Posted inଖେଳ

କୋହଲିଙ୍କୁ ଖାଉଛି ଚିନ୍ତା: କହିଲେ, ଆଶା କରୁଛି ଏମିତି ନ ହେଉ..

ଦୁବାଇ,୧୪।୯: କରୋନା କାରଣରୁ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟର ସ୍ଥଗିତାଦେଶକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ସେ ଆଶା କରିଛନ୍ତି ଯେ, ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ ୨୦୨୧) ବାୟୋ-ବବଲ(ସୁରକ୍ଷିତ ପରିବେଶ) ଆହୁରି ଶକ୍ତିଶାଳୀ ହେବ। ଏହି ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଦଳର ନେତୃତ୍ୱ ନେଇଥିବା କୋହଲି କରୋନାକୁ ନେଇ ଚିନ୍ତାରେ ଅଛନ୍ତି। ଦଳର ସପୋର୍ଟ ଷ୍ଟାଫ୍‌ କରୋନା ଆକ୍ରାନ୍ତ ହେବାପରେ ଅନ୍ୟ କିଛି ଖେଳାଳିଙ୍କ ସହ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟକୁ ଖେଳିବାକୁ ମନା କରିଥିଲେ କୋହଲି। କୋହଲି ଆରସିବିର ଡିଜିଟାଲ ମିଡିଆ ପ୍ଲାଟଫର୍ମକୁ କହିଛନ୍ତି, ଦୁର୍ଭାଗ୍ୟଜନକ ଯେ ଆମକୁ ଶୀଘ୍ର ଦୁବାଇରେ ପହଞ୍ଚିବାକୁ ପଡିଛି, କିନ୍ତୁ କରୋନା କାରଣରୁ ପରିସ୍ଥିତି ଅନିଶ୍ଚିତ ହୋଇପଡିଛି। ଏପରି ପରିସ୍ଥିତି ଅଛି ଯେ ଯେକୌଣସି ସମୟରେ କିଛି ବି ହୋଇପାରେ। ଆଶାକରେ, ଆମେ ଏକ ଭଲ, ଶକ୍ତିଶାଳୀ ଏବଂ ନିରାପଦ ପରିବେଶ ବଜାୟ ରଖିବାରେ ସକ୍ଷମ ହେବା ଏବଂ ଏହା ଏକ ଚମତ୍କାର ଅରାଇପିଏଲ୍‌ ହେବ। ଏମିତି କିଛି ନ ଘଟୁ ଯଦ୍ୱାରା ପୁଣି ଟୁର୍ନାମେଣ୍ଟ ବନ୍ଦ ହେବ। ମୁଁ ସମସ୍ତଙ୍କ ସହ ଯୋଗାଯୋଗରେ ଅଛି। ଗତ ଏକ ମାସ ମଧ୍ୟରେ ଆମେ ବହୁତ ଆଲୋଚନା କରିଛୁ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଆଇପିଏଲ୍‌ ପରେ ପରେ ଟି -୨୦ ବିଶ୍ୱକପ ଖେଲିବ ଭାରତୀୟ ଦଳ। ବେଙ୍ଗାଲୁରୁ ଆଇପିଏଲ୍‌ର ପ୍ରଥମ ପର୍ଯ୍ୟାୟରେ ୭ଟି ମ୍ୟାଚ ମଧ୍ୟରୁ ୫ଟି ଜିତିଛି ଏବଂ ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଦଳ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାର କ୍ରମାଗତ ଚତୁର୍ଥ ପରାଜୟ

ମୁମ୍ବାଇ,୨୪।୪: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ପୂର୍ବତନ ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ କ୍ରମାଗତ ଚତୁର୍ଥ ପରାଜୟ ବରଣ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ...

କୋହଲିଙ୍କୁ ଅଭିନବ ଶୈଳୀରେ ଶୁଭେଚ୍ଛା ଜଣାଇଲେ ଓ୍ବାର୍ନର : ଜାଣିଲେ ହେବେ ଆଶ୍ଚର୍ଯ୍ୟ

ପ୍ରଥମ ସନ୍ତାନର ଜନକ ହେବାକୁ ଯାଉଥିବା ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଦଶନ୍ଧିର ଶ୍ରେଷ୍ଠ ଅନ୍ତର୍ଜାତୀୟ କ୍ରିକେଟର ହେବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ଦିନ...

ଓଡ଼ିଶା ଏଫସି ସହିତ ଭିନିତଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍‌ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫସି ଅନ୍ତର୍ଜାତୀୟ ଖେଳାଳି ଭିନିତ ରାୟଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି। ସେ ୨୦୨୩ ପର୍ଯ୍ୟନ୍ତ...

କୋପା ଆମେରିକା: ଫାଇନାଲରେ ପେରୁ

ପୋର୍ଟୋ ଆଲେଗ୍ରେ, ୪।୭(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଚିଲିକୁ ୦-୩ ଗୋଲରେ ହରାଇ ପେରୁ କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ...

୨୦୨୩ ବିଶ୍ୱକପ୍‌ରେ ଅଧୁରା ସ୍ବପ୍ନ ସାକାର କରିବୁ: ମନପ୍ରୀତ

ନୂଆଦିଲ୍ଲୀ,୯।୧୧(ପି.ଟି.)- ଆଗାମୀ ୨୦୨୩ ହକି ବିଶ୍ୱକପ୍‌ ଭାରତରେ ଆୟୋଜନ ହେବା ଶନିବାର ନିଶ୍ଚିତ ହୋଇଛି। ପୁଣି ଥରେ ଘରୋଇ ପରିବେଶରେ ବିଶ୍ୱକପ ଖେଳାଯିବାର କାର୍ଯ୍ୟକ୍ରମ ସ୍ଥିରିକୃତ...

ଆଇପିଏଲ୍‌ରେ କରୋନା ଟେଷ୍ଟ ପାଇଁ ବିସିସିଆଇ ଖର୍ଚ୍ଚ କରିବ ୧୦ କୋଟି ଟଙ୍କା

ନୂଆଦିଲ୍ଲୀ, ୧।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ଚଳିତ ମାସ ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି...

ଗୁଜରାଟ ଆଗରେ ୧୩୪ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୧୫।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୬୨ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଖେଳାଯାଉଛି। ଚେନ୍ନାଇ...

କରୋନା ପୀଡ଼ିତ ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତିଙ୍କ ପରଲୋକ

ମାଡ୍ରିଡ୍‌,୨୨।୩- ପୂର୍ବତନ ରିୟଲ ମାଡ୍ରିଡ୍‌ ସଭାପତି ୭୬ ବର୍ଷୀୟ ଲୋରେଞ୍ଜୋ ସାଞ୍ଜଙ୍କ ପରଲୋକ ଘଟିଛି। କରୋନା ଭାଇରସ ଯୋଗୁ ଶନିବାର ତାଙ୍କର ମୃତ୍ୟୁ ହୋଇଛି। ଏ...

Advertisement
Archives

Model This Week