ବନ୍ଧୁତ୍ୱର ଅଭୁଲା ସ୍ମୃତି

ଭୁବନେଶ୍ୱର, ୬।୮ (ବନ୍ଦନା ସେଠୀ) – ବନ୍ଧୁତା ସବୁ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ। ତେବେ ଏହି ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟର ପ୍ରଥମ ରବିବାରକୁ ଭାରତରେ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ କିଏ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ୍‌ ବାନ୍ଧୁଛନ୍ତି ତ ଆଉ କିଏ କାର୍ଡ, ଫୁଲ ଦେଇ ସ୍ବତନ୍ତ୍ର ଭାବେ ପାଳନ କରୁଛନ୍ତି। ସାଙ୍ଗ ମେଳରେ ଏକାଠି ହୋଇ ନାଚଗୀତ କରି ଦିନଟିକୁ ନିଆରା ଢଙ୍ଗରେ କାଟୁଛନ୍ତି। ତେବେ ନିଜ ବନ୍ଧୁ ଓ ବନ୍ଧୁତାକୁ ନେଇ ରହିଥିବା ସ୍ମରଣୀୟ ଘଟଣାକୁ ନେଇ ଏଥରର ଉପସ୍ଥାପନା।

ସାଙ୍ଗର ଉପହାର ଆଜି ବି ମୋ ପାଇଁ ସ୍ପେଶାଲ
ମହର୍ଷି କଲେଜରେ ଯୁକ୍ତ୨ ପଢୁଥିବାବେଳେ ଡ୍ୟାନ୍ସରେ ମୁଁ ସ୍ବତନ୍ତ୍ର ପରିଚୟ ପାଇଥିଲି। ମୋର ଏକ ସାଙ୍ଗ ଗ୍ରୁପ୍‌ ଥିଲା। ପ୍ରଦୀପ୍ତ, ଅମ୍ରିତ, ବିକାଶ, ଚିନ୍ମୟ, ଅର୍ଣ୍ଣବ ପ୍ରମୁଖ ସାଙ୍ଗ ମୋତେ ସବୁବେଳେ ନୃତ୍ୟ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲେ। ଥରେ ରବୀନ୍ଦ୍ର ମଣ୍ଡପରେ ଇଣ୍ଟରକଲେଜ ଡ୍ୟାନ୍ସ ପ୍ରତିଯୋଗିତା ହେଉଥିଲା। ସାଙ୍ଗଙ୍କ କଥାରେ ସେଠାକୁ ଯାଇଥିଲି। ହେଲେ କୌଣସି ପ୍ରାଇଜ୍‌ ନ ମିଳିବାରୁ ମୁଁ ମନ ଦୁଃଖରେ ଫେରିଥିଲି। ମୋ ଅପେକ୍ଷା ସେହି ସାଙ୍ଗମାନଙ୍କୁ ବେଶି ଖରାପ ଲାଗିଥିଲା। ତେଣୁ ସେମାନେ ତାଙ୍କ ପକେଟ୍‌ ମନିରୁ ଭୁବନେଶ୍ୱରର ଏକ ଦୋକାନରୁ ନଟରାଜ ମୂର୍ତ୍ତି କିଣି ମତେ ପ୍ରାଇଜ୍‌ ଭାବେ ଦେଇଥିଲେ। ଏ ଘଟଣା ମୋତେ ବହୁତ ସ୍ପେଶାଲ ଫିଲ୍‌ କରାଇଥିଲା। ଏବେ ଆମଘରେ ମୋର ବହୁତ ଆଓ୍ବାର୍ଡ ରହିଛି, ମାତ୍ର ସେହି ମୂର୍ତ୍ତି ଆଜି ବି ମୋ ପାଇଁ ସ୍ବତନ୍ତ୍ର ହୋଇ ଘରେ ସଜା ହୋଇଛି।
-ସବ୍ୟସାଚୀ ମିଶ୍ର, ଅଭିନେତା

ସାଙ୍ଗକୁ ବଞ୍ଚେଇ ନ ପାରିବା ଜୀବନର ବଡ ଦୁଃଖ
୧୯୯୨ ମସିହାର କଥା। ସେତେବେଳେ ମୁଁ କଲେଜରେ ପଢୁଥାଏ। ୪୦ଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲି। ମୋତେ ଛାଡ଼ି ସମସ୍ତେ ସମୁଦ୍ରରେ ଗାଧୋଇଲେ। ଲଘୁଚାପ ହୋଇଥିବାରୁ ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରିଥିଲେ। ମୁଁ ମଧ୍ୟ ଯେତେ କହିଲି କେହି ଶୁଣିଲେନି। କିଛି ସମୟ ପରେ ଯିଏ ଯେମିତି ଫେରି ଆସିଲେ ମାତ୍ର ଜଣେ ସାଙ୍ଗ ସଞ୍ଜୟଙ୍କୁ ବଡ଼ ଢ଼େଉ ବୁଡ଼ାଇ ଟାଣିନେଲା। ସେ ବୁଡିଯିବାବେଳେ ମୋତେ ଡାକୁଥିଲା। ଆଉ କହୁଥିଲା, ଋଷି ମୁଁ ତୋ କଥା ଶୁଣିଲିନି, ମୁଁ ବଞ୍ଚତ୍ବାକୁ ଚାହୁଁଛି ମତେ ବଞ୍ଚା। ଯେତେ ଚେଷ୍ଟା କଲେ ବି ମୁଁ ତାକୁ ବଞ୍ଚେଇ ପାରିଲିନି। ସେଠାରୁ ଫେରିବା ପରେ ତାଙ୍କ ଘରକୁ ଯାଇ ଏ ଖବର ଦେଲି। ସେଇଟା ମୋ ଜୀବନର ବଡ଼ ଦୁଃଖ। ସେବେଠାରୁ ସମୁଦ୍ର ପାଖକୁ ଗଲେ ମତେ ଡର ଲାଗେ।
-ଋଷି ପଟ୍ଟନାୟକ, ଅଭିନେତା

ସାଙ୍ଗଙ୍କ ସହ ଆମ୍ବ ଚୋରି କରି ମାଡ଼ ଖାଉଥିଲି
ସସ୍ମିତା ମୋ ସାଙ୍ଗ। ପିଲାବେଳେ, ସ୍କୁଲ୍‌ ସମୟରେ ଆମେ ବହୁତ ଦୁଷ୍ଟ ହେଉଥିଲୁ। ଆମ୍ବତୋଟାକୁ ଯାଇ ଆମ୍ବ ଚୋରି କରୁ। ମୋ ପାଇଁ କିଣା ହୋଇଥିବା କଲମ ତାକୁ ଦେଇକି ପଳେଇ ଆସେ। ତା’ ପାଇଁ ଘରେ ମୁଁ ବହୁତ ମାଡ଼ ଖାଇଛି। ଏମିତିକି ତା’ସହ ସାଙ୍ଗ ନ ହେବା ପାଇଁ ବାବା ମତେ ସବୁବେଳେ କୁହନ୍ତି। ମାତ୍ର ମୁଁ ତା’ ସହିତ ହିଁ ସାଙ୍ଗ ହୁଏ। ମୋ ଜୀବନର ସବୁ ଘଟଣା ତାକୁ କୁହେ। ମୋ ଦୁଃଖ ସୁଖର ସାଥୀ ସେ। ଏବେ ସେ ବାଙ୍ଗାଲୋରରେ ରହୁଛି, ମାତ୍ର ଏବେ ବି ଆମ ଭିତରେ ବନ୍ଧୁତା ଦୃଢ ରହିଛି।
-ଦୀପ୍ତି ଗିରି, ଅଭିନେତ୍ରୀ

ଜୀବନ ବଞ୍ଚାଇଥିଲା ବନ୍ଧୁ
ମୋର ସବୁଠୁ ଭଲ ସାଙ୍ଗ ଦୀପାଞ୍ଜଳି। କଲେଜରେ ପଢିବା ସମୟରେ ପ୍ରଥମେ କେହି କାହାକୁ ଚିହ୍ନି ନ ଥିଲୁ। ଦିନେ କଲେଜରୁ ଫେରିବା ବେଳେ ମୁଁ ଫୋନ୍‌ ଦେଖି ଦେଖି ରାସ୍ତାରେ ଆସୁଥାଏ। ପଛରୁ ଗୋଟିଏ ଗାଡ଼ି ସ୍ପିଡ୍‌ରେ ଆସୁଥିଲା। ଗାଡିଟା ପାଖାପାଖି ହେବାବେଳକୁ ହଠାତ୍‌ ଦୀପାଞ୍ଜଳି ମୋ ହାତ ଧରି ଟାଣି ଆଣିଥିଲା। ତା’ ପାଇଁ ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି। ସେବେଠାରୁ ଆମେ ଦୁହେଁ ବହୁତ ଭଲ ସାଙ୍ଗ ପାଲଟିଯାଇଛୁ।
-ସୋନାଲୀ ପାଣିଗ୍ରାହୀ, ଛାତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ବଢ଼ିଲା ସହାୟତା ଭତ୍ତା, ଉପକୃତ ହେବେ ୪୭ ହଜାର

ଭୁବନେଶ୍ୱର,୨୮ା୧୨: କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର କଳାକାରମାନଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ରେ...

ବାମଣ୍ଡା କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ଚାମ୍ପିୟନ

ଦେବଗଡ଼,୨୮ା୧୨(ଶଶାଙ୍କ ଶେଖର ଝାଙ୍କର): ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୫ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲରେ କଟକର ୟୁନିୟନ...

ଇତିହାସ ରଚିଲେ ସ୍ମୃତି ମନ୍ଧାନା: ମିତାଲି ରାଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ କଲେ ବଡ ରେକର୍ଡ

ଥିରୁବନନ୍ତପୁରମ,୨୮ା୧୨: ଭାରତୀୟ ମହିଳା କ୍ରିକେଟ୍‌ର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟର...

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri