Posted inଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କ କଟାକ୍ଷ, ବିରୋଧୀ କାନ୍ଦୁଛନ୍ତି କୁମ୍ଭୀର କାନ୍ଦଣା…

ନୂଆଦିଲ୍ଲୀ,୧୨।୮: ରାଜ୍ୟ ସଭାରେ ବୁଧବାର ସୁରକ୍ଷାକର୍ମୀ(ମାର୍ଶାଲ)ଙ୍କ ସହ ଧସ୍ତାଧସ୍ତିକୁ ନେଇ କେନ୍ଦ୍ର ସରକାର ଏବଂ ବିରୋଧୀ ମୁହାଁମୁହିଁ ହୋଇଛନ୍ତି। କଂଗ୍ରେସର ଅଭିଯୋଗ ପରେ କେନ୍ଦ୍ର ମନ୍ତ୍ରୀଙ୍କ ପକ୍ଷରୁ ଏକ ଗଣମାଧ୍ୟମ ସମ୍ମିଳନୀରେ ଏହାର ପାଲଟା ଜବାବ ଦିଆଯାଇଛି।
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ଯେ ମୌସୁମୀ ଅଧିବେଶନରେ ଯେପରି ବିଶୃଙ୍ଖଳା ଦେଖାଦେଇଛି, ବିରୋଧୀ ଦଳ ପକ୍ଷରୁ ସେନେଇ ଦେଶବାସୀଙ୍କ କ୍ଷମା ମାଗିବା ଉଚିତ। ବିରୋଧୀ ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମନ୍ତ୍ରୀମାନେ କଟାକ୍ଷ କରିଛନ୍ତି।
ବିରୋଧୀ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ନେଇ ଚିନ୍ତିତ ନୁହଁନ୍ତି। ଏପରିକି ବିରୋଧୀଦଳ ସଦସ୍ୟମାନେ ମଧ୍ୟ ନୂତନ ମନ୍ତ୍ରୀଙ୍କ ପରିଚୟ ଦେବାକୁ ଅନୁମତି ଦେଇନାହାଁନ୍ତି। କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିରୋଧୀମାନେ ଗୃହର କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ସେ କହିଛନ୍ତି ଯେ ବିରୋଧୀ ଦଳ ଗୃହରେ ହଙ୍ଗାମା ସୃଷ୍ଟି କରିବାର ଉଦ୍ଦେଶ୍ୟ ନେଇ ଆସିଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ପ୍ରଥମ ଦିନରୁ ବିରୋଧୀଙ୍କ ମନୋଭାବ ଠିକ ନ ଥିଲା। ଏହା ଅଧିବେଶନ ଶେଷ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଥିଲା। ଗୁରୁବାର ଅପରାହ୍ନରେ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋଏଲ, ପ୍ରହ୍ଲାଦ ଯୋଶୀ, ମୁଖତାର୍‌ ଅବ୍ବାସ ନକଭି, ଧର୍ମେନ୍ଦ୍ର ପ୍ରଧାନ, ଭୁପେନ୍ଦ୍ର ଯାଦବ, ଅନୁରାଗ ଠାକୁର, ଅର୍ଜୁନ ମେଘୱାଲ, ଭି.ମୁରଲୀଧରନ ଏକ ଗଣମାଧ୍ୟମ ସମ୍ମିଳନୀରେ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟରେ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୬।୪: ପଶ୍ଚିମବଙ୍ଗ ସମେତ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଛି। ପଶ୍ଚିମବଙ୍ଗ, ଆସାମ ତୃତୀୟ ପର୍ଯ୍ୟାୟ ପାଇଁ ଭୋଟ ହେଉଛି। ତାମିଲନାଡୁର...

ପାଶଓ୍ବାନଙ୍କ ନୀତୀଶ ପ୍ରେମ

ପାଟନା,୧୬।୯: କେନ୍ଦ୍ରମନ୍ତ୍ରୀ ରାମ ବିଳାଶ ପାଶଓ୍ବାନ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି। ପାଶଓ୍ବାନ କହିଛନ୍ତି...

ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ଗିରଫ

ନୂଆଦିଲ୍ଲୀ,୩୦।୫: ବେଆଇନ୍‌ ଅର୍ଥ କାରବାରରେ ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦର ଜୈନ ସୋମବାର ଗିରଫ ହୋଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ତାଙ୍କୁ ଗିରଫ କରାଯାଇଛି। ଏହା...

ଛାତ୍ରୀନିବାସ ଲାଗି ଦାନ କଲେ ଯୌତୁକ ଟଙ୍କା

ଜୟପୁର,୨୫।୧୧: ଶିଶୁ କନ୍ୟାଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ରାଜସ୍ଥାନର ଜଣେ କନ୍ୟା ଯୌତୁକ ବାବଦକୁ ଦିଆଯିବାକୁ ଥିବା ଟଙ୍କାରେ ଝିଅମାନଙ୍କ ଲାଗି ଏକ ହଷ୍ଟେଲ...

ଭୋଟର କାର୍ଡ ସହ ଆଧାର ଲିଙ୍କ୍‌ ସ୍ବେଚ୍ଛାକୃତ

ନୂଆଦିଲ୍ଲୀ, ୨୧।୧୨: ଲୋକ ସଭାରେ ସୋମବାର ବିରୋଧୀଙ୍କ ପ୍ରତିବାଦ ଓ ହଟ୍ଟଗୋଳ ମଧ୍ୟରେ ନିର୍ବାଚନୀ ସଂସ୍କାର ବିଲ୍‌ ଗୃହୀତ ହୋଇଯାଇଛି। ଭୋଟର ପରିଚୟପତ୍ରକୁ ଆଧାର ନମ୍ବର...

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା...

ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ

ନୂଆଦିଲ୍ଲୀ, ୩୧।୫: ଟିଭି ଏବଂ ଛାପା ଗଣମାଧ୍ୟମ ସରକାରଙ୍କୁ ସମାଲୋଚନା କରିପାରିବେ। ସରକାରଙ୍କୁ ସମାଲୋଚନା କରିବା ଦେଶଦ୍ରୋହ ନୁହେଁ। ଏକ ଯାଚିକାର ଶୁଣାଣି କରି ଉପରୋକ୍ତ...

ସୁଏଜ ଅବରୋଧ ହଟାଇବାକୁ ଭାରତର ପ୍ରସ୍ତାବ

ନୂଆଦିଲ୍ଲୀ, ୨୮ା୩: ସୁଏଜ କେନାଲର ପୂର୍ବ-ପଶ୍ଚିମ ଜଳପଥରେ ଗତ ୨୩ ତାରିଖରୁ ଏକ ବିଶାଳ ଜାହାଜ ଫସି ରହିଛି। ଏଥିଯୋଗୁ ପ୍ରାୟ ୨ ଶହ ଜାହାଜ...

Advertisement
Archives

Model This Week