ଲଜ୍‌, ହୋଟେଲରେ ଚାଲିଛି ଅସାମାଜିକ କାମ

ନୟାଗଡ଼ ଅଫିସ,୨୦।୧:ନୟାଗଡ଼ ଜିଲା ସଦର ମହକୁମାର କେତେକ ଲଜ୍‌ ଓ ହୋଟେଲରେ ଅସାମାଜିକ କାର୍ଯ୍ୟ ଚାଲିଛି । ଗତ ଡିସେମ୍ବରରେ ନୟାଗଡ଼ ସଦର ମହକୁମାରୁ ଦୁଇ ଜଣ ଗିରଫ ହୋଇ ଜେଲ ଯିବା ପରେ ଏପରି ଅଭିଯୋଗ ସତ୍ୟ ପ୍ରମାଣିତ ହୋଇଛି ା ଲଜ୍‌ ଗୁଡିକ ପ୍ରତ୍ୟହ ଗ୍ରାହକଙ୍କ ରହିବା ଓ ଯିବା ସମ୍ପର୍କରେ ଷ୍ଟେଟମେଣ୍ଟ ଦେବାର ନିୟମ ରହିଛି । ହେଲେ ବିଭିନ୍ନ ଲଜ୍‌ ଓ ହୋଟେଲ ଏହି ବ୍ୟବସ୍ଥାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରୁନାହାନ୍ତି ା ପୋଲିସ ଚଢ଼ାଉ ନ ଥିବାରୁ ସେ ଭୟ ଲଜ୍‌ ଓ ହୋଟେଲ ମାଲିକଙ୍କ ନାହିଁ ା ଖଣ୍ଡପଡ଼ା ରୋଡ ଅଞ୍ଚଳରେ ଏପରି ଅସାମାଜିକ କାମ ବେଶୀ ଚାଲୁଛି ା ଏଥିରେ ପୋଲିସର ଅନୁକମ୍ପା ରହିଥିବା ଅଭିଯୋଗ ହୋଇଛି ା
ନୟାଗଡ ଜିଲା ସଦର ମହକୁମାରେ ୧୨ରୁ ଊର୍ଦ୍ଧ୍ୱ ଲଜ୍‌ ଓ ହୋଟେଲ ରହିଛି। ସେହିପରି ଜିଲାର ବିଭିନ୍ନ ସ୍ଥାନରେ ୨୦ରୁ ଊର୍ଦ୍ଧ୍ୱ ଲଜ୍‌ ରହିଛି । ଏକାଧିକ ଲଜ୍‌ ବେଆଇନ ଭାବେ ଗଢ଼ି ଉଠିଛି । ଏଭଳିସ୍ଥଳେ ଲଜ୍‌ ଓ ହୋଟେଲରେ ଯେଉଁ ଗ୍ରାହକମାନେ ରହିବେ ସେମାନେ ନିଜର ଭୋଟର ପରିଚୟ ପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟର ନକଲ ଦେବାର ନିୟମ ରହିଛି । ଝିଅକୁ ୧୮ ଓ ପୁଅକୁ ୨୧ ବର୍ଷ ବୟସ ହୋଇ ନ ଥିଲେ ଲଜ୍‌ରେ ରହିପାରିବେନି । ତେବେ ଅଧିକାଂଶ ଲଜ୍‌ରେ ଆଧାର କାର୍ଡ, ଭୋଟର ପରିଚୟ ପତ୍ର ପରି ପ୍ରମାଣ ପତ୍ର ଦେବାର ଆବଶ୍ୟକତା ପଡୁନାହିଁ । ଗତ ୬ ତାରିଖ ରାତି ସାଢ଼େ ୧୧ଟାରେ ୩ ଜଣ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଲଜ୍‌ରେ ରହିବାକୁ ନୟାଗଡ଼ର ଏକ ଲଜ୍‌କୁ ଆସିଥିଲେ । ସେମାନେ ପୂର୍ବରୁ ୩ଟି ବେଡ୍‌ ବୁକିଂ କରିଥିଲେ । ପରିଚୟ ପତ୍ରର ନକଲ ମାଗିବାରୁ ନାହିଁ କହିଥିଲେ। ପ୍ରତି ବଦଳରେ ଅଧିକ ଟଙ୍କା ଯାଚିଥିଲେ। ପ୍ରମାଣ ପତ୍ର ନ ଥିବାରୁ ଲଜ୍‌ ମାଲିକ ସେମାନଙ୍କୁ ଫେରାଇ ଦେଇଥିଲେ । ହେଲେ ସେମାନେ ଖଣ୍ଡପଡ଼ା ରୋଡରେ ଥିବା ଏକ ଲଜ୍‌ରେ ବିନା ପ୍ରମାଣପତ୍ର ନକଲରେ ରହିଥିଲେ ବୋଲି ସୂଚନା ମିଳିଛି। ଏ ସମ୍ପର୍କରେ ପୋଲିସକୁ ସେଦିନ ରାତିରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିଲା ବୋଲି ଜଣେ ବ୍ୟକ୍ତି ନିଜ ନାମ ଗୋପନ ରଖି କହିଛନ୍ତି ା ଏହି ଘଟଣାର ତଦନ୍ତ ଓ ସିସିଟିଭି ଯାଞ୍ଚ କଲେ ଅନେକ ଗୁମର ଫିଟିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ଏ ସମ୍ପର୍କରେ ନୟାଗଡ଼ ଏସ୍‌ପି ଅଲେଖ ଚନ୍ଦ୍ର ପହି କୁହନ୍ତି, ଆଧାର କାର୍ଡ, ଭୋଟ ପରିଚୟ ପତ୍ର ନ ଦେଇ ଲଜ୍‌, ହୋଟେଲରେ ରହିଲେ କିଛି ଅସୁବିଧା ନାହିଁ । ପୁରୀରେ ଅନେକ ଲଜ୍‌ରେ ବିନା ପ୍ରମାଣ ପତ୍ର ଦେଇ ଗ୍ରାହକ ରହୁଛନ୍ତି । ନୂଆ ନିୟମ ପରେ ଦେହ ବ୍ୟବସାୟ ଚାଲିବା ନେଇ ପ୍ରମାଣ ମିଳିବା ବହୁ କଷ୍ଟକର ବ୍ୟାପାର ବୋଲି ସେ କହିଛନ୍ତି। ଜଣେ ଯୁବକ କୁହନ୍ତି, କେତେଜଣ ନାବାଳିକା ଏକାଧିକ ଲଜ୍‌ରେ ରହୁଛନ୍ତି । ଲଜ୍‌ କର୍ତ୍ତୃପକ୍ଷ ସେମାନଙ୍କ ପୁରୁଷ ବନ୍ଧୁଙ୍କ ପ୍ରମାଣପତ୍ର ରଖିବାବେଳେ ନାବଳିକାଙ୍କ ପ୍ରମାଣପତ୍ର ରଖୁ ନାହାନ୍ତି । କେତେବେଳେ କେବଳ ଯୁବତୀଙ୍କମାନଙ୍କ ପ୍ରମାଣ ପତ୍ର ରଖୁଛନ୍ତି । ତାଙ୍କ ପୁରୁଷ ବନ୍ଧୁଙ୍କ କୌଣସି ତଥ୍ୟ ରଖୁ ନାହାନ୍ତି । ଲଜ୍‌ ଓ ହୋଟେଲର ମ୍ୟାନେଜର ସ୍ଥାନୀୟ କେତେଜଣ ଦଲାଲଙ୍କ ସହାୟତାରେ ଏପରି କାମ କରାଉଛନ୍ତି ବୋଲି ଅଭିଯୋଗ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri