା୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଭଟଲି ରୋଡ୍‌ସ୍ଥିତ ତପୋବନ ଆଶ୍ରମରେ ଷଷ୍ଠ ବର୍ଷ ସାମୂହିକ ଭାବେ ଫୁଲରେ ହୋଲି ପାଳନ କରାଯାଇଥିଲା। ବିନା ରାସାୟନିକ ରଙ୍ଗ ବ୍ୟବହାର କରି ଫୁଲରେ ହୋଲି ଏକ ନିଆରା କାର୍ଯ୍ୟକ୍ରମ ଥିଲା। ହୋଲି ପାଳନ କରିବାର ଏହି ପରମ୍ପରାକୁ ଅନେକେ ଅପେକ୍ଷାରେ ଥାଆନ୍ତି। ଏହା ପୁଷ୍ପ କୃଷିକୁ ଏକ ପ୍ରତୀକାତ୍ମକ ଉତ୍ସାହ ପ୍ରଦାନ କରିବା ସହ ପରିବେଶ ଉପଯୋଗୀ ପର୍ବ ପାଳନ କରିବାର ଏକ ଅଭିନବ ପ୍ରଚେଷ୍ଟା। ଏହି ଅବଧାରଣା ପାଇଁ ମଲ୍ଲିକାଜୁନ ରାଓଙ୍କ ସହଯୋଗ ସ୍ମରଣୀୟ ବୋଲି ତୀର୍ଥବାସୀ ଦେବତା ତାଙ୍କର ବକ୍ତବ୍ୟରେ ଉଲ୍ଳେଖ କରିଥିଲେ। ସାମୀ ତେଜୋମୟlନନ୍ଦ ସରସ୍ବତୀଙ୍କ ଭକ୍ତି ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏଥିରେ ସାମୀ ନିତ୍ୟବୁଦ୍ଧାନନ୍ଦ ଓ ସ୍ବାମୀ ପର୍ବତାନନ୍ଦଙ୍କ ଉପସ୍ଥିତି ଓ ଭକ୍ତିପୂର୍ଣ୍ଣ ସଙ୍ଗୀତ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି ନିଆରା ହୋଲିରେ ନାଗେନପାଲି ଓ ସୋହେଲା, ଜାଲପାଲିର କୀର୍ତ୍ତନ ମଣ୍ଡଳୀଙ୍କ କୀର୍ତ୍ତନ ସମସ୍ତଙ୍କୁ ନୃତ୍ୟ ନିମଗ୍ନ କରିଥିଲା। କାମିନୀ ଦାସ, ସୁଶୀଲ ପ୍ରଧାନ, ରାମନାରାୟଣ ରଥ, ଗାଇସିମାର ଚନ୍ଦ୍ରକାନ୍ତି ସଙ୍ଗୀତ ଓ ଭଜନ ପରିବେଷଣ କରିଥିଲେ। ବରଗଡ଼ ଜିଲା ମହିଳା ସମିତିର ସଭ୍ୟାମାନେ ରାଧାରାଣୀ ମିଶ୍ର ଓ ହର୍ଜିନ୍ଦର୍‌ କୌରଙ୍କ ନେତୃତ୍ୱରେ ସହଯୋଗ କରିଥିଲେ। ଗୌରାଙ୍ଗ ନାଏକ, ଚନ୍ଦ୍ରଧାଜ ଜାଲ, ପରେଶ ନାୟକ, ଡଃ ଜ୍ଞାନ ପଣ୍ଡା, ଡଃ ସାଧୁ ଚରଣ ଦାଶ, ଶ୍ରବଣ ଲାଠ, ର୍ନିମଳ କର, ୟୁ. ସାଇବାବୁ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ। ବଲାଙ୍ଗୀର ତପୋବନର ରାଜେନ୍ଦ୍ର ସାହୁ ଓ ଅନ୍ୟାନ୍ୟ ସଭ୍ୟବୃନ୍ଦ ମଧ୍ୟ ଏଥିରେ ଉପସ୍ଥିତ ଥିଲେ। ତୀର୍ଥବାସୀ ଦେବତା ଓ ପ୍ରୀତମ ସିଂ ଏହି କାର୍ଯ୍ୟକ୍ରମର ସଂଯୋଜନା
କରିଥିଲେ। ଚନ୍ଦ୍ରଶେଖର ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

ନ୍ୟୁଜିଲାଣ୍ଡ ସିରିଜରୁ ବାଦ୍‌ ପଡ଼ିଲେ ହାର୍ଦ୍ଦିକ ପାଣ୍ଡ୍ୟା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୬ା୯: ଭାରତର ସିନିୟର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଆଘାତପ୍ରାପ୍ତ ହୋଇଛନ୍ତି। ତାଙ୍କ ଆଣ୍ଡୁ ତଳ ଭାଗରେ ଆଘାତ ଲାଗିଛି । ଫଳରେ ସେ ନ୍ୟୁଜିଲାଣ୍ଡ ହ୍ବାଇଟ୍‌…

ଗଞ୍ଜାମ ଜଳବନ୍ଦୀ ଅଞ୍ଚଳରେ ବିଧାୟକ: ଲୋକଙ୍କ ଦୁଃଖ ଶୁଣିଲେ, ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ

ଗଞ୍ଜାମ,୨୬।୯(ଅନାଥ ତରାଇ): ଲଗାଣ ବର୍ଷା ଯୋଗୁ ଗଞ୍ଜାମ ଏନ୍‌ଏସି ଅଞ୍ଚଳର ବିଭିନ୍ନ ୱାର୍ଡରେ ସୃଷ୍ଟି ହୋଇଥିବା ଜଳବନ୍ଦୀ ଓ ରାସ୍ତାଘାଟ ସମସ୍ୟାର ସ୍ଥିତି ଶନିବାର ସକାଳେ ସ୍ଥାନୀୟ…

୪୯ ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା: କାର୍ ଧକ୍କାରେ ବାଇକ୍ ଆରୋହୀ ଗୁରୁତର, ୨୦ ଫୁଟ ତଳକୁ ଖସିଲା କାର୍

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଖିରେଇଟାଙ୍ଗିରୀ ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।…

ବିପଦ ସଂକେତ ଟପିଲା କାଂଶବାଂଶ: ନଦୀ ଉପକୂଳବର୍ତ୍ତୀ ଅଞ୍ଚଳ ଜଳମଗ୍ନ

ସିମୁଳିଆ,୨୬।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ-ଖଇରା ଏବଂ ସୋର ବ୍ଲକ ମଧ୍ୟରେ ପ୍ରବାହିତ କାଂଶବାଂଶ ନଦୀର ଜଳ ପତ୍ତନ ଶନିବାର ହଠାତ୍‌ ବଢ଼ିବାରେ ଲାଗିଛି। ଫଳରେ ଚତୁର୍ଥ…

କର୍ଲାପାଟ ପୋଲିସକୁ ବଡ଼ ସଫଳତା: ନାକରୁଣ୍ଡି ସଶସ୍ତ୍ର ଡକାୟତି ମାମଲାରେ ୪ ଗିରଫ, ବନ୍ଧୁକ ଓ ଟଙ୍କା ଜବତ

ଥୁଆମୂଳ ରାମପୁର,୨୬।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ ଅନ୍ତର୍ଗତ ନାକରୁଣ୍ଡି ଗ୍ରାମପଞ୍ଚାୟତର ଆମଝୋଲା ଗ୍ରାମରେ ଘଟିଥିବା ଚାଞ୍ଚଲ୍ୟକର ସଶସ୍ତ୍ର ଡକାୟତି ଘଟଣାର ପର୍ଦ୍ଦାଫାଶ କରିବାରେ…

ନୁଆମାହରା ଘାଇ ପୁଣି ଭାଙ୍ଗିଲା, ୧୦ ଗ୍ରାମବାସୀ ଜଳବନ୍ଦୀ

ସିଂହପୁର,୨୬।୯: ଅନଙ୍ଗ ଉଦୟ ବେଉରିଆ ଖରସ୍ରୋତା ନଦୀରେ ପୁଣି ବନ୍ୟା ଆସିବାରୁ ବିଂଝାରପୁର ବ୍ଲକ ଅନ୍ତର୍ଗତ ଜରି ପଞ୍ଚାୟତ ନାଉବାଙ୍କ ଗ୍ରାମ ନିକଟ ନୁଆମାହାରଠାରେ ପୁଣି ଘାଇ…

ବନ୍ୟାଜଳରେ ବୁଡ଼ିଲା କୁକୁଡ଼ା ଫାର୍ମ, ୩ ହଜାରରୁ ଅଧିକ କୁକୁଡ଼ା ମୃତ

ଗଞ୍ଜାମ, ୨୬/୯ (ଅନାଥ ତରାଇ/ଦିଲୀପ ସାମଲ): ଗଭୀର ଅବପାତ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଅଞ୍ଚଳରେ ଏକ କୁକୁଡ଼ା ଫାର୍ମରେ ପାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?