ବୁଣାକାରଙ୍କ ଗାଁରେ ୟୁନେସ୍କୋ ପ୍ରତିନିଧି ଦଳ

ରସୁଲପୁର,୨୩ା୧(ଡି.ଏନ.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ୍‌ର ବୁଣାକାର ଗଁା ଗୋପାଳପୁରରେ ରବିବାର ମିଳିତ ଜାତିସଂଘର ଶିକ୍ଷା, ବିଜ୍ଞାନ ଓ ସଂସ୍କୃତି ସଂଗଠନ(ୟୁନେସ୍କୋ)ର ପ୍ରତିନିଧି ଦଳ ପହଞ୍ଚତ୍ ମା’ତାରିଣୀ ତନ୍ତୁବାୟ ସହଯୋଗ ସମିତି ଲୁଗା ତିଆରି କାରଖାନା ପରିଦର୍ଶନ କରିଛନ୍ତି।
ଏଠାରେ ଟସର କୋସାରୁ ସୂତା ପରେ ତା’କୁ କିଭଳି ରଙ୍ଗବେରଙ୍ଗର ବସ୍ତ୍ରରେ ପରିଣତ କରାଯାଉଛି, ସେ ସମ୍ପର୍କରେ କାରଖାନାରେ ସ୍ଥାପିତ ସମସ୍ତ ୟୁନିଟକୁ ପ୍ରତିନିଧି ଦଳ ବୁଲି ଦେଖିଛନ୍ତି। ବୁଣାକାର ନେତା ଅଶୋକ କୁମାର ଗୁଇଁ, ରମେଶ ଚନ୍ଦ୍ର ଦାସ, ବୟନ ଶିଳ୍ପ ବୈଷୟିକ ସହାୟକ ଶ୍ରୀକାନ୍ତ ମିଶ୍ରଙ୍କ ସହ ଆଲୋଚନା କରି ବିଭିନ୍ନ ତଥ୍ୟ ସଂଗ୍ରହ କରିଛନ୍ତି। ଲୁଗାର ଗୁଣବତ୍ତା ଓ ଯୁଗୋପଯୋଗୀ କାରିଗରି କାର୍ଯ୍ୟକୁ ନେଇ ପ୍ରତିନିଧି ଦଳ ସନ୍ତୋଷବ୍ୟକ୍ତ କରିଛନ୍ତି। ଏହି ଗାଁର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରଙ୍କ କଳାକୃତିକୁ କିଭଳି ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଯିବ ସେ ଦିଗରେ ପ୍ରୟାସ କରାଯିବ। କାରିଗରଙ୍କ ସମସ୍ୟା ଦୂର ସମ୍ପର୍କରେ ଅନୁଧ୍ୟାନ କରାଯାଇ ପଦକ୍ଷେପ ନିଆଯିବ। ଆସନ୍ତା ଦିନରେ ୟୁନେସ୍କୋର ଏକ ବଡ଼ ପ୍ରତିନିଧି ଦଳ ଗୋପାଳପୁର ଗାଁ ଆସିବେ। ଏହି ଗାଁରେ ସବୁ କିସମର କଳାକୃତି ଉପଲବ୍ଧ ହେଉଛି। ଏହିସବୁ କଳାକୃତିକୁ ପ୍ରୋତ୍ସାହିତ ପାଇଁ ପ୍ରୟାସ କରାଯିବ ବୋଲି ୟୁନେସ୍କୋର ଦିଲ୍ଲୀ କାର୍ଯ୍ୟାଳୟ ପ୍ରତିନିଧି ଚିରଞ୍ଜିତ ଗାଙ୍ଗୁଲି ପ୍ରକାଶ କରିଛନ୍ତି।
ଜିଲାର ଯାଜପୁର ରୋଡ୍‌ଠାରେ ୨ଦିନ ବ୍ୟାପୀ ଅନୁଷ୍ଠିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶେଷ ହେବାପରେ ରବିବାର ୟୁନେସ୍କୋର ପ୍ରତିନିଧି ଦଳ ପକ୍ଷରୁ ଫିଲ୍ମ ମେକିଂ ଓ ଆର୍ଟିଷ୍ଟ ଡିଜାଇନର ଅରୁଣ ଦାସ, ନଟ୍‌ ଅନ୍‌ ମ୍ୟାପ୍‌ ସଂସ୍ଥାର ଗ୍ରାମାଞ୍ଚଳ ସ୍ଥାୟୀ ସଂସ୍କୃତି ଓ ପର୍ଯ୍ୟଟନ ବିଶେଷଜ୍ଞ କୁମାର ଅନୁଭବ, ଭିକର୍‌ସ ସଂସ୍ଥାର ହସ୍ତତନ୍ତ ଓ ହସ୍ତକଳାର ଡିଜାଇନର ଗୁନ୍‌ ଜେନ, ଜିଲା ଖଣିଜ ଫାଣ୍ଠିର ଜୀବିକା ମିଶନ ଏକ୍ସପର୍ଟ ଅନୁଭବ ପ୍ରସାଦ, ଜିଲା ମିଶନ ଶକ୍ତିର ପ୍ରକଳ୍ପ ସଂଯୋଜକ ସେଫାଳି ସ୍ବାଗତିକା ପ୍ରମୁଖ ପହଞ୍ଚତ୍ ଲୁଗାବୁଣା କାରଖାନାର କ୍ୟାଲେଣ୍ଡରିଂ ମେଶିନ, ତନ୍ତ, ସୂତାକୁ ପ୍ରସେସିଂ ମେଶିନ ଆଦି ବୁଲି ଦେଖିଥିଲେ। କାରଖାନାରେ ପ୍ରସ୍ତୁତ ବସ୍ତ୍ରର ବଜାରୀକରଣ ଓ ତାର ଦାମ୍‌ ଆଦି ସମ୍ପର୍କରେ ପଚାରି ବୁଝିଥିଲେ।
ଗୋପାଳପୁର ଗାଁରେ ୫୦୦୦ରୁ ଊର୍ଦ୍ଧ୍ୱ ହସ୍ତତନ୍ତ ଓ ଶିଳ୍ପୀ କାରିଗର ରହିଛନ୍ତି। ସେମାନଙ୍କ ପାଇଁ ଡାକ୍ତରଖାନାର ସୁବିଧା, ଉପତ୍ାଦିତ ଦ୍ରବ୍ୟକୁ କାରବାର ପାଇଁ ବଜାର ସୁବିଧା, ବୁଣାକାରଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର, କଞ୍ଚାମାଲ ଉପତ୍ାଦନ ପାଇଁ ଭିତ୍ତିଭୂମିର ବିନିଯୋଗ, ବୁଣାକାରଙ୍କ ଦୈନନ୍ଦିନ ଜୀବନ ଶୈଳୀରେ ପରିବର୍ତ୍ତନ ଆଣିବା ସମ୍ପର୍କରେ ବୁଣାକାର ନେତାମାନେ ପ୍ରତିନିଧି ଦଳର ଦୃଷ୍ଟି ଆକର୍ଷଣ କରିଥିଲେ। ବୁଣାକାର ଲୁଗାରେ ବ୍ୟବହାରକରୁଥିବା ରଙ୍ଗର ସଦ୍‌ ବ୍ୟବହାର ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏ ଦିଗରେ ସଚେତନତା ଓ ସତର୍କତା ଉପରେ ଧ୍ୟାନ ଦେବାକୁ ବୁଣାକାରଙ୍କୁ ପ୍ରତିନିଧି ଦଳ ପରାମର୍ଶ ଦେଇଥିଲେ। ରାଜ୍ୟର କଳା, ସଂସ୍କୃତି ଉପରେ ସଂକୀର୍ତ୍ତନମଣ୍ଡଳୀର କାର୍ଯ୍ୟକ୍ରମ ଦେଖିଥିଲେ। ଟେରାକୋଟା ଶିଳ୍ପୀ ତଥା ମାଷ୍ଟର ଟ୍ରେନର ପର୍ଶୁରାମ ବେହେରାଙ୍କ ଟେରାକୋଟା ସାମଗ୍ରୀ ଉପତ୍ାଦନ କାରଖାନା ଓ ଅନ୍ୟ କାରିଗରଙ୍କ କାରଖାନା ବୁଲି ଦେଖିଥିଲେ। ହସ୍ତଶିଳ୍ପ ଜରିଆରେ ଆମ ସଂସ୍କୃତି, ପରମ୍ପରାର ପ୍ରତୀକ ଭାବରେ ସୂଚାଉଥିବା ସାମଗ୍ରୀଗୁଡିକୁ ଦେଖି ଖୁସି ପ୍ରକଟ କରିଥିଲେ। ଏହି କାରିଗରଙ୍କ ବିକାଶ ଉପରେ ପ୍ରତିନିଧି ଦଳ ଗୁରୁତ୍ୱ ଦେଇଥିଲେ।
ପ୍ରତିନିଧି ଦଳ ସମଗ୍ର ଜିଲାରେ କାର୍ଯ୍ୟରତ ଆର୍ଟିସିଆନ, ଟେରାକୋଟା ଶିଳ୍ପ, ବାଉଁଶ କାରିଗର, ପାଲା, ଦାସକାଠିଆ, ସଂକୀର୍ତ୍ତନ, ପାରମ୍ପରିକ କୃଷି ଆଦିର ବିକାଶ ଉପରେ ଅନୁଧ୍ୟାନ କରିଛନ୍ତି। ଏହି କ୍ଷେତ୍ରରେ ସମ୍ବଳ ବ୍ୟବହାର ସହ ସମ୍ପ୍ରଦାୟର ଲୋକଙ୍କୁ ଆତ୍ମନିର୍ଭରଶୀଳ କରାଇବା, ଯୁବଗୋଷ୍ଠୀଙ୍କ ମଧ୍ୟରେ ଏ ନେଇ ଆଗ୍ରହ ସୃଷ୍ଟି କରିବା, ଏହି କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ସମ୍ପର୍କରେ ରିପୋର୍ଟ ପ୍ରସ୍ତୁତ କରି ଦେଶ ଓ ଅନ୍ତର୍ଜାତୀୟ ସଂସ୍ଥାକୁ ଅବଗତ କରାଇବା ପ୍ରତିନିଧି ଦଳର ଲକ୍ଷ୍ୟ ବୋଲି ଜଣାଯାଇଛି। ଏହାବାଦ୍‌ ଟାଟା ଟ୍ରଷ୍ଟର ଅନ୍ତରନ କ୍ରାଷ୍ଟ ଓ ବୟନ ଶିଳ୍ପ ଡିଜାଇନର ନଥି ସିଂ, ଦକ୍ଷିଣ ଚିତ୍ର ମିୟୁଜିଅ-ଚେନ୍ନାଇର ନିର୍ଦ୍ଦେଶକ ତ୍ୟାଗ୍‌ ରାଜନ, ସୁଦକ୍ଷିଣା ବାନାର୍ଜୀ ପ୍ରମୁଖ ମା’ ତାରିଣୀ ସମିତିର ବିଭିନ୍ନ କଳାକୃତି ବୁଲି ଦେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ ରାଜ୍ୟସ୍ତରୀୟ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ବରଗଡ଼ ଧନୁଯାତ୍ରାରେ ମୁଖ୍ୟମନ୍ତ୍ରୀ: ହାତୀ ପିଠିରେ ବସି ବୁଲିଲେ ମଥୁରା ନଗରୀ

ମଥୁରାନଗରୀ,୩୦।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମଙ୍ଗଳବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବିକାଶ ଗ୍ରାଉଣ୍ଡ ହେଲିପ୍ୟାଡରେ ପହଞ୍ଚିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri