୨୯ ବର୍ଷ ପୂର୍ବେ ଆଜିର ଦିନରେ ମୁସଲମାନ ଯୁବତୀଙ୍କ ହାତ ଧରିଥିଲେ ସୁନିଲ ସେଟ୍ଟୀ; ପରିବାରକୁ ବୁଝାଇବାକୁ ଲାଗିଥିଲା ନଅ ବର୍ଷ

ବମ୍ବେ: ଅଭିନେତା ସୁନିଲ ସେଟ୍ଟୀଙ୍କ ବିବାହକୁ ପୁରିଛି ୨୯ ବର୍ଷ। ବଲିଉଡ୍‌ରେ ଡେବ୍ୟୁ କରିବା ପୂର୍ବରୁ ହାତକୁ ଦୁଇ ହାତ ହୋଇସାରିଥିଲେ ସେ। ୧୯୯୧ରେ ମାନାଙ୍କୁ ପ୍ରେମ ବିବାହ କରିଥିଲେ ସୁନିଲ।

କୋନେପିୟନ ସି ରୋଡରେ ଥିବା ଏକ କେକ୍‌ ଦୋକାନରୁ ଆରମ୍ଭ ହୋଇଥିଲା ଉଭୟଙ୍କ ପ୍ରେମକାହାଣୀ। ମାନା ପେଷ୍ଟ୍ରି ଖାଇବାକୁ ବନ୍ଧୁମାନଙ୍କ ସହ ଦୋକାନକୁ ଯାଇଥିବା ବେଳେ ସୁନିଲ ତାଙ୍କୁ ଭେଟିଥିଲେ। ପ୍ରଥମ ଦେଖାରେ ହିଁ ମାନା ପ୍ରେମରେ ପଡ଼ିଥିଲେ ସୁନିଲ। ହେଲେ କିଭଳି ତାଙ୍କ ସହ କଥା ହେବେ ତାହା ଜାଣି ପାରୁ ନ ଥିଲେ। ଶେଷରେ ସୁନିଲ ତାଙ୍କ ଭଉଣୀଙ୍କ ସହ କଥା ହୋଇଥିଲେ। କିଛି ଦିନ ଏପରି ଚାଲିବା ପରେ ମାନାଙ୍କୁ ମନ କଥା କହିବାକୁ ନିଶ୍ଚିତ କରିଥିଲେ ସେ। ତାହା ହିଁ ହେଲା। ବନ୍ଧୁଙ୍କ ଜନ୍ମଦିନ ପାର୍ଟିଙ୍କୁ ତାଙ୍କୁ ଡାକି ବାଇକ୍‌ ରାଇଡ୍‌ରେ ନେଇଥିଲେ ସୁନିଲ। ବାଟରେ ମନ କଥା ମଧ୍ୟ ସେ କହିଥିଲେ। ମାନା ହଁ ଭରିଥିଲେ।

ପ୍ରେମର ଗୋଟିଏ ପାହାଚ ଡେଇଁଯିବା ପରେ ବିବାହ କିଭଳି କରିବେ ତାହାକୁ ନେଇ ପ୍ରଶ୍ନ ଉଠିଥିଲା। କାରଣ ଉଭୟ ଥିଲେ ଭିନ୍ନ ଧର୍ମର। ସୁନିଲ ହିନ୍ଦୁ ଏବଂ ମାନା ଥିଲେ ମୁସଲମାନ। ମାନାଙ୍କ ଜନ୍ମ ପଞ୍ଜାବୀ-ମୁସଲମାନ ପରିବାରରେ ହୋଇଥିଲା। ତାଙ୍କ ନାମ ସେତେବେଳେ ଥିଲା ମୋନିଶା କାଦରୀ। ଧର୍ମ ଭିନ୍ନ ହୋଇଥିବାରୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ଚାଲିବ କି ନା ତାହାକୁ ନେଇ ଉଭୟଙ୍କ ପରିବାର ଚିନ୍ତାରେ ପଡ଼ିଥିଲେ। ଏଣୁ ୯ ବର୍ଷ ଯାଏ ସେମାନଙ୍କ ବିବାହକୁ ପରିବାରଲୋକେ ଗ୍ରହଣ କରି ନ ଥିଲେ। ଶେଷରେ ୧୯୯୧ ଡିସେମ୍ବର ୨୫ରେ ଉଭୟ ବିବାହ କରିଥିଲେ। ବେଶ୍‌ ଜାକଜମକରେ ଦଶ ଦିନ ଧରି ସବୁ ଉତ୍ସବ କରାଯାଇଥିଲା। ବିବାହ ପରେ ୧୯୯୨ ‘ବଲବାନ’ ଫିଲ୍ମରେ ସେ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଏବେ ଉଭୟଙ୍କ ଦୁଇ ସନ୍ତାନ ଆଥିୟା ସେଟ୍ଟୀ ଏବଂ ଅହାନ ସେଟ୍ଟୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri