Posted inଫୁରସତ

ନିଆରା ମନ୍ଦିର

ଆମ ଦେଶରେ ରହିଛି ଅନେକ ପ୍ରସିଦ୍ଧ ଦେବଦେବୀ ମନ୍ଦିର। ଏସବୁ ମନ୍ଦିର ମଧ୍ୟରେ ବିଭିନ୍ନ ନିଆରା ବିଶେଷତ୍ୱକୁ ନେଇ ଆନ୍ଧ୍ରପ୍ରଦେଶର ଲୋପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବେଶ୍‌ ଲୋକପ୍ରିୟ ହୋଇପାରିଛି। ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ…..

ଷୋଡ଼ଶ ଶତାବ୍ଦୀର ଏହି ମନ୍ଦିର ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ଲୋପାକ୍ଷୀଠାରେ ଅବସ୍ଥିତ। ଏହି ମନ୍ଦିର ଅଗସ୍ତ୍ୟ ଋଷିଙ୍କ ଦ୍ୱାରା ନିର୍ମିତ ବୋଲି ପୁରାଣରେ ବର୍ଣ୍ଣିତ।

ଏହି ମନ୍ଦିରରେ ରହିଛି ଆକର୍ଷଣୀୟ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ୭୦ଟି ପଥର ସ୍ତମ୍ଭ। ଏହାମଧ୍ୟରୁ ଗୋଟିଏ ଝୁଲନ୍ତା ଅବସ୍ଥାରେ ରହିଛି, ଯାହାକି ଆକାଶ ସ୍ତମ୍ଭ ଭାବେ ପରିଚିତ। ଏହି ସ୍ତମ୍ଭ ତଳେ କୌଣସି କପଡା କିମ୍ବା କାଗଜ ଏପାଖରୁ ସେପାଖ ଆରପାର ମଧ୍ୟ ହୋଇଯାଏ। ଦୂରଦୂରାନ୍ତରରୁ ପର୍ଯ୍ୟଟକ ଏହି ବିସ୍ମୟ ସ୍ତମ୍ଭକୁ ଦେଖିବାକୁ ଆସିଥା’ନ୍ତି। ୭୦ ଫୁଟ୍‌ ଉଚ୍ଚ। ସ୍ବାଧୀନତା ପୂର୍ବରୁ ଜଣେ ବ୍ରିଟିଶ୍‌ ଇଞ୍ଜିନିୟର ଏହାକୁ ତିଆରି କରିଥିଲେ। କିନ୍ତୁ ଏହାର ଝୁଲିବାର ରହସ୍ୟ ଏପଯର୍‌ୟନ୍ତ ଅଛପା ରହିଛି।

ଏହି ମନ୍ଦିରରେ ଥିବା ଅନ୍ୟତମ ଆଶ୍ଚର୍ଯ୍ୟ ହେଉଛି ନନ୍ଦୀର ମୂର୍ତ୍ତି। କୁହାଯାଏ ଗ୍ରାନାଇଟ ପଥରରେ ତିଆରି ୭ ଫୁଟ ଲମ୍ବ ଏବଂ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ଭାରତର ସବୁଠାରୁ ବଡ଼ ନନ୍ଦୀ ମୂର୍ତ୍ତି।

ବୀରଭଦ୍ର ମନ୍ଦିର ପାହାଡ଼ ଉପରେ କଇଁଛର ଖୋଳ ପରି ଦୃଶ୍ୟମାନ ହୁଏ। ତେଣୁ ଏହାକୁ କୁର୍ମ ଶିଳା ମଧ୍ୟ କହନ୍ତି।

ମନ୍ଦିର ପରିସର ମଧ୍ୟରେ ଏକ ବଡ଼ ପାଦ ଚିହ୍ନ ମଧ୍ୟ ଦେଖାଯାଏ। ଏହି ପାଦ ଚିହ୍ନ ତ୍ରେତୟା ଯୁଗର ବୋଲି ସାଧାରଣ ଲୋକେ ବିଶ୍ୱାସ କରନ୍ତି। କେହି କେହି ଏହାକୁ ରାମ କିମ୍ବା ସୀତାଙ୍କ ପାଦଚିହ୍ନ ବୋଲି କହୁଥିବା ବେଳେ କିମ୍ବଦନ୍ତୀ କୁହେ ଏହି ପାଦ ଚିହ୍ନ ହନୁମାନଙ୍କର। ମାତା ସୀତାଙ୍କୁ ଠାବ କରିବା ସମୟରେ ସେ ଏହି ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ କରିଥିଲେ।

ନନ୍ଦୀ ମୂର୍ତ୍ତିର କିଛି ଦୂରରେ ରହିଛି ଶେଷନାଗଙ୍କର ଏକ ଚମତ୍କାର ପ୍ରତିମା। ଶେଷନାଗଙ୍କ ଉପରେ ଶିବଲିଙ୍ଗ ସ୍ଥାପନ ହୋଇଥିବା ଏହି ଦୃଶ୍ୟ ଖୁବ୍‌ ସୁନ୍ଦର।

ଏଠାରେ ଥିବା କଲ୍ୟାଣ ମଣ୍ଡପ ଆଜି ବି ଅସମୂର୍ଣ୍ଣ ଭାବରେ ପଡ଼ିରହିଛି। କିମ୍ବଦନ୍ତୀ ଅନୁଯାୟୀ ସେହି ସମୟରେ ସେଠାରେ ରାଜୁତି କରୁଥିବା ରାଜା ଏହି ମଣ୍ଡପ କାଯର୍‌ୟ ସମୂର୍ଣ୍ଣ ହେଲେ ଶିବପାର୍ବତୀଙ୍କ ବିବାହ କରାଯିବାକୁ ନେଇ ଯୋଜନା କରିଥିଲେ। ହେଲେ ତାଙ୍କ ଅନୁପସ୍ଥିତିରେ କୋଷାଧ୍ୟକ୍ଷ ରାଜକୋଷର ଅର୍ଥ ନେଇ ଏହି ମଣ୍ଡପ ନିର୍ମାଣ କରୁଥିଲେ। ଏକଥା ଜାଣିବା ପରେ ରାଜା ରାଗିଯାଇ ମଣ୍ଡପ କାମକୁ ବନ୍ଦ କରିଦେଇଥିଲେ। ସେବେଠାରୁ ଏହା ଅଧାଗଢ଼ା ଅବସ୍ଥାରେ ରହିଛି।
ମଣ୍ଡପର ଏକ ସ୍ତମ୍ଭରେ ଆଖିର ଚିହ୍ନ ଦେଖାଯାଏ। ବିଶ୍ୱାସ କରାଯାଏ, ଏହି ଆଖି ସେହି କୋଷାଧ୍ୟକ୍ଷଙ୍କର, ଯାହାଙ୍କ ଉପରେ ରାଗିଯାଇ ରାଜା ତାଙ୍କ ଆଖି ତାଡି ନେଇ ସ୍ତମ୍ଭରେ ପୋତି ଦେଇଥିଲେ। ଏବେବି ସେହି ସ୍ତମ୍ଭରେ କିଛି ରକ୍ତଛିଟା ମଧ୍ୟ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ…

ଦିଗପହଣ୍ଡି,୧୧ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ମଙ୍ଗରାଜପୁର ଗ୍ରାମର ଏମ.ସସ୍ମିତା ରେଡ୍ଡୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦିଗପହଣ୍ଡି ପୋଲିସ ବୁଧବାର ଗ୍ରାମର…

ସମ୍ପର୍କରେ କଳଙ୍କ; ବୋହୂଙ୍କୁ ଯୌନ ନିର୍ଯାତନା ଦେଉଥିଲେ ଶ୍ବଶୁର, ଲିଫ୍ଟରେ କରୁଥିଲେ…

ବେଙ୍ଗାଲୁରୁ,୧୧ା୨: ଉତ୍ତର ବେଙ୍ଗାଲୁରୁରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଏକ ଘରୋଇ ସ୍କୁଲରେ ପ୍ରିନ୍ସିପାଲ୍ ଭାବରେ କାର୍ଯ୍ୟ କରୁଥିବା ଜଣେ ମହିଳା ତାଙ୍କ ଶ୍ୱଶୁରଙ୍କ…

କନ୍ଧମାଳରୁ ଭୁବନେଶ୍ୱରକୁ ଚାଲାଣ ହେଉଥିଲା ଗଞ୍ଜେଇ, ରାସ୍ତା ମଝିରେ ଧରିଲା ପୋଲିସ

ଭଞ୍ଜନଗର,୧୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସ୍‌ଆଇ ଏଲ୍‌. ବିଶ୍ୱାଳଙ୍କ ନେତୃତ୍ୱରେ ନିଧିଆପଲ୍ଲୀ ଛକରେ ଯାନବାହନ ଯାଞ୍ଚ ଚାଲିଥିଲା। ଏହି ସମୟରେ ପୋଲିସ ଏକ ବିଶ୍ୱସ୍ତ…

ଜିରିଡା ପୋଲ ଉପରୁ ୪୦ ଫୁଟ ତଳକୁ ଡେଇଁ ପଡ଼ିଲେ ମହିଳା, ତାପରେ…

ଉଦଳା,୧୧।୨(ସନ୍ତୋଷ କୁମାର ବାଚ୍ଛିନୀ): ପୋଲ ଉପରୁ ନଦୀକୁ ଡେଇଁ ପଡିଲେ ମହିଳା। ନଦୀରେ ଥିବା ମାଛ ଧରାଳି ତାଙ୍କୁ ଉଦ୍ଧାର କରିଛନ୍ତି । ଏଭଳି ଘଟଣା ଘଟିଛି…

ଗୁଗ୍‌ଲକୁ ପଚାରିଲେ ଚୋରି କରିବାର ଉପାୟ, ଲୁଟେରା ପରେ ଯାହା କଲେ ଜାଣିଲେ…

ଜୟପୁର,୧୧ା୨: ଅନେକ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କାହାଣୀଗୁଡ଼ିକ ସିଧାସଳଖ କୌଣସି ଫିଲ୍ମର ସିନ୍‌ ପରି ମନେହୁଏ। ଜୟପୁରରଏକି ଚୋରି ଘଟଣା ଠିକ୍‌ ଫିଲ୍ମର କାହାଣୀ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri