ହୋମ କ୍ୱାରାଣ୍ଟାଇନରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ

ବାଲେଶ୍ୱର ଅଫିସ, ୬ା୭- କେନ୍ଦ୍ର ଏମଏସଏମ୍‌ଇ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଚଳିତମାସ ୨ ଓ ୩ ତାରିଖରେ ନୀଳଗିରି ବିଧାୟକ ଇଂ ସୁକାନ୍ତ ନାୟକଙ୍କ ସହ ସରକାରୀ କାର୍ଯ୍ୟକ୍ରମ ଓ ବାଲେଶ୍ୱର ସଦର ବିଧାୟକ ମଦନମୋହନ ଦତ୍ତଙ୍କ ଏକାଦଶାହ କାର୍ଯ୍ୟରେ ଯୋଗ ଦେଇଥିଲେ। ବିଧାୟକ ନାୟକ କରୋନାରେ ସଂକ୍ରମିତ ହୋଇଥିବା ସୋମବାର ଜଣାପଡିବା ପରେ ସେ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ହୋମ କ୍ୱାରାଣ୍ଟାଇନରେ ରହିଥିବା କେନ୍ଦ୍ରମନ୍ତ୍ରୀ ଷଡଙ୍ଗୀ ଟୁଇଟ୍‌ କରି ଜଣାଇଛନ୍ତି।