ଅପ୍ରତ୍ୟାଶିତ ପ୍ରାକୃତିକ ବିତ୍ପାତ

ଡ. ନରେନ୍ଦ୍ର ସେଠୀ

ଉତ୍ତରାଖଣ୍ଡର ଚାମୋଲି ଜିଲାରେ ଗ୍ଲେସିୟର ତରଳିବା ପରେ ହଠାତ୍‌ ଆସିଥିବା ପାଣିରେ ଅନେକ ଲୋକ ଭାସିଗଲେ। ଘଟଣା ଏତେ ଭୟଙ୍କର ଥିଲା ଯେ ୫୦୦ ମେଗାୱାଟର ନିର୍ମାଣାଧୀନ ତପୋବନ ଡ୍ୟାମ୍‌ ଦିଆସିଲି ଖୋଳ ପରି ଜଳର ପ୍ରଖର ସୁଅରେ ଭାସିଗଲା । ଅନେକ ଶ୍ରମିକ ଭୂମିଗତ ଟନେଲ ଭିତରେ ଫସିଯାଇ ପ୍ରାଣ ହରାଇଲେ। ଶହ ଶହ ଲୋକ ଏବେ ବି ନିଖୋଜ ରହିଛନ୍ତି। ଏପରି ଅପ୍ରତ୍ୟାଶିତ ଭାବରେ ଆସୁଥିବା ଭୟାବହ ହିମସ୍ଖଳନ କିଛିବର୍ଷ ପୂର୍ବେ କେଦାରନାଥରେ ମଧ୍ୟ ଆସିଥିଲା। ଏଭଳି ବିପତ୍ାତରେ ଅସୁମାରୀ ଧନ ସମ୍ପଦ ନଷ୍ଟ ହେବା ସଙ୍ଗେ ସଙ୍ଗେ ଅମୂଲ୍ୟ ପ୍ରାଣହାନି ଘଟୁଛି। ତେବେ ଏସବୁ କ’ଣ ପାଇଁ ଓ କାହିଁକି ହେଉଛି ତା’ର ଅଧ୍ୟୟନ କରିବାର ସମୟ ଆସି ପହଞ୍ଚତ୍ଛି। ଏହାର ଏକମାତ୍ର କାରଣ ହେଲା ଗ୍ଲୋବାଲ ଓ୍ବାର୍ମିଙ୍ଗ ବା ବିଶ୍ୱତାପନ। ସୂଚନାଯୋଗ୍ୟ ଯେ, ଗ୍ଲେସିୟର ଅଧିକ ବେଗରେ ତରଳି ଯାଉଛି ବୋଲି ୩୭ ବର୍ଷ ପୂର୍ବେ ଏହା ଉପରେ ଗବେଷଣା କରୁଥିବା ଉତ୍ତରାଖଣ୍ଡ ଅନ୍ତରୀକ୍ଷ ଉପଯୋଗ କେନ୍ଦ୍ରର ବୈଜ୍ଞାନିକ ତଥା ନିର୍ଦ୍ଦେଶକ ଡ. ଏମ୍‌ପିଏସ୍‌ ବିଷ୍ଟ୍‌ ଆଶଙ୍କା ପ୍ରକାଶ କରିଥିଲେ। ସେ ଗବେଷଣା କରି ପାଇଥିଲେ ଯେ ଆଠରୁ ଅଧିକ ଗ୍ଲେସିୟର ସାମାନ୍ୟରୁ ଅଧିକ ବେଗରେ ତରଳିବାରେ ଲାଗିଛି। ଏହା ଫଳରେ ଏହିପରି ଭୟାବହ ହିମସ୍ଖଳନ ଆସିବ ବୋଲି ଭବିଷ୍ୟବାଣୀ କରିଥିଲେ ଓ ଗ୍ଲେସିୟରର ବିରାଟକାୟ ଜଳ ରାଶିର ଭାର ରୁଷି ଗଙ୍ଗାନଦୀ ଉପରେ ପଡ଼ିବ; ଯାହା ସତ୍ୟ ସାବ୍ୟସ୍ତ ହେଲା । ପରେ ଗ୍ଲେସିୟର ବିଗତ ୩୭ ବର୍ଷ ଭିତରେ ୨୬ ବର୍ଗ କିମି ତରଳି ଯାଇଛି ବୋଲି ଉପଗ୍ରହ ଚିତ୍ର ଅଧ୍ୟୟନରୁ ଜଣା ପଡ଼ିଲା। ଅର୍ଥାତ୍‌ ସମଗ୍ର ଗ୍ଲେସିୟର ଏପର୍ଯ୍ୟନ୍ତ ୧୦ ପ୍ରତିଶତରୁ ଅଧିକ ତରଳି ଯାଇଛି। ପ୍ରକୃତି ଓ ପରିବେଶ ସହ ଖେଳିବାର ପରିଣାମ ଏହି ହିମସ୍ଖଳନ । ଆଗକୁ ଯେ ଏଭଳି ଅଧିକ ବିପତ୍ାତ ନ ଘଟିବ ତାହା କହିହେବ ନାହିଁ। ଉଗ୍ର ଶିଳ୍ପାୟନ ଓ ବେଲଗାମ ଜଙ୍ଗଲ ସମ୍ପଦର ଅବକ୍ଷୟ ଏହାର ପ୍ରାରମ୍ଭିକ କାରଣ ହୋଇଥିଲେ ମଧ୍ୟ ମାତ୍ରାଧିକ ସଂଖ୍ୟାରେ ଯାନବାହନ ଚଳାଚଳ ଏହାକୁ ଆହୁରି ବଳ ଦେଇଛି।
ପୃଥିବୀ ସମୟ ସହ ତାଳ ଦେଇ ଅନେକ ଥର ଉତ୍ତପ୍ତ ଓ ଶୀତଳ ହେବାର ଇତିହାସ ରହିଛି। ନିଜ ଅକ୍ଷ ଚାରିପଟେ ବୁଲିବା ବେଳେ ସାମାନ୍ୟ ବ୍ୟତିକ୍ରମ ଯୋଗୁ କିମ୍ବା ସୂର୍ଯ୍ୟ ଠାରୁ ଗ୍ରହଣ କରୁଥିବା ସୌରଶକ୍ତିର ମାତ୍ରାରେ ଅଧିକ ହେଲେ ପୃଥିବୀ ଜଳବାୟୁରେ ସାମାନ୍ୟ ପରିବର୍ତ୍ତନ ହୋଇଥାଏ। କିନ୍ତୁ ବିଗତ କେତୋଟି ଶତାବ୍ଦୀରେ ଆଉ ଏକ କାରଣ ପୃଥିବୀର ତାପମାତ୍ରା ବଢ଼େଇବାରେ ଲାଗିଛି। ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ଯୋଗୁ ବିଶ୍ୱର ତାପମାତ୍ରା ବଢ଼ିଚାଲିିଛି। ନିଜ ସୁଖ ସୁବିଧା ପାଇଁ ଗଢ଼ି ତୋଳିଥିବା କଳକାରଖାନା ଓ ଜୀବାଶ୍ମ ଜାଳେଣିର ବ୍ୟବହାର ଏହାର ମୁଖ୍ୟ କାରଣ। ଦୁଇ ଦଶନ୍ଧି ପୂର୍ବେ ଡଡ଼ିଶାର ଜଳବାୟୁ ଉପଭୋଗ୍ୟ ଥିଲା। ଏବେ ଗ୍ରୀଷ୍ମଋତୁରେ ଭୁବନେଶ୍ୱରର ତାପମାତ୍ରା ୪୫ ଡିଗ୍ରୀକୁ ଟପି ଯାଉଛି। ଲାଗୁଚି ଯେମିତି ନିଆଁ ବର୍ଷା ହେଉଛି। ଦୀପାବଳି ପରେ ପରେ ଦିଲ୍ଲୀରେ ନିଃଶ୍ୱାସ ନେବା ଦୁର୍ବିଷହ ହୋଇପଡ଼ୁଛି। ଏହା ହିଁ ଗ୍ଲୋବଲ ଓ୍ବର୍ମିଂର ପ୍ରଭାବ। ଆମେରିକୀୟ ମହାକାଶ ସଂସ୍ଥା ‘ନାସା’ ଅନୁଯାୟୀ ବିଶ୍ୱର ତାପମାତ୍ରା ୧୯୦୬ ରୁ ୨୦୦୫ ଭିତରେ ୦.୬ ରୁ ୦.୯ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇଛି। କିନ୍ତୁ ବିଗତ ପଚାଶ ବର୍ଷ ଭିତରେ ତାପମାତ୍ରା ବୃଦ୍ଧି ପାଇବାର ବେଗ ଦୁଇଗୁଣ ବଢ଼ିଛି। ହଠାତ୍‌ ଏମିତି ଜଳବାୟୁରେ ପରିବର୍ତ୍ତନ ହୋଇ ତାପମାତ୍ରା ବୃଦ୍ଧି ହେବାର ମୁଖ୍ୟ କାରଣ ହେଲା ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ଅନ୍ୟାନ୍ୟ ପ୍ରଦୂଷଣକାରୀ ଅଂଶର ପରିମାଣରେ ବୃଦ୍ଧି। ଏହି ପ୍ରଦୂଷିତ ଗ୍ୟାସ ସୂର୍ଯ୍ୟର ତାପମାତ୍ରାକୁ ଧରି ରଖିବା ସଙ୍ଗେ ସଙ୍ଗେ ପୃଥିବୀ ଉପରୁ ବାହାରି ଯାଉଥିବା ତାପମାତ୍ରାକୁ ମଧ୍ୟ ଶୋଷଣ କରି ନିଜ ଭିତରେ ରଖନ୍ତି; ଯାହା ଫଳରେ ପୃଥିବୀ ପୃଷ୍ଠର ତାପମାତ୍ରା କମିବାର ନାଁ ଧରୁନାହିଁ। ଗ୍ଲୋବାଲ ୱାର୍ମିଂ ପାଇଁ ମୁଖ୍ୟତଃ ଫସିଲ ଫୁଏଲ ବା ଜୀବାଶ୍ମ ଇନ୍ଧନର ବ୍ୟବହାର ଓ ଜଙ୍ଗଲ ଅବକ୍ଷୟ ଦାୟୀ। ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ ବର୍ଷକୁ ୧.୭ ବିଲିୟନ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗତ ହୁଏ, ଯାହାଦ୍ୱାରା ଏହାର ପ୍ରଭାବ ସିଧାସଳଖ ପଡୁଛି ଗ୍ଲେସିୟର ଉପରେ। ୱାର୍ମିଂ ଯୋଗୁ ମେରୁ ଅଞ୍ଚଳର ବରଫ ମଧ୍ୟ ତରଳିବାରେ ଲାଗିଛି।
ଗ୍ଲୋବାଲ ୱାର୍ମିଂ ଏବେ ବିଶ୍ୱର ଅସ୍ତିତ୍ୱ ଉପରେ ପ୍ରଶ୍ନ ଚିହ୍ନ ଛିଡ଼ା କରିଛି। ଚାଇନା, ଆମେରିକା ଓ ରୁଷିଆ ଭଳି ଶିଳ୍ପସମୃଦ୍ଧ ଦେଶ ବିଶ୍ୱର ସର୍ବାଧିକ କାର୍ବନ ନିର୍ଗମନ କରୁଥିବା ଦେଶ ଭାବରେ ଆଗରେ ଅଛନ୍ତି। ଏହି ସବୁ ଦେଶ ସ୍ବେଚ୍ଛାକୃତ ଭାବରେ ନିଜ ନିଜର କାର୍ବନ ନିର୍ଗମନ କମ୍‌ କରିବାକୁ ଆଗେଇ ଆସିବା ଦରକାର। ଦିନକୁ ଦିନ କମି ଯାଉଥିବା ଜଙ୍ଗଲ ମଧ୍ୟ ଏକ ଚିନ୍ତାର ବିଷୟ। ପୃଥିବୀର ଫୁସ୍‌ଫୁସ୍‌ କୁହାଯାଉଥିବା ଆମାଜନ ରେନ୍‌ ଫରେଷ୍ଟ ତଥା ଅନ୍ୟାନ୍ୟ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ଅବକ୍ଷୟ ହେବାରେ ଲାଗିଛି। ଉଲ୍ଲେଖଯୋଗ୍ୟ ଯେ, ଜଙ୍ଗଲ ନିଆଁ, ଅଙ୍ଗାରକାମ୍ଳ ଗ୍ୟାସ ନିର୍ଗମନ ଓ ଅନ୍ୟ ପ୍ରଦୂଷଣକାରୀ ଉପାଦାନ ଯୋଗୁ ବିଗତ କେଇ ଦଶନ୍ଧି ଭିତରେ ପୃଥିବୀର ତାପମାତ୍ରା ଏକ ଡିଗ୍ରୀ ବଢିଛି। ଗ୍ଲେସିୟର ବରଫ ଦ୍ରୁତ ବେଗରେ ତରଳିବାରେ ଲାଗିଛି। ଗ୍ଲେସିୟରରେ ଲକ୍ଷ ଲକ୍ଷ ବର୍ଷ ଧରି ଥିବା ବରଫ ଖଣ୍ଡ ତରଳି ସମୁଦ୍ରରେ ପଶୁଛି; ଫଳରେ ମାଲଦ୍ୱୀପ ପ୍ରଥମ ଦେଶ ଭାବରେ ଜଳମଗ୍ନ ହେବାର ସମ୍ଭାବନା ଅଛି। ମରିସସ, ଭାରତ, ଶ୍ରୀଲଙ୍କା ପ୍ରଭୃତି ଦେଶର ଉପକୂଳ ଅଞ୍ଚଳ ଜଳମଗ୍ନ ହେବାର ଭୟ ସୃଷ୍ଟି ହୋଇଛି। ଏହି ସମ୍ଭାବିତ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ବିକାଶଶୀଳ ଦେଶଗୁଡ଼ିକୁ ନିଜ ନିଜର କାର୍ବନ ଫୁଟପ୍ରିଣ୍ଟ କମେଇବାକୁ ପଡ଼ିବ। ୨୦୫୦ ମସିହା ସୁଦ୍ଧା ତିରିଶ କୋଟି ଲୋକ ସମୁଦ୍ର ଜଳରେ ଭାସିଯିବାର ଆଶଙ୍କା ରହିଛି ବୋଲି ନିକଟରେ ଅନୁଷ୍ଠିତ ଆସିଆନ ସମ୍ମିଳନୀରେ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ ପ୍ରକାଶ କରିଛନ୍ତି। ସମୁଦ୍ର ପତନ ବଢ଼ିବାରୁ ଚାଇନା, ଭାରତ, ଶ୍ରୀଲଙ୍କା ଓ ବାଂଲାଦେଶ ଭଳି ଦେଶ ଅଧିକ ବିପଦର ସମ୍ମୁଖୀନ ହେବାର ଭୟ ରହିଛି। ଭୂପୃଷ୍ଠରେ ବି ହିମସ୍ଖଳନର ତୀବ୍ରତା ବୃଦ୍ଧି ପାଇବାର ଆଶଙ୍କା ରହିଛି।
ବିଶ୍ବତାପନକୁ ନେଇ ନିକଟରେ ନେଚର୍‌ କମ୍ୟୁନିକେଶନରେ ଏକ ରିପୋର୍ଟ ପ୍ରକାଶ ପାଇଛି। ବିଶ୍ବର ତାପମାତ୍ରା ଚଳିତ ଶତାବ୍ଦୀର ଶେଷସୁଦ୍ଧା ୧.୫ ଡିଗ୍ରୀ ବଢ଼ିପାରେ ବୋଲି ଏଥିରେ କୁହାଯାଇଛି। ଏହାର ମୁକାବିଲା କରିବା ପାଇଁ ବିଶ୍ୱର ଅଙ୍ଗାରକାମ୍ଳ ନିର୍ଗମନକୁ ଶତକଡା ୪୫ ଭାଗ କମେଇବାକୁ ପଡ଼ିବ। ମୁଖ୍ୟତଃ ଭାରତ ପାଇଁ ଏହା ଅଧିକ ଗୁରୁତ୍ୱ ରଖେ। ଅଙ୍ଗାରକାମ୍ଳ ଗ୍ୟାସ୍‌ କମାଇବା ଲାଗି ଆମକୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବାକୁ ହେବ। ବ୍ୟାଟେରି ଚାଳିତ କାର ଓ ମୋଟରସାଇକେଲର ବ୍ୟବହାର ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ। ନ ହେଲେ ଏହାର ପ୍ରଭାବ ଗ୍ଲେସିୟର ଉପରେ ଆହୁରି ଭୟଙ୍କର ହେବା ସହ ଭବିଷ୍ୟତ ପିଢ଼ି ଚରମ ବିପଦର ସମ୍ମୁଖୀନ ହେବ,ଏଥିରେ ସନ୍ଦେହ ନାହଁି।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର ପରିବେଶ ନିରୀକ୍ଷଣ ପରୀକ୍ଷାଗାର, ଯାଦୁଗୁଡ଼ା ପୂର୍ବ ସିଂଭୁମି, ଝାଡ଼ଖଣ୍ଡ, ମୋ:୭୦୦୪୦୬୮୧୧୦


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri